ପର ହେଲା ପରିବାର, ବରିଷ୍ଠ ନାଗରିକ ନିବାସ ନୂଆ ଜୀବନ

ମହାକାଳପଡ଼ା, ୨/୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ):ସମୟ ବଦଳିବା ସାଙ୍ଗକୁ ପରିବାର ପରିବର୍ତ୍ତନ ଦେଖାଦେଉଛି। ଯେଉଁ ମା’ବାପା ଦିନେ ପିଲାଟିକୁ ଜନ୍ମ ଦେଇ ତା’ର ଭବିଷ୍ୟତର ଶୁଭ ଚିନ୍ତନ କରୁଥିଲେ। ସେହି ପିଲା ବଡ଼ ହେବା ପରେ ନିଜ ଜନ୍ମ କଲା ମା’ବାପାଙ୍କୁ ପର କରିଦେଲେ। ଦିନକୁ ମୁଠେ ଖାଇବାକୁ ଦେଲେ ନାହିଁ। ମା’ ବାପାମାନେ କୌଣସି ଉପାୟ ନ ପାଇ ଜୀବନରେ ଶେଷ ରାସ୍ତାକୁ ବାଛି ନୂଆ ଜୀବନ ବିତାଇବା ପାଇଁ ମହାକାଳପଡ଼ା ବ୍ଲକ ଖରିନାସୀରେ ଥିବା ସରକାରୀ ସୀକୃତିପ୍ରାପ୍ତ ବରିଷ୍ଠ ନାଗରିକ ନିବାସରେ ଥଇଥାନ ହୋଇଛନ୍ତି। ମଙ୍ଗଳବାର ବରିଷ୍ଠ ନାଗରିକ ଦିବସ ପାଳନ ଅବସରରେ କୋହ ସମ୍ଭାଳି ପାରୁ ନାହାନ୍ତି ଅଧିକାଂଶ ବୃଦ୍ଧାବୃଦ୍ଧ। ପୁଅ ବୋହୂଙ୍କ ନିର୍ଯାତନା ସହି ନ ପାରି ଘର ଛାଡ଼ିବାକୁ ପଡ଼ିଲା। ଏହି ଘର ଆମ ଶେଷ ଠିକଣା ବୋଲି ନିଜର ମନର ଭାଷା ବଖାଣିଛନ୍ତି। ଏହି ବରିଷ୍ଠ ନିବାସରେ ଜିଲା ତଥା ଜିଲା ବାହାର ବୃଦ୍ଧାବୃଦ୍ଧ ପରିବାରରେ ଅବହେଳିତ ହୋଇଥିବାରୁ ଏମାନଙ୍କୁ ଜିଲା ପ୍ରଶାସନ ପକ୍ଷରୁ ଥଇଥାନ କରାଯାଇଛି ବୋଲି କୁହାଯାଇଛି।
ଜିଲାର ବିଲ ବଳରାମପୁର ଅଞ୍ଚଳର ସୁନାକର ମହାନ୍ତି (୯୦)ଙ୍କ କହିବା କଥା ପରିଣତ ବୟସରେ ପରିବାର ମଧ୍ୟରେ କଳହ ଯୋଗୁ ଘର ଛାଡ଼ିବାକୁ ପଡ଼ିଲା। ନୂଆ ଜୀବନ ବିତାଇବା ପାଇଁ ଏଠାରେ ଭଲରେ ଅଛି ବୋଲି ସେ କହିଛନ୍ତି। ଏହି ଅବସରରେ ମଙ୍ଗଳବାର ପୂର୍ବାହ୍ନରେ ବ୍ଲକର ଜନ କଲ୍ୟାଣ ସେବା ସଂସ୍ଥା ଦ୍ୱାରା ପରିଚାଳିତ ଏହି ବରିଷ୍ଠ ନାଗରିକ ନିବାସରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ପରେ ଆୟୋଜିତ ଏଜ ସଭାରେ ବିଶିଷ୍ଟ ଅତିଥିମାନଙ୍କ ମଧ୍ୟରେ ପୂର୍ବତନ ସେନା ଅଧିକାରୀ ତଥା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରିବେଶ ପରିବର୍ତ୍ତନ ପ୍ରଭାବରେ ପରିବାରରେ ବିବର୍ତ୍ତନ ଘଟୁଛି। ପରିବାର ମଧ୍ୟରେ ବୁଝାମଣା ଅଭାବ ଯୋଗୁ ମା’ବାପାଙ୍କୁ ଝିଅପୁଅ ମାନେ ପର କରିବାକୁ ପଛାଉ ନାହାନ୍ତି। କୌଣସି ପ୍ରକାର ପରିବାରରେ ସମସ୍ୟା ସମାଧାନ ପାଇଁ ଆମ୍ଭେ ପ୍ରୟାସ କରିବୁ ବୋଲି ପରିଡ଼ା ପରାମର୍ଶ ଦେଇଥିଲେ। ଏହି ଅନୁଷ୍ଠାନରେ ୨୫ ଜଣ ବରିଷ୍ଠ ନାଗରିକ କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର ଓ ଖୋର୍ଦ୍ଧା ଜିଲାର ରହିଛନ୍ତି। ଏଠାରେ ଜଣେ ୯୦ ବର୍ଷୀୟ ବୃଦ୍ଧଙ୍କ ଠିକଣା ମିଳୁନି। ବର୍ଷେ ପୂର୍ବେ ଜିଲା ପ୍ରଶାସନ ପକ୍ଷରୁ ଉଦ୍ଧାର କରି ଥଇଥାନ କରାଯାଇଛି ବୋଲି କହିଛନ୍ତି ପରିଚାଳକ। ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ଜମ୍ବୁ ପଞ୍ଚାୟତ ସରପଞ୍ଚ ବିଶ୍ୱଜିତ୍‌ ବସୁ ବରିଷ୍ଠ ନାଗରିକମାନଙ୍କୁ ଦୀର୍ଘାୟୁ ଜୀବନ କାମନା କରିଥିଲେ। ଅବଶିଷ୍ଟ ଜୀବନ ଅତିବାହିତ କରିବା ପାଇଁ ପରିବାର ଲୋକଙ୍କୁ ଛାଡ଼ି ଏଠାରେ ଖୁସିରେ ରହିବାକୁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ସଂସ୍ଥା ସମ୍ପାଦକ ପବିତ୍ର ପରିଡ଼ା କହିଛନ୍ତି, କେନ୍ଦ୍ର ସରକାର ପକ୍ଷରୁ ଗାଇଡ୍‌ଲାଇନ ଜାରି କରାଯାଇଛି, କୌଣସି ବୃଦ୍ଧାବୃଦ୍ଧ ପରିବାରରେ ଅବହେଳିତ ହେଲେ ସେମାନଙ୍କୁ ଆଇନ ସହାୟତା ବିନା ମୂଲ୍ୟରେ ଯୋଗାଇ ଦିଆଯିବ ବୋଲି ଉଲ୍ଲେଖ ରହିଛି। ଆବଶ୍ୟକସ୍ଥଳରେ ବୋହୂପୁଅ, ଝିଅଜ୍ବାଇଁଙ୍କୁ ଦଣ୍ଡ ମିଳିବ। ବହୁ ଉଚ୍ଚ ଶିକ୍ଷିତ ପିଲାମାନେ ମା’ବାପାଙ୍କ ସମ୍ପତ୍ତି ହାସଲ ପରେ ନିର୍ଯାତନା ଦେଇ ଘରୁ ବାହାର କରି ଦେଇଛନ୍ତି। ଉପସ୍ଥିତ ଥିବା ନିବାସ ନିର୍ଦ୍ଦେଶକ ତୁଷାରକାନ୍ତ ସାମନ୍ତରାୟ, ସଭାପତି ବିଶ୍ୱନାଥ ନାୟକ, ବିଶ୍ୱନାଥ ରାଉତରାୟ, ମନୋରଞ୍ଜନ ଜେନା, ରେବତୀ ଗାରୁ, ପୂଜାଲିନି ରାଉତଙ୍କ ସମେତ ସମସ୍ତ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ। ଶେଷରେ ପରିସର ମଧ୍ୟରେ ବରିଷ୍ଠ ନାଗରିକ ଓ ଅଧିକାରୀ ମାନେ ସ୍ବଚ୍ଛ ଭାରତ ଅଭିଯାନକୁ ଜୋରଦାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri