ଭୁବନେଶ୍ୱର, ୨୪ା୯(ସନ୍ତୋଷ କୁମାର ବେହେରା): ଦେଶର ଅଗ୍ରଣୀ ନ୍ୟୁବର୍ଗ ଡାଇଗ୍ନୋଷ୍ଟିକ୍ସ ସମଗ୍ର ଓଡ଼ିଶାରେ ଉଚ୍ଚମାନର ସୁଲଭ ତଥା ଉନ୍ନତମାନର ଡାଇଗ୍ନୋଷ୍ଟିକ ସେବା ଉପଲବ୍ଧ କରାଇବା ପାଇଁ ଭୁବନେଶ୍ୱରସ୍ଥିତ ପ୍ରୋଲାଇଫ ଡାଇଗ୍ନୋଷ୍ଟିକ୍ସ ସହିତ ଏକ ମିଳିତ ଉଦ୍ୟୋଗ ସ୍ଥାପନ କରିଛି। ଏହି ନୂତନ ଉଦ୍ୟୋଗ ‘ନ୍ୟୁବର୍ଗ ପ୍ରୋଲାଇଫ’ ଭାବେ ଉନ୍ନତ ରୋଗ ନିର୍ଣ୍ଣୟ କ୍ଷମତା ରଖିବା ସହିତ ଉଚ୍ଚସ୍ତରୀୟ ଜ୍ଞାନକୌଶଳ, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଆଧାରିତ ଆଇଟି ପ୍ଲାଟଫର୍ମ ଏବଂ ଗୁଣବତ୍ତା ବ୍ୟବସ୍ଥାକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରିବ ବୋଲି କୁହାଯାଇଛି ା ନ୍ୟୁବର୍ଗ ଡାଏଗ୍ନୋଷ୍ଟିକ୍ସର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଜି.ଏସ.କେ. ଭେଲୁ କହିଛନ୍ତି, ଜାତୀୟ ସ୍ତରରେ ସମ୍ପ୍ରସାରଣ ଯାତ୍ରାରେ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ବଜାର, ଯେଉଁଠାରେ ପ୍ରମୁଖ ସହରାଞ୍ଚଳ ବାହାରେ ମଧ୍ୟ ଗୁଣାତ୍ମକ ତଥା ଉନ୍ନତ ରୋଗ ନିର୍ଣ୍ଣାୟକ ସେବାର ଉପଲବ୍ଧତାକୁ ବୃଦ୍ଧି କରିବାର ଯଥେଷ୍ଟ ସମ୍ଭାବନା ରହିଛି । ନ୍ୟୁବର୍ଗ ପଲ୍ସ ଡାଇଗ୍ନୋଷ୍ଟିକ୍ସର ସିଇଓ ତଥା ପରିଚାଳନା ନିର୍ଦ୍ଦେଶିକା ସୁନୈନା ବିହାନୀ କହିଛନ୍ତି, ଆଧ୍ୟାତ୍ମିକତାର ଭୂମି ଓଡ଼ିଶା ଏକ ପ୍ରତିଶ୍ରୁତିପୂର୍ଣ୍ଣ ପ୍ରଗତିଶୀଳ ବଜାର ଭାବରେ ଉଭା ହେଉଛି । ପ୍ରୋଲାଇଫ ଡାଇଗ୍ନୋଷ୍ଟିକ୍ସର ସିଇଓ ତଥା ନିର୍ଦ୍ଦେଶକ ଡାକ୍ତର ମାନସ ବୈଶାଖ କହିଛନ୍ତି, ଲକ୍ଷଣ ପ୍ରକାଶ ପାଇବା ପରେ ରୋଗ ଚିହ୍ନଟ କରିବା ପରିବର୍ତ୍ତେ ପୂର୍ବରୁ ବିପଦକୁ ଆକଳନ କରି ବ୍ୟକ୍ତିଗତ ସ୍ବାସ୍ଥ୍ୟସେବା ସୁନିଶ୍ଚିତ କରିବା ଦିଗରେ ଡାଇଗ୍ନୋଷ୍ଟିକ୍ସ କ୍ଷେତ୍ର ଦ୍ରୁତଗତିରେ ବିକଶିତ ହେଉଛି। ପ୍ରୋଲାଇଫ ଡାଇଗ୍ନୋଷ୍ଟିକ୍ସର ନିର୍ଦ୍ଦେଶକ ତଥା ଦେଶର ଜଣେ ପ୍ରତିଷ୍ଠିତ ରେଡିଓଲୋଜିଷ୍ଟ ଡକ୍ଟର ସତ୍ୟସୁନ୍ଦର ମହାପାତ୍ର କହିଛନ୍ତି, ଏହି ରଣନୈତିକ ସହଭାଗିତା ମାଧ୍ୟମରେ ନ୍ୟୁବର୍ଗ ପ୍ରୋଲାଇଫ ରାଜ୍ୟବ୍ୟାପୀ ଏକ ସୁଦୃଢ଼ ଡାଇଗ୍ନୋଷ୍ଟିକ ପ୍ଲାଟଫର୍ମ ଗଠନ କରିବାକୁ ଲକ୍ଷ୍ୟ ରଖିଛି ।