ଘରେ ଶୋଇଥିବାବେଳେ ଜୀବନ୍ତ ଜଳିଗଲେ ଖବରକାଗଜ ବିତରକ: ଖେଳିଗଲା ଶୋକର ଛାୟା

ବଞ୍ଚୋ,୬।୩(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ଥାନା ନିକଟ ବଡ଼ଦାଣ୍ଡ ସାହିରେ ଏକ ଦୁଃଖଦ ଘଟଣା ଘଟିଛି। ଘରେ ଶୋଇଥିବା ଅବସ୍ଥାରେ ଜଣେ ଯୁବକ ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁବରଣ କରିଛନ୍ତି। ମୃତକ ହେଲେ ବଡ଼ଦାଣ୍ଡ ସାହିର ୪୨ ବର୍ଷୀୟ ଦେବେନ୍ଦ୍ର ମିଶ୍ର।
ସୂଚନା ଅନୁସାରେ, ଦେବେନ୍ଦ୍ର ମିଶ୍ର ଜଣେ ଖବରକାଗଜ ବିତରକ ଥିଲେ। ସେ ଘରେ ଶୋଇଥିବା ସମୟରେ ହଠାତ୍‌ ନିଆଁ ଲାଗିଯାଇଥିବାରୁ ସେ ଗୁରୁତର ଭାବେ ଦଗ୍ଧ ହୋଇ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା କୁହାଯାଉଛି। ତେବେ ନିଆଁ ଲାଗିବାର ସଠିକ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ।
ଘଟଣାର ସୂଚନା ପାଇ ଆନନ୍ଦପୁର ପୋଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଦୁର୍ଘଟଣା ପରେ ମୃତକଙ୍କ ପରିବାର ଲୋକେ ସରକାରଙ୍କ ପକ୍ଷରୁ ଯଥୋଚିତ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି।
ଘଟଣାଟି ଅଞ୍ଚଳରେ ଶୋକର ଛାୟା ସୃଷ୍ଟି କରିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ମା’ ତାରାତାରିଣୀଙ୍କ ଚୈତ୍ରଯାତ୍ରା ଲାଗି ପ୍ରସ୍ତୁତି ବଳି ପକାଇଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

ପୁରୁଷୋତ୍ତମପୁର,୬ା୩ (ସବିତା ମିଶ୍ର): ଚଳିତବର୍ଷ ମାର୍ଚ୍ଚ ୧୦ରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ଯାତ୍ରା ଆରମ୍ଭ ହେବ। ଏନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ…

ନୀତିଶ ଯିବେ ଦିଲ୍ଲୀ, ବିହାର ସମ୍ଭାଳିବେ ପୁଅ; କାଲିଠାରୁ ସକ୍ରିୟ ରାଜନୀତିରେ ଏଣ୍ଟ୍ରି, ହୋଇପାରନ୍ତି Dy CM

ପାଟନା,୬।୩: ବିହାର ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ରାଜନୀତି ଛାଡ଼ି ଜାତୀୟ ରାଜନୀତିକୁ ଯିବା ପ୍ରାୟତଃ ସ୍ପଷ୍ଟ…

ଇରାନକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ବିନା ସର୍ତ୍ତରେ ଆତ୍ମସମର୍ପଣ କର, ନଚେତ୍…

ୱାଶିଂଟନ/ତେହେରାନ,୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହ ଚାଲିଥିବା ଯୁଦ୍ଧକୁ ନେଇ ବଡ଼ ବୟାନ ଦେଇଛନ୍ତି। ଶୁକ୍ରବାର ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ’ଟ୍ରୁଥ ସୋସିଆଲ’…

କେସିଙ୍ଗା ଆଦର୍ଶ ଥାନା ଉଦ୍‌ଘାଟନ କଲେ ସ୍ବରାଷ୍ଟ୍ର ମନ୍ତ୍ରୀ

କେସିଙ୍ଗା,୬।୩(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ଥାନାର ଶୁଭ ଉଦ୍‌ଘାଟନ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା  ଶୁକ୍ରବାର ସନ୍ଧ୍ୟାରେ ଉଦ୍‌ଘାଟିତ…

ସୂର୍ଯ୍ୟ-ଗମ୍ଭୀରଙ୍କ ହଜିଲା ନିଦ…ଫାଇନାଲ ପୂର୍ୱରୁ ଟେନଶନରେ ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୬।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର କେବଳ ଏକ ମ୍ୟାଚ ନୁହେଁ, ବରଂ 2023 ର କ୍ଷତର ହିସାବ ହେବ! ନ୍ୟୁଜିଲାଣ୍ଡ ବିପକ୍ଷରେ T20 ବିଶ୍ୱକପ…

ହାଇଦ୍ରାବାଦରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

କୋକସରା,୬।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାମଧନ୍ଦା ନ ପାଇ ହାଇଦ୍ରାବାଦ ସହରକୁ ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ…

ଏହି ଖେଳାଳି ହେବେ ‘ପ୍ଲେୟାର ଅଫ ଦି ମ୍ୟାଚ’! ଫାଇନାଲ ପୂର୍ୱରୁ ସଞ୍ଜୁ ସାମସନଙ୍କ ବଡ଼ ଭବିଷ୍ୟବାଣୀ…

ନୂଆଦିଲ୍ଲୀ,୬।୩: ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ୍‌ର ଗ୍ରାଣ୍ଡ ଫିନାଲେ ମୁକାବିଲା ମାର୍ଚ୍ଚ ୮ ତାରିଖରେ ଖେଳାଯିବ । ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ ଟିମ୍ ଇଣ୍ଡିଆ…

ଯେବେ ରାତି ୧୧ରେ ଯୁବତୀଙ୍କୁ ମେସେଜ କରିଥିଲେ ସଞ୍ଜୁ ସାମସନ, ଜଣା ନ ଥିଲା ଏମିତି ହୋଇଯିବ…

ନୂଆଦିଲ୍ଲୀ,୬।୩: ବର୍ତ୍ତମାନ ସବୁଠି କେବଳ ଗୋଟିଏ ନାମ ଚର୍ଚ୍ଚା ହେଉଛି: ତାହା ହେଲା ସଞ୍ଜୁ ସାମସନ। ତାଙ୍କର ଆଶ୍ଚର୍ଯ୍ୟଜନକ ବ୍ୟାଟିଂ ସହିତ, ଏହି ଓପନର ଏକାକୀ ICC…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri