ନ୍ୟୁ ଇୟର୍‌ ଅଫିସ୍‌ ପାର୍ଟି ଲୁକ୍‌: ଜାଣନ୍ତୁ କିଭଳି ପାଇବେ ଷ୍ଟାଇଲିଶ୍‌ ସହ ପ୍ରଫେଶନାଲ୍‌ ଲୁକ୍‌

ନୂଆବର୍ଷକୁ ସ୍ବାଗତ କରିବା ପାଇଁ ସଭିଙ୍କ ମନରେ ଭରି ରହିଥାଏ ଉତ୍କଣ୍ଠା। ସେଇଥିପାଇଁ ତ ଏହାର ପୂର୍ବ ରାତିରେ ଘଣ୍ଟାକଣ୍ଟା ଆଗକୁ ଆଗକୁ ଯିବା ସହ ସେଲିବ୍ରେସନ୍‌ ଜୋର୍‌ ଧରେ। କିଏ ପରିବାର, ସାଙ୍ଗସାଥୀଙ୍କ ସହ ସେଲିବ୍ରେଟ୍‌ କରେ ତ ଆଉ କେଉଁଠି ଅଫିସ୍‌ରେ ବି ହୁଏ ପାର୍ଟିର ଆୟୋଜନ। ତେବେ ଅଫିସ୍‌ ନ୍ୟୁ ଇୟର ପାର୍ଟି ପାଇଁ ନିଜର ଗେଟ୍‌ଅପ୍‌ ପ୍ରତି ସଜାଗ ରହିବା ନିହାତି ଜରୁରୀ। ଏହିଦିନ ଆପଣ କିଭଳି ଷ୍ଟାଇଲିଶ୍‌ ସହ ପ୍ରଫେଶନାଲ୍‌ ଲୁକ୍‌ ପାଇପାରିବେ ଜାଣନ୍ତୁ…

ପ୍ୟାଣ୍ଟ ସୁଟ୍‌ ଲୁକ୍‌- ପ୍ୟାଣ୍ଟ ସୁଟ୍‌ ଷ୍ଟାଇଲିଶ୍‌ ସହ ପ୍ରଫେଶନାଲ ଲୁକ୍‌ ଦେଇଥାଏ। ଆଜିକାଲି ବହୁତ ଷ୍ଟାଇଲିଶ୍‌ ପ୍ୟାଣ୍ଟ ସୁଟ୍‌ ମିଳୁଛି। ସୋଲ୍ଡରରେ କଟ୍‌ଆଉଟ୍‌ ହୋଇଥିବା ପ୍ୟାଣ୍ଟସୁଟ୍‌ ଯଦି ଟ୍ରାଏ କରିବେ ତେବେ ଆହୁରି ଷ୍ଟାଇଲିଶ୍‌ ଲାଗିବେ। ଏହା ସହ ଆପଣ ହାଇ ପୋନିଟେଲ୍‌ କରିପାରିବେ। ଆଉ ଷ୍ଟେଟ୍‌ମେଣ୍ଟ ଇୟରିଂ ପିନ୍ଧନ୍ତୁ ଦେଖିବେ ପାର୍ଟିରେ ଖାସ୍‌ ଲାଗିବେ।

ହ୍ବାଇଟ୍‌ ସୁଟ୍‌ ଲୁକ୍‌- ନ୍ୟୁ ଇୟର ପାର୍ଟିରେ ଆପଣ ଯଦି ଇଣ୍ଡିଆନ୍‌ ଓ୍ବେୟର୍‌ ପିନ୍ଧି ଗ୍ରେସ୍‌ଫୁଲ ଦେଖାଯିବାକୁ ଚାହୁଁଛନ୍ତି ତେବେ ହ୍ବାଇଟ୍‌ସୁଟ୍‌ ପିନ୍ଧି ପାରିବେ। ଧଳାରଙ୍ଗର ଅନାରକଲି ସହ କାନରେ ସୁନ୍ଦର ଝୁମ୍‌କା ପିନ୍ଧନ୍ତୁ ଦେଖିବେ ବହୁତ ସୁନ୍ଦର ଓ ଆକର୍ଷକ ଲାଗିବେ। ଏହି ରଙ୍ଗର ଷ୍ଟ୍ରେଟ୍‌ କୁର୍ତ୍ତି ଓ ଆଙ୍କଲ ଲେନ୍ଥ ପ୍ୟାଣ୍ଟ ବି ଟ୍ରାଏ କରିପାରିବେ।

ସେକ୍ୱିନ୍‌ ଶାଢ଼ି- ପାର୍ଟି କଥା ଉଠୁଛି ମାନେ ସେକ୍ୱିନ ଶାଢ଼ି ଓ ଡ୍ରେସ୍‌ ସାମିଲ କରାଯିବନି, ଏଭଳି ହୋଇ ନ ପାରେ। ଏହା ଏଲିଗାଣ୍ଟ ଲୁକ୍‌ ଦେଇଥାଏ। ଏହି ଶାଢ଼ି ସହ ଖୋଲା କେଶ ଓ ସିମ୍ପଲ ମେକ୍‌ଅପ୍‌ ଭଲ ଲାଗେ।

ଲଙ୍ଗ୍‌ ଜ୍ୟାକେଟ୍‌ ସହ କ୍ରପ୍‌ ଟପ୍‌ ପଲାଜୋ- ଏହି ଗେଟ୍‌ଅପ୍‌ରେ ଆପଣ ଷ୍ଟାଇଲିଶ ଦେଖାଯିବା ସହ କମ୍ଫର୍ଟେବୁଲ ଅନୁଭବ କରିବେ। ଏହାସହ ମ୍ୟାଚିଂ ଇୟର ରିଂ ଓ କେଶ ଖୋଲା ରଖିଲେ ଭଲ ଲାଗେ।

ଷ୍ଟାଇଲିଶ୍‌ ଜମ୍ପସୁଟ୍‌- ଏହା ଷ୍ଟାଇଲିଶ୍‌ ଲୁକ୍‌ ଦେବା ସହ ଥଣ୍ଡାରୁ ରକ୍ଷା କରିବ। ଏହାକୁ ପିନ୍ଧିବା ସହଜ। କମ୍ଫର୍ଟେବୁଲ ବି ଅନୁଭବ କରିବେ।

ପେନ୍‌ସିଲ ସ୍କର୍ଟ ଓ ଟପ୍ସ- ଆଣ୍ଠୁଠାରୁ ଅଳ୍ପ ତଳକୁ ରହୁଥିବା ପେନ୍‌ସିଲ ସ୍କର୍ଟ ସହ ଫ୍ୟାଶନେବୁଲ ଟପ୍‌ ବହୁତ ଷ୍ଟାଇଲିଶ୍‌ ଲାଗେ। ପାର୍ଟିକୁ ଏହି ଗେଟ୍‌ଅପ୍‌ରେ ଗଲେ ସ୍ମାର୍ଟ ସହ ଷ୍ଟାଇଲିଶ୍‌ ଲାଗିବେ।

ଜିନ୍ସ ଓ ଷ୍ଟ୍ରେଟ୍‌ କୁର୍ତ୍ତି- ଜିନ୍ସ ସହ ବ୍ରାଇଟ୍‌ କଲର୍‌ର ଷ୍ଟ୍ରେଟ୍‌ କୁର୍ତ୍ତି ବି ସ୍ମାର୍ଟ ଲୁକ୍‌ ଦେଇଥାଏ। ତେଣୁ ଏହାକୁ ଟ୍ରାଏ କରିପାରିବେ।

ଜିନ୍ସ ଓ ଷ୍ଟାଇଲିସ୍‌ ଟପ୍ସ- ଜିନ୍ସ ସହ ଆପଣ କିଛି ଷ୍ଟାଇଲିଶ୍‌ ଟପ୍‌ ପିନ୍ଧିପାରିବେ। ଆଜିକାଲି ବିଭିନ୍ନ ଡିଜାଇନ୍‌ର ସୁନ୍ଦର ଓ ଷ୍ଟାଇଲିଶ୍‌ ଟପ୍ସ ମିଳୁଛି। ଏହାକୁ ଜିନ୍ସ ସହିତ ପେୟାର କରିପାରିବେ।

ନୂଆବର୍ଷ ପାଇଁ ପାର୍ଟି କରନ୍ତୁ। ହେଲେ କୋଭିଡ କଟକଣା ମାନି କଲେ ସମସ୍ତେ ସୁରକ୍ଷିତ ରହିବେ। ତେଣୁ ଏଥିପ୍ରତି ବି ଧ୍ୟାନ ଦେବା ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

ଖରାଦିନେ ଆବଶ୍ୟକତାଠୁ ଅଧିକ ପାଣି ପିଉଛନ୍ତି କି? ହୋଇପାରେ ଗୁରୁତର ସମସ୍ୟା

ନୂଆଦିଲ୍ଲୀ,୨।୪: ପ୍ରଚୁର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କାରଣ ଏହା ଶରୀରକୁ ହାଇଡ୍ରେଟ୍ ରଖେ, ଚର୍ମର ରଙ୍ଗକୁ ଉନ୍ନତ କରେ ଏବଂ ବିଷାକ୍ତ ପଦାର୍ଥ…

ଏପ୍ରିଲରେ ଏହି ୪ଟି ରାଶିର ବ୍ୟକ୍ତିଙ୍କ ପାଇଁ ଆସୁଛି ଭଲ ସମୟ, ମାଲାମାଲ୍ ହେବେ….

ଏପ୍ରିଲ ମାସ ଚାରୋଟି ନିର୍ଦ୍ଦିଷ୍ଟ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି। ଏହି ରାଶିଗୁଡ଼ିକ ପ୍ରତ୍ୟେକ ପ୍ରୟାସରେ ସଫଳତା ହାସଲ କରିବେ। ବିଶେଷକରି,…

ଖରାଦିନେ ଶରୀର ପାଇଁ ଉପକାରୀ ଆଖୁରସ

ଶରୀର ପାଇଁ ବେଶ୍‌ ଉପକାରୀ ହେଉଛି ଆଖୁରସ। ମୁଖ୍ୟତଃ ଖରାଦିନେ ଏହାର ଚାହିଦା ଅଧିକ। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଭରି ରହିଛି। ଆଖୁରସ ପିଇବା ଦ୍ୱାରା…

ଫଳପ୍ରଦ ଆଣ୍ଟିବାୟୋଟିକ୍‌ ପଦାର୍ଥର ବିକାଶ

ବ୍ୟାକ୍ଟେରିଓଫେଜ୍‌ ଭାଇରସ୍‌ ବ୍ୟାକ୍ଟେରିଆର ପ୍ରତିରକ୍ଷା ବ୍ୟବସ୍ଥା ଭେଦ କରେ କିପରି। ବ୍ୟାକ୍ଟେରିଓଫେଜ୍‌ ହେଉଛି ବ୍ୟାକ୍ଟେରିଆକୁ ସଂକ୍ରମିତ କରୁଥିବା ଏକ ଭାଇରସ୍‌। ବଞ୍ଚତ୍ବା ପାଇଁ ସେମାନଙ୍କୁ ଏକ ବ୍ୟାକ୍ଟେରିଆ…

ସୁସ୍ଥ ରହିବେ ବୟସ୍କ ବ୍ୟକ୍ତି

ଦଶ ବର୍ଷ ପୂର୍ବେ ମନୁଷ୍ୟର ହାରାହାରି ଜୀବନକାଳ ପ୍ରାୟ ୬୩ ବର୍ଷ ଥିଲା। ଡାକ୍ତରୀ ବ୍ୟବସ୍ଥାର ସୁବ୍ୟବସ୍ଥା ଏବଂ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗୁଁ ଆମର ହାରାହାରି ବୟସ…

ରାମନବମୀରେ ବିରଳ ସଂଯୋଗ, ଏହି ୩ ରାଶିର ଖୋଲିବ ଭାଗ୍ୟ

୨୭ ମାର୍ଚ୍ଚ ୨୦୨୬, ପ୍ରେମ ଏବଂ ସମ୍ପର୍କ ଦୃଷ୍ଟିରୁ ବିଶେଷ ଦିନ ହେବାକୁ ଯାଉଛି । ଆଜି ସାରା ଦେଶରେ ରାମନବମୀ ପାଳନ ହେଉଥିବା ବେଳେ ଅନେକ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଏମଏସ ଧୋନିଙ୍କ ମେରିଲର ଭାପି କ୍ୟାମ୍ପସକୁ ପ୍ରଥମ ଗସ୍ତ, ଏକ ଉତ୍ସର୍ଗୀକୃତ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ପଦକ୍ଷେପ ସହିତ 'ଟ୍ରିଟମେଣ୍ଟ ଜରୁରୀ ହୈ' ଆନ୍ଦୋଳନକୁ ସୁଦୃଢ଼ କରେ।

“ପିଲାଦିନ ଅବସର ନ ନେବା ଉଚିତ୍”: ଆନନ୍ଦ, ଗାରିମା ଏବଂ ପ୍ରତିଷେଧକ ଯତ୍ନ ସହିତ ବାର୍ଦ୍ଧକ୍ୟକୁ ପୁନଃସଂଜ୍ଞାୟିତ କରିବା ପାଇଁ ଏକ ଜାତୀୟ ଆହ୍ୱାନ

ଭାପି, ୨୫।୩ : ମେରିଲର ଭାପିସ୍ଥିତ ବିଶ୍ୱ ମୁଖ୍ୟାଳୟକୁ ଭାରତର ପୂର୍ବତନ କ୍ରିକେଟ୍ ଅଧିନାୟକ ମହେନ୍ଦ୍ର ସିଂଧୋନିଙ୍କର ପ୍ରଥମ ଗସ୍ତ ଅବସରରେ ଧୋନି “ପିଲାଦିନ ଅବସର ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri