Categories: ଖେଳ

ଓ୍ବିଲିୟମସନଙ୍କ ଶତକ ରୋକିଦେଲେ ଫ୍ୟାନ୍‌

ମାଉଣ୍ଟ ମାଉଙ୍ଗାନୁଇ,୨୬।୧୨: ଏଠାରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନ ଦୁଇ ଦଳ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା। ଘରୋଇ ଦଳର ଅଧିନାୟକ କେନ ଓ୍ବିଲିୟମସନ ୯୪ ରନ୍‌ କରି ଅପରାଜିତ ଅଛନ୍ତି। ତେବେ ଶତକ ପୂରଣ ନ କରିପାରିବାର କାରଣ ତାଙ୍କ ଧିମା ବ୍ୟାଟିଂ ନୁହେଁ, ବରଂ ଜଣେ ପୂରା ନଗ୍ନ ଫ୍ୟାନ।

ମ୍ୟାଚ୍‌ ବେଳେ ଜଣେ ଫ୍ୟାନ ବିନା ପୋଷାକରେ ସୁରକ୍ଷା କର୍ଡନ ଡେଇଁ ଗ୍ରାଉଣ୍ଡରେ ପ୍ରବେଶ କରି ଏଣେ ତେଣେ ଦୌଡ଼ିଥିଲେ। କିଛି ସମୟର ସଂଘର୍ଷ ପରେ ତାଙ୍କୁ ଗ୍ରାଉଣ୍ଡ ବାହାରକୁ ଧରି ନେଇଥିଲେ ଉପସ୍ଥିତ ସୁରକ୍ଷାକର୍ମୀମାନେ। ଏହି କାରଣରୁ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା ଖେଳ। ନ୍ୟୁଜିଲାଣ୍ଡ ଅଧିନାୟକ ଓ୍ବିଲିୟମସନ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନ କ୍ୟାରିୟରର ୨୩ତମ ଶତକ ହାସଲରୁ ବଞ୍ଚତ୍ତ ହେବା ପାଇଁ ଏହା ଘଟଣାକୁ ଦାୟୀ କରିଛନ୍ତି କିଛି ପ୍ରଶଂସକ। ସୁରକ୍ଷାକର୍ମୀଙ୍କ ଫିଟ୍‌ନେସ ଉପରେ ପ୍ରଶ୍ନ ଉଠାଇଛି ଅନ୍ୟ ଏକ ପ୍ରଶଂସକଙ୍କ ଗ୍ରୁପ।

Share