ପର ହେଲା ପରିବାର, ବରିଷ୍ଠ ନାଗରିକ ନିବାସ ନୂଆ ଜୀବନ

ମହାକାଳପଡ଼ା, ୨/୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ):ସମୟ ବଦଳିବା ସାଙ୍ଗକୁ ପରିବାର ପରିବର୍ତ୍ତନ ଦେଖାଦେଉଛି। ଯେଉଁ ମା’ବାପା ଦିନେ ପିଲାଟିକୁ ଜନ୍ମ ଦେଇ ତା’ର ଭବିଷ୍ୟତର ଶୁଭ ଚିନ୍ତନ କରୁଥିଲେ। ସେହି ପିଲା ବଡ଼ ହେବା ପରେ ନିଜ ଜନ୍ମ କଲା ମା’ବାପାଙ୍କୁ ପର କରିଦେଲେ। ଦିନକୁ ମୁଠେ ଖାଇବାକୁ ଦେଲେ ନାହିଁ। ମା’ ବାପାମାନେ କୌଣସି ଉପାୟ ନ ପାଇ ଜୀବନରେ ଶେଷ ରାସ୍ତାକୁ ବାଛି ନୂଆ ଜୀବନ ବିତାଇବା ପାଇଁ ମହାକାଳପଡ଼ା ବ୍ଲକ ଖରିନାସୀରେ ଥିବା ସରକାରୀ ସୀକୃତିପ୍ରାପ୍ତ ବରିଷ୍ଠ ନାଗରିକ ନିବାସରେ ଥଇଥାନ ହୋଇଛନ୍ତି। ମଙ୍ଗଳବାର ବରିଷ୍ଠ ନାଗରିକ ଦିବସ ପାଳନ ଅବସରରେ କୋହ ସମ୍ଭାଳି ପାରୁ ନାହାନ୍ତି ଅଧିକାଂଶ ବୃଦ୍ଧାବୃଦ୍ଧ। ପୁଅ ବୋହୂଙ୍କ ନିର୍ଯାତନା ସହି ନ ପାରି ଘର ଛାଡ଼ିବାକୁ ପଡ଼ିଲା। ଏହି ଘର ଆମ ଶେଷ ଠିକଣା ବୋଲି ନିଜର ମନର ଭାଷା ବଖାଣିଛନ୍ତି। ଏହି ବରିଷ୍ଠ ନିବାସରେ ଜିଲା ତଥା ଜିଲା ବାହାର ବୃଦ୍ଧାବୃଦ୍ଧ ପରିବାରରେ ଅବହେଳିତ ହୋଇଥିବାରୁ ଏମାନଙ୍କୁ ଜିଲା ପ୍ରଶାସନ ପକ୍ଷରୁ ଥଇଥାନ କରାଯାଇଛି ବୋଲି କୁହାଯାଇଛି।
ଜିଲାର ବିଲ ବଳରାମପୁର ଅଞ୍ଚଳର ସୁନାକର ମହାନ୍ତି (୯୦)ଙ୍କ କହିବା କଥା ପରିଣତ ବୟସରେ ପରିବାର ମଧ୍ୟରେ କଳହ ଯୋଗୁ ଘର ଛାଡ଼ିବାକୁ ପଡ଼ିଲା। ନୂଆ ଜୀବନ ବିତାଇବା ପାଇଁ ଏଠାରେ ଭଲରେ ଅଛି ବୋଲି ସେ କହିଛନ୍ତି। ଏହି ଅବସରରେ ମଙ୍ଗଳବାର ପୂର୍ବାହ୍ନରେ ବ୍ଲକର ଜନ କଲ୍ୟାଣ ସେବା ସଂସ୍ଥା ଦ୍ୱାରା ପରିଚାଳିତ ଏହି ବରିଷ୍ଠ ନାଗରିକ ନିବାସରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ପରେ ଆୟୋଜିତ ଏଜ ସଭାରେ ବିଶିଷ୍ଟ ଅତିଥିମାନଙ୍କ ମଧ୍ୟରେ ପୂର୍ବତନ ସେନା ଅଧିକାରୀ ତଥା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରିବେଶ ପରିବର୍ତ୍ତନ ପ୍ରଭାବରେ ପରିବାରରେ ବିବର୍ତ୍ତନ ଘଟୁଛି। ପରିବାର ମଧ୍ୟରେ ବୁଝାମଣା ଅଭାବ ଯୋଗୁ ମା’ବାପାଙ୍କୁ ଝିଅପୁଅ ମାନେ ପର କରିବାକୁ ପଛାଉ ନାହାନ୍ତି। କୌଣସି ପ୍ରକାର ପରିବାରରେ ସମସ୍ୟା ସମାଧାନ ପାଇଁ ଆମ୍ଭେ ପ୍ରୟାସ କରିବୁ ବୋଲି ପରିଡ଼ା ପରାମର୍ଶ ଦେଇଥିଲେ। ଏହି ଅନୁଷ୍ଠାନରେ ୨୫ ଜଣ ବରିଷ୍ଠ ନାଗରିକ କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର ଓ ଖୋର୍ଦ୍ଧା ଜିଲାର ରହିଛନ୍ତି। ଏଠାରେ ଜଣେ ୯୦ ବର୍ଷୀୟ ବୃଦ୍ଧଙ୍କ ଠିକଣା ମିଳୁନି। ବର୍ଷେ ପୂର୍ବେ ଜିଲା ପ୍ରଶାସନ ପକ୍ଷରୁ ଉଦ୍ଧାର କରି ଥଇଥାନ କରାଯାଇଛି ବୋଲି କହିଛନ୍ତି ପରିଚାଳକ। ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ଜମ୍ବୁ ପଞ୍ଚାୟତ ସରପଞ୍ଚ ବିଶ୍ୱଜିତ୍‌ ବସୁ ବରିଷ୍ଠ ନାଗରିକମାନଙ୍କୁ ଦୀର୍ଘାୟୁ ଜୀବନ କାମନା କରିଥିଲେ। ଅବଶିଷ୍ଟ ଜୀବନ ଅତିବାହିତ କରିବା ପାଇଁ ପରିବାର ଲୋକଙ୍କୁ ଛାଡ଼ି ଏଠାରେ ଖୁସିରେ ରହିବାକୁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ସଂସ୍ଥା ସମ୍ପାଦକ ପବିତ୍ର ପରିଡ଼ା କହିଛନ୍ତି, କେନ୍ଦ୍ର ସରକାର ପକ୍ଷରୁ ଗାଇଡ୍‌ଲାଇନ ଜାରି କରାଯାଇଛି, କୌଣସି ବୃଦ୍ଧାବୃଦ୍ଧ ପରିବାରରେ ଅବହେଳିତ ହେଲେ ସେମାନଙ୍କୁ ଆଇନ ସହାୟତା ବିନା ମୂଲ୍ୟରେ ଯୋଗାଇ ଦିଆଯିବ ବୋଲି ଉଲ୍ଲେଖ ରହିଛି। ଆବଶ୍ୟକସ୍ଥଳରେ ବୋହୂପୁଅ, ଝିଅଜ୍ବାଇଁଙ୍କୁ ଦଣ୍ଡ ମିଳିବ। ବହୁ ଉଚ୍ଚ ଶିକ୍ଷିତ ପିଲାମାନେ ମା’ବାପାଙ୍କ ସମ୍ପତ୍ତି ହାସଲ ପରେ ନିର୍ଯାତନା ଦେଇ ଘରୁ ବାହାର କରି ଦେଇଛନ୍ତି। ଉପସ୍ଥିତ ଥିବା ନିବାସ ନିର୍ଦ୍ଦେଶକ ତୁଷାରକାନ୍ତ ସାମନ୍ତରାୟ, ସଭାପତି ବିଶ୍ୱନାଥ ନାୟକ, ବିଶ୍ୱନାଥ ରାଉତରାୟ, ମନୋରଞ୍ଜନ ଜେନା, ରେବତୀ ଗାରୁ, ପୂଜାଲିନି ରାଉତଙ୍କ ସମେତ ସମସ୍ତ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ। ଶେଷରେ ପରିସର ମଧ୍ୟରେ ବରିଷ୍ଠ ନାଗରିକ ଓ ଅଧିକାରୀ ମାନେ ସ୍ବଚ୍ଛ ଭାରତ ଅଭିଯାନକୁ ଜୋରଦାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri