Posted inଖେଳ

ପାକିସ୍ତାନକୁ ୯ ଉଇକେଟରେ ହରାଇଲା ନ୍ୟୁଜିଲାଣ୍ଡ

ହାମିଲ୍‌ଟନ, ୨୧ା୧୨ (ଏପି)-ସ୍ଥାନୀୟ ସେଡନ ପାର୍କଠାରେ ରବିବାର ଅନୁଷ୍ଠିତ ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଟି୨୦ରେ ନ୍ୟୁଜିଲାଣ୍ଡ ୯ ଉଇକେଟରେ ବିଜୟ ଲାଭ କରିଛି। ଓପନର ଟିମ୍‌ ସିଫର୍ଟଙ୍କ ଉପଯୋଗୀ ୮୪ରନ ଏବଂ କେନ୍‌ ଓ୍ବିଲିୟମସନଙ୍କ ସହ ତାଙ୍କର ୧୨୯ରନର ପାର୍ଟନରଶିପ୍‌ ଯୋଗୁ ଦଳ ସହଜରେ ମ୍ୟାଚ ଜିତିନେଇଥିଲା। ରବିବାର ଏହି ବିଜୟ ଦ୍ୱାରା ଘରୋଇ ଦଳ ୩ ମ୍ୟାଚବିଶିଷ୍ଟ ଟି୨୦ ସିରିଜରେ ୨-୦ରେ ଅଗ୍ରଣୀ ସହ ଆଗୁଆ ସିରିଜ କବ୍‌ଜା କରିନେଇଛି। ଓ୍ବିଲିୟମସନ ୫୭ ରନ କରି ଅପରାଜିତ ରହିଥିଲେ। ନ୍ୟୁଜିଲାଣ୍ଡ ୪ଟି ବଲ ବାକିଥାଇ ପାକିସ୍ତାନର ମୋଟ ସ୍କୋର ୧୬୩/୬କୁ ଅତିକ୍ରମ କରିଯାଇଥିଲା। ସିଫର୍ଟ ତାଙ୍କ ଇନିଂସରେ ୬୩ଟି ବଲର ସାମ୍ନା କରିଥିଲେ। ଫ୍ଲାଟ୍‌ ଉଇକେଟରେ ପାକିସ୍ତାନର ଅସ୍ଥିର ବୋଲିଂର ଫାଇଦା ଉଠାଇ ସେ ନିଜ ଇଚ୍ଛା ମୁତାବକ ଶର୍ଟ ଖେଳିଥିଲେ। ସେ ୮ ଚୌକା ଓ ୩ ଛକା ଲଗାଇଥିଲେ। ଅନ୍ୟପକ୍ଷରେ ଓ୍ବିଲିୟମସନ ତାଙ୍କ ୧୨ତମ ଟି୨୦ ଅର୍ଦ୍ଧଶତକ ୩୭ଟି ବଲରେ ହାସଲ କରିଥିଲେ। ଟସ୍‌ରେ ହାରି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ଏକ ଚ୍ୟାଲେଞ୍ଜିଂ ସ୍କୋର କରିବାରେ ବିଫଳ ହୋଇଥିଲା। ଭେଟେରାନ ମହମ୍ମଦ ହାଫିଜଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ କ୍ରିଜ୍‌ରେ ଅଧିକ ସମୟ ତିଷ୍ଠି ପାରି ନ ଥିଲେ। ହାଫିଜ ଅନ୍ତର୍ଜାତୀୟ ଟି୨୦ରେ ତାଙ୍କ କ୍ୟାରିୟର ଶ୍ରେଷ୍ଠ ୯୯ରନ କରି ଅପରାଜିତ ରହିଥିଲେ।
ସଂକ୍ଷିପ୍ତ ସ୍କୋର
ପାକିସ୍ତାନ: ୨୦ ଓଭରରେ ୧୬୩/୬ (ହାଫିଜ୍‌-୯୯*, ମହମ୍ମଦ ରିଜଓ୍ବାନ-୨୨, ଟିମ୍‌ ସୌଦି-୪/୨୧)।
ନ୍ୟୁଜିଲାଣ୍ଡ: ୧୯.୨ ଓଭରରେ ୧୬୪/୧ (ଟିମ୍‌ ସିଫର୍ଟ-୮୪*, କେନ୍‌ ଓ୍ବିଲିୟମସନ-୫୭*, ଫାହିମ୍‌ ଅଶ୍ରଫ୍‌-୧/୧୯)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଘୋଷଣା ହେଲା ତାରିଖ ଏବଂ ସ୍ଥାନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୩: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୮ମ ସଂସ୍କରଣ ୨୦୨୭ ଅକ୍ଟୋବର ୨୯ରୁ ନଭେମ୍ବର ୪ ମାଲ୍‌ଟା ଓ ଗୋଜୋରେ ହେବ। ଉଦ୍‌ଘାଟନୀ ଉତ୍ସବ ଅକ୍ଟୋବର ୨୯ରେ ଏହାପଛକୁ ଅକ୍ଟୋବର…

IPL 2026 ପୂର୍ବରୁ CSKକୁ ବଡ଼ ଝଟ୍‌କା, ପୁରା ସିଜନ୍‌ରୁ ବାଦ୍‌ ପଡ଼ିଲେ ଘାତକ ବୋଲର୍‌…

ନୂଆଦିଲ୍ଲୀ,୧୯।୩: ଗତ ସିଜନର ଖରାପ ପ୍ରଦର୍ଶନକୁ ପଛରେ ପକାଇ ଆଇପିଏଲ୍‌ ୨୦୨୬ରେ ନୂଆ ଆଶା ଓ ଉତ୍ସାହ ସହ ପଡ଼ିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ଚେନ୍ନାଇ ସୁପର…

ଇଶାନ କିଷାନଙ୍କୁ ବଡ ଦାୟିତ୍ୱ ଦେଲା ସନରାଇଜର୍ସ ହାଇଦ୍ରାବାଦ, କମିନ୍ସଙ୍କ ଅନୁପସ୍ଥିତିରେ…

ହାଇଦ୍ରାବାଦ,୧୮।୩: ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ୨୦୨୬ ସିଜନ ଆରମ୍ଭ ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦ (SRH) ଏକ ବଡ଼ ଘୋଷଣା କରିଛି। ଦଳର ନିୟମିତ ଅଧିନାୟକ ପ୍ୟାଟ୍…

Video: କ୍ରିକେଟରରୁ ପାଇଲଟ ହେଲେ ଗ୍ଲେନ୍ ଫିଲିପ୍ସ, ଯଦି ଟଙ୍କା ଥା’ନ୍ତା….

ନୂଆଦିଲ୍ଲୀ,୧୮।୩: ନ୍ୟୁଜିଲାଣ୍ଡର ଷ୍ଟାର କ୍ରିକେଟର ଗ୍ଲେନ୍ ଫିଲିପ୍ସ କେବଳ କ୍ରିକେଟ୍ ପଡ଼ିଆରେ ଜଣେ ଅଲରାଉଣ୍ଡର ନୁହଁନ୍ତି, ବରଂ ଅନ୍ୟାନ୍ୟ କାର୍ଯ୍ୟରେ ମଧ୍ୟ ତାଙ୍କର ଅଲରାଉଣ୍ଡର କ୍ଷମତା ରହିଛି…

ଜସପ୍ରିତ ବୁମରା ଏବଂ ଅକ୍ଷର ପଟେଲଙ୍କ ଦରମା ବଢ଼ାଇବ BCCI, ମିଳିବ ଏତେ କୋଟି

ନୂଆଦିଲ୍ଲୀ,୧୮।୩: ଜସପ୍ରିତ ବୁମରାହ ଏବଂ ଅକ୍ଷର ପଟେଲ ନିରନ୍ତର ଭଲ ପ୍ରଦର୍ଶନ କରିଆସୁଛନ୍ତି । ଏହା ସତ୍ତ୍ୱେ, କେନ୍ଦ୍ରୀୟ ଚୁକ୍ତିନାମା ଅନୁଯାୟୀ ସେମାନଙ୍କର ଦରମା ହ୍ରାସ କରାଯାଇଥିଲା।…

PSL 2026: ହାଇଦ୍ରାବାଦ ଅଧିନାୟକ ହେଲେ ମାର୍ନସ ଲାବୁସେନ, ଚମକାଇଲା ନିଷ୍ପତ୍ତି

କରାଚୀ,୧୭।୩: ଅଷ୍ଟ୍ରେଲିଆର ଷ୍ଟାର୍‌ ବ୍ୟାଟର ମାର୍ନସ ଲାବୁସେନ ପ୍ରଥମ ଥର ପାଇଁ ପାକିସ୍ତାନ ସୁପର ଲିଗ (PSL) ଖେଳିବାକୁ ଯାଉଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ପଦାର୍ପଣ…

ସିରିଜ୍‌କୁ ୧-୧ରେ ବରାବର କଲା ନ୍ୟୁଜିଲାଣ୍ଡ

ହାମିଲଟନ,୧୭ା୩: ଡେଭନ କନଓ୍ବେଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୬୮ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ନ୍ୟୁଜିଲାଣ୍ଡ…

ରୋହିତଙ୍କ ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ସ୍ବତନ୍ତ୍ର ପ୍ଲାନ! କେମିତି ଖେଳିବେ ସେ ନେଇ ସ୍ପଷ୍ଟ କଲେ ହେଡ୍‌ କୋଚ୍‌

ମୁମ୍ବାଇ,୧୭।୩: ଇଣ୍ଡିଆନ ପ୍ରିମିୟର ଲିଗ (IPL) ୨୦୨୬ ପାଇଁ ପ୍ରସ୍ତୁତି ଏବେ ଜୋରଦାର ଚାଲିଛି। ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଅଧିନାୟକ ତଥା ଷ୍ଟାର୍‌ ବ୍ୟାଟର ରୋହିତ ଶର୍ମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri