Posted inଖେଳ

୫ ଛକା, ୩୮ ଚୌକା… ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲରେ ଇତିହାସ ରଚିଲା ନ୍ୟୁଜିଲାଣ୍ଡ

ଇସଲାମାବାଦ,୫।୩: ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ଚମତ୍କାର ପ୍ରଦର୍ଶନ କରିଛି। ନ୍ୟୁଜିଲାଣ୍ଡ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫୦ ଓଭରରେ ୩୬୨ ରନ କରିଛି, ଯାହାକି ଏକ ବଡ଼ ରେକର୍ଡ। ଦଳ ପକ୍ଷରୁ ୨ ଜଣ ବ୍ୟାଟ୍ସମ୍ୟାନ ଶତକ ହାସଲ କରିଥିଲେ। ରାଚିନ ରବିନ୍ଦ୍ର ୧୦୮ ରନ୍‌ ଏବଂ କେନ ୱିଲିୟମସନ ୧୦୨ ରନର ଇନିଂସ ଖେଳିଥିଲେ। ଡାରିଲ ମିଚେଲ ଏବଂ ଗ୍ଲେନ ଫିଲିପ୍ସ ମଧ୍ୟ ୪୯-୪୯ ରନ୍‌ କରି ନ୍ୟୁଜିଲାଣ୍ଡକୁ ଏହି ବିଶାଳ ସ୍କୋରରେ ପହଞ୍ଚାଇଥିଲେ। ଏହି ସ୍କୋର ସହ ନ୍ୟୁଜିଲାଣ୍ଡ ଦଳ ଅନେକ ରେକର୍ଡ ଭାଙ୍ଗିଛି।

ପ୍ରଥମଟି ହେଲା ଚାମ୍ପିଅନ୍ସ ଟ୍ରଫି ଇତିହାସରେ ନ୍ୟୁଜିଲାଣ୍ଡ ଦଳ ସର୍ବାଧିକ ସ୍କୋର କରିବାର ସଫଳତା ହାସଲ କରିଛି। ଏହି ଟୁର୍ନାମେଣ୍ଟରେ ଅଷ୍ଟ୍ରେଲିଆ ଇଂଲଣ୍ଡ ବିପକ୍ଷରେ ୩୫୬ ରନ କରି ଏହି ରେକର୍ଡ କରିଥିଲା, କିନ୍ତୁ ନ୍ୟୁଜିଲାଣ୍ଡ ଏବେ ଏହାକୁ ଭାଙ୍ଗି ଦେଇଛି। ତେବେ ଚାମ୍ପିଅନ୍ସ ଟ୍ରଫି ଇତିହାସରେ ୩ ଥର ୩୫୦ ରୁ ଅଧିକ ସ୍କୋର ହୋଇଛି ଏବଂ ଏହି ସିଜିନରେ ତିନିଥର ଏହି ସଫଳତା ଘଟିଛି।

ପ୍ରଥମ ଥର ପାଇଁ ନ୍ୟୁଜିଲାଣ୍ଡ ବିଦେଶରେ ICC ODI ଟୁର୍ନାମେଣ୍ଟର ନକଆଉଟ୍‌ ଇତିହାସରେ ସର୍ବାଧିକ ସ୍କୋର କରିଛି। ଦଳ ପୂର୍ବରୁ ୨୦୧୫ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ୩୯୩ ରନ କରିଥିଲା, ସେହି ସ୍କୋର ୱେଲିଙ୍ଗଟନରେ ହୋଇଥିଲା। ଚାମ୍ପିଅନ୍ସ ଟ୍ରଫି ମ୍ୟାଚ୍‌ର ଏକ ଇନିଂସରେ ସର୍ବାଧିକ ଚୌକା ମାରିବାର ନିଜସ୍ବ ରେକର୍ଡ ମଧ୍ୟ ଦଳ ଭାଙ୍ଗିଛି। ୨୦୦୪ ମସିହାରେ ନ୍ୟୁଜିଲ୍ୟାଣ୍ଡ ଆମେରିକା ବିପକ୍ଷରେ ୪୦ଟି ବାଉଣ୍ଡାରୀ ମାରିଥିଲା, କିନ୍ତୁ ଏଥର ଲାହୋରରେ ଏହି ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୪୩ଟି ବାଉଣ୍ଡାରୀ ମାରିଛି। ତଥାପି ଚାମ୍ପିଅନ୍ସ ଟ୍ରଫିରେ ସର୍ବାଧିକ ଚୌକା ମାରିବାର(୪୫) ରେକର୍ଡ ଅଷ୍ଟ୍ରେଲିଆର ନାମରେ ରହିଛି, ଯାହା ଦଳ ଲାହୋରରେ ହିଁ ହାସଲ କରିଥିଲା।

ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ପ୍ରବେଶ କରିବାର ସୁଯୋଗ ନ୍ୟୁଜିଲାଣ୍ଡ ପାଖରେ ଅଛି। ଆଇସିସି ଟୁର୍ନାମେଣ୍ଟ ଇତିହାସରେ, କୌଣସି ଦଳ କେବେ ବି ୩୦୦ ରୁ ଅଧିକ ରନର ଟାର୍ଗେଟ ହାସଲ କରିପାରି ନାହିଁ। ହେଲେ ଏହି ଟୁର୍ନାମେଣ୍ଟରେ, ଅଷ୍ଟ୍ରେଲିଆ ଲିଗ ମ୍ୟାଚ୍‌ରେ ଇଂଲଣ୍ଡ ବିପକ୍ଷରେ ଏହି ସଫଳତା ହାସଲ କରିଥିଲା। ଯଦି ନ୍ୟୁଜିଲ୍ୟାଣ୍ଡ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରେ, ତେବେ ଏହା ୯ ମାର୍ଚ୍ଚରେ ଟାଇଟଲ ମୁକାବିଲାରେ ଭାରତକୁ ଭେଟିବ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri