Posted inରାଜ୍ୟ

ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅନେକ ନେତା, ଚର୍ଚ୍ଚାରେ ଗିରିଶ ମୁର୍ମୁଙ୍କ ନାଁ

ଭୁବନେଶ୍ୱର,୫।୬: ଓଡ଼ିଶାରେ ସାଧାରଣ ନିର୍ବାଚନ ପରେ ସଂଖ୍ୟାଗରିଷ୍ଠ ଦଳ ଭାବେ ଭାଜପାର ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି। ତେଣୁ ଓଡ଼ିଶାର ଲୋକପ୍ରିୟ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ଥାନରେ କିଏ ଭାଜପା ମୁଖ୍ୟମନ୍ତ୍ରୀ ହେବେ ତାହାକୁ ନେଇ କଳ୍ପନା ଜଳପାନ ଆରମ୍ଭ ହୋଇଯାଇଛି। ସଂଖ୍ୟାଗରିଷ୍ଠ ଦଳ ଭାବେ ଭାଜପାର କୌଣସି ପରିଚିତ ମୁହଁ ରାଜ୍ୟବାସୀଙ୍କ ପାଖରେ ନାହିଁ। ସେଥିପାଇଁ ଭାଜପାର କେନ୍ଦ୍ରୀୟ ନେତୃତ୍ବର ଗତାନୁଗତିକ ପୂର୍ବ ଢାଞ୍ଚାକୁ ମନେହୁଏ ଯେପରି ଓଡ଼ିଶାରେ ମଧ୍ୟ ମନୋହରଲାଲ୍ ଖଟ୍ଟରଙ୍କ ଭଳି ଅଜଣା, ଅଶୁଣା କିନ୍ତୁ ଗ୍ରହଣୀୟ ବିଧାୟକ ନେତୃତ୍ବ ନେବାର ସମ୍ଭାବନା ରହିଛିI

ଲୋକ ସଭାର ସ୍ଥିତିକୁ ଦେଖିଲେ ୫୪୩ ଆସନରୁ ଭାଜପା ମୋଟ୍ ୨୪୦ ସିଟ୍ ହାସଲ କରିପାରିଛି। ଏକାକୀ ସରକାର ଗଢ଼ିବା ପାଇଁ ଆବଶ୍ୟକ ସଂଖ୍ୟା ହେଉଛି ୨୭୨। ଅର୍ଥାତ୍ ଭାଜପା କେନ୍ଦ୍ରରେ ମିଳିତ ସରକାର କରିବାକୁ ବାଧ୍ୟ ହେବ। ସେଥିପାଇଁ ଭାଜପାର ଯିଏ ବି ପ୍ରଧାନମନ୍ତ୍ରୀ ହେବେ, ସେହି ବ୍ୟକ୍ତି କେବେହେଲେ ଜିତିଥିବା ଲୋକ ସଭା ପ୍ରାର୍ଥୀଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୁଖ ହେବା ପାଇଁ ସୁଯୋଗ ଦେବେ ନାହିଁ। କାରଣ ବର୍ତ୍ତମାନ ଲୋକ ସଭାରେ ଭାଜପାର ଉପୁଜିଥିବା କଠିନ ପରିସ୍ଥିତି ଯୋଗୁ ଗୋଟିଏ ବି ଆସନ ହଲ୍‌ଚଲ ହେଉ ବୋଲି ଚାହିଁବେ ନାହିଁ।

ସେ ଦୃଷ୍ଟିରୁ ବିଧାନସଭାକୁ ଜିତିଥିବା ପ୍ରାର୍ଥୀଙ୍କ ଭିତରୁ ଜଣେ ମୁଖ୍ୟମନ୍ତ୍ରୀ ହେବେ। କିଏ ହେବେ ତାହା ଏବେ କହିବା ଅସମ୍ଭବ। ଏହାକୁ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି। ଓଡ଼ିଶା ପ୍ରଭାରୀ ବିଜୟପାଲ ସିଂ ତୋମାର ଓ ଭୂପେନ୍ଦ୍ର ଯାଦବ ରାଜ୍ୟ କାର୍ଯ୍ୟାଳୟରେ ଦଳୀୟ ନେତାଙ୍କ ସହିତ ଆଲୋ କରିଛନ୍ତି। ଦଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ମୁଖପାତ୍ର ସମ୍ବିତ ପାତ୍ର, ରାଷ୍ଟ୍ରୀୟ ଉପାଧ୍ଯକ୍ଷ ବୈଜୟନ୍ତ ପଣ୍ଡା, ପ୍ରତାପ ଷଡ଼ଙ୍ଗୀ ପ୍ରମୁଖଙ୍କ ନାମ ମୁଖ୍ୟମନ୍ତ୍ରୀ ପାଇଁ ଚର୍ଚ୍ଚା ହେଉଛି। ଏଥିସହିତ ବିଜେପିରୁ ସାଂସଦଭାବେ ନିର୍ବାଚିତ ହୋଇଥିବା ଭର୍ତ୍ତୃହରି ମହତାବଙ୍କ ସମେତ ଦେଶର କମ୍ପଟ୍ରୋଲର ଆଣ୍ଡ ଅଡ଼ିଟର ଜେନେରାଲ ଅଫ୍ ଇଣ୍ଡିଆ ଥୂବା ଓଡ଼ିଆ ପୁଅ ଗିରୀଶଚନ୍ଦ୍ର ମୁର୍ମୁଙ୍କ ନାମ ମଧ୍ୟ ମୁଖ୍ୟ ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ବିରୋଧରେ ପାକିସ୍ତାନ? ସାଉଦି ଆରବକୁ ପୂର୍ଣ୍ଣ ସମର୍ଥନ ଦେଇ କ୍ରାଉନ ପ୍ରିନ୍ସଙ୍କୁ ଭେଟିବାକୁ ପହଞ୍ଚିଲେ ଶେହବାଜ ସରିଫ

ରିୟାଦ,୧୩।୩: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ସାଉଦି ଯୁବରାଜ ମହମ୍ମଦ ବିନ ସଲମାନଙ୍କ ସହ ଏକ ସ୍ବତନ୍ତ୍ର ସାକ୍ଷାତ କରିଥିଲେ। ଏହି ସାକ୍ଷାତ ଜେଦ୍ଦାରେ ହୋଇଥିଲା। ଆଲୋଚନା…

ନୂଆ ଗ୍ୟାସ୍‌ ସିଲିଣ୍ଡର ବୁକିଂ କରିବାକୁ ନାକେଦମ ହୋଇପଡୁଛନ୍ତି ଗ୍ରାହକ, ଜିଲାପାଳଙ୍କୁ ଭେଟି କଂଗ୍ରେସ କହିଲା…

ଛତ୍ରପୁର,୧୩ା୩(ଦିଲ୍ଲୀପ ସାମଲ): ଏଲ୍‌ପିଜି ବା ରନ୍ଧନ ଗ୍ୟାସ୍‌କୁ ନେଇ ସୃଷ୍ଟି ହୋଇଥିବା ଅଚଳାବସ୍ଥା ବିରୋଧରେ ଗଞ୍ଜାମ ଜିଲା କଂଗ୍ରେସ କମିଟି (ପୂର୍ବ) ପକ୍ଷରୁ ଆନ୍ଦୋଳନ କରାଯାଇଛି। ଏନେଇ…

ମହଙ୍ଗା ହୋଇଯିବ ଇଲେକ୍ଟ୍ରୋନିକ୍‌ ଜିନିଷ : ବିଶେଷଜ୍ଞଙ୍କ ଚେତାବନୀ

ନୂଆଦିଲ୍ଲୀ,୧୩।୩: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ସଂଘର୍ଷ କେବଳ ତେଲ ଏବଂ ଗ୍ୟାସ ମୂଲ୍ୟକୁ ପ୍ରଭାବିତ କରିବ ତାହା ନୁହେଁ। ଏହାର ପ୍ରଭାବ ସୁଦୂରପ୍ରସାରୀ ହେବ ବୋଲି ଆଶା…

ସୁଧୁରୁନି ରାଶନ କାର୍ଡ ବିଭ୍ରାଟ, ଆବେଦନ କରି ଅପେକ୍ଷାରେ ବହୁ ଯୋଗ୍ୟ ବ୍ୟକ୍ତି

ଯାଜପୁର,୧୩ା୩(ହର୍ଷବର୍ଦ୍ଧନ ବେହେରା): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ-୨୦୧୩ ଆଧାରରେ ଓଡ଼ିଶାରେ ରାଶନକାର୍ଡ ହିତାଧିକାରୀ ଚୟନ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ଏହିକ୍ରମରେ ୨୦୧୭ ପଞ୍ଚାୟତ ନିର୍ବାଚନ ପୂର୍ବରୁ ୨୦୧୫ରେ…

ବଡ଼ ଧମକ ଦେଲାଣି ଇରାନ! ବୋମା ପକାଇ ଉଡାଇ ଦେବ ଗ୍ୟାସ ସହ ତେଲ ଡିପୋ, ଆମେରିକାକୁ କହିଲା…

ତେହରାନ୍‌,୧୩।୩: ଇରାନ ଆମେରିକାକୁ ଏକ ଚେତାବନୀ ଦେଇଛି, ଯେଉଁଥିରେ କୁହାଯାଇଛି ଯେ ଏହା ଆମେରିକାକୁ ତା’ର କାର୍ଯ୍ୟ ପାଇଁ ପଶ୍ଚାତାପ କରିବାକୁ ବାଧ୍ୟ କରିବ। ଇରାନ ଘୋଷଣା…

LPG ସଙ୍କଟ: ବନ୍ଦ ହେବ ନାହିଁ ହୋଟେଲ କି ରେସ୍ତୋରାଁ, ସରକାର ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୩।୩: ପଶ୍ଚିମ ଏସିଆରେ ସଂଘର୍ଷ ଯୋଗୁ ସୃଷ୍ଟି ହୋଇଥିବା ବିଶ୍ୱ ଗ୍ୟାସ ସଙ୍କଟ ମଧ୍ୟରେ, ହୋଟେଲ ଏବଂ ରେସ୍ତୋରାଁ ଶିଳ୍ପକୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ସରକାର…

କେଉଁଠୁ ଆସୁଛି ଏତେ ସିଲିଣ୍ଡର? ଘର ସହ ଦୋକାନରୁ ମିଳିଲା ୨୫୦ ସିଲିଣ୍ଡର

ଅରରିଆ,୧୩।୩: ଗୁରୁବାର ବିଳମ୍ବିତ ସାରେ ଫୋର୍ବସଗଞ୍ଜ ସହରର ୱାର୍ଡ ନମ୍ବର ୧୫ର ପୋଖର ବସ୍ତିରେ ଏଲପିଜି ସିଲିଣ୍ଡରର ଅବୈଧ ସଂରକ୍ଷଣ ସମ୍ପର୍କରେ ସୂଚନା ପାଇ, ଏସଡିଓ ଅଭୟ…

ଚାଲିଥିଲା ବ୍ରାଉନସୁଗାର ବେପାର, ମାଡ଼ି ବସିଲା ପୋଲିସ

ବରଗଡ଼,୧୩ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ବ୍ରାଉନସୁଗାର କାରବାରରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ବରଗଡ଼ ଟାଉନ ଥାନା ଅନ୍ତର୍ଗତ ମହାନ୍ତିପଡ଼ାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri