ସାବଧାନ! ହ୍ୱାଟ୍ସଆପ୍‌ରେ ଆସୁଛି ଠକେଇ ମେସେଜ୍: ‘NO’ ଲେଖିବା ମାତ୍ରେ ଖାଲି ହୋଇଯାଉଛି ବ୍ୟାଙ୍କ ଆକାଉଣ୍ଟ

ନୂଆଦିଲ୍ଲୀ,୧୮।୧୦: ସାଇବର ଠକମାନେ ଲୋକଙ୍କୁ ନିଜ ଜାଲରେ ଫସାଇବା ପାଇଁ ନିତିଦିନ ନୂଆ ନୂଆ ଉପାୟ ଆପଣାଉଛନ୍ତି। ନିକଟରେ ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ (ସିଏ) ସାଇବର ଠକେଇର ଶିକାର ହୋଇଥିବା ଖବର ସାମ୍ନାକୁ ଆସିଛି। ପୋଲିସ ସୂଚନା ଅନୁଯାୟୀ, ତାଙ୍କ ହ୍ୱାଟ୍ସଆପ୍ (WhatsApp) କୁ ୯୦ ହଜାର ଟଙ୍କା କଟିଯାଇଥିବା ନେଇ ଏକ ମେସେଜ୍ ଆସିଥିଲା। ଏହି ଟ୍ରାଞ୍ଜାକ୍ସନ ଆପଣ କରି ନ ଥିଲେ ‘NO’ ଲେଖି ଉତ୍ତର ଦେବାକୁ କୁହାଯାଇଥିଲା। ସେହି ଅନୁଯାୟୀ ସେ ‘NO’ ଲେଖିବା କ୍ଷଣି ତାଙ୍କର ଦୁଇଟି ବ୍ୟାଙ୍କ ଆକାଉଣ୍ଟରୁ ମୋଟ ୧.୭୦ ଲକ୍ଷ ଟଙ୍କା ଗାଏବ ହୋଇଯାଇଥିଲା।

ଏହି ଘଟଣା ପରେ ସାଧାରଣରେ ପ୍ରଶ୍ନ ଉଠୁଛି ଯେ, କେବଳ ‘NO’ ଲେଖିଦେଲେ କ’ଣ ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇଯାଇପାରେ? ସାଧାରଣତଃ କୌଣସି ମେସେଜର ଉତ୍ତର ଦେଲେ ବ୍ୟାଙ୍କରୁ ଟଙ୍କା କଟି ନ ଥାଏ, କିନ୍ତୁ ପୋଲିସ ଏହାକୁ ଏକ ‘ଅଟୋ-ଏଗଜିକ୍ୟୁସନ୍ ଫାଇଲ୍ ଆଟାକ୍’ (Auto-Execution File Attack) ସହ ଯୋଡ଼ି ସନ୍ଦେହ କରୁଛି। ତେଣୁ କୌଣସି ଅଜଣା ନମ୍ବରରୁ ଆସୁଥିବା ସନ୍ଦେହଜନକ ମେସେଜ୍‌କୁ ଆଖିବୁଜି ବିଶ୍ୱାସ ନକରିବାକୁ ପୋଲିସ ପରାମର୍ଶ ଦେଇଛି।

କିଭଳି ଜାଲ ବିଛାଉଛନ୍ତି ସାଇବର ଠକ?

ଠକମାନେ ପ୍ରଥମେ ୱାଟ୍ସଆପ୍‌ରେ ଏକ ଭୟଭୀତ କଲାଭଳି ମେସେଜ୍ ପଠାନ୍ତି, ଯେଉଁଥିରେ ଆପଣଙ୍କ ଆକାଉଣ୍ଟରୁ ବଡ଼ ଧରଣର ଟଙ୍କା କଟିଯାଇଥିବା ଦାବି କରାଯାଏ। ଏହାପରେ ସେମାନେ ‘YES’ କିମ୍ବା ‘NO’ ରେ ଉତ୍ତର ମାଗନ୍ତି, ଯାହାଦ୍ୱାରା ଆପଣ ଭୟଭୀତ ହୋଇ ଜଲଦିରେ କୌଣସି ଭୁଲ୍ ପଦକ୍ଷେପ ନେଇବସିବେ। କେତେକ କ୍ଷେତ୍ରରେ ବିପଜ୍ଜନକ ଫାଇଲ୍, ଆପ୍ କିମ୍ବା ଲିଙ୍କ୍ ମାଧ୍ୟମରେ ମୋବାଇଲ୍‌କୁ ହ୍ୟାକ୍ କରିବାକୁ ଚେଷ୍ଟା କରାଯାଇଥାଏ।

କିପରି କରିବେ ନିଜ ବ୍ୟାଙ୍କ ଆକାଉଣ୍ଟର ସୁରକ୍ଷା?

  • ସନ୍ଦେହଜନକ ମେସେଜ୍‌କୁ ଏଡ଼ାଇ ଦିଅନ୍ତୁ: ଅଜଣା ନମ୍ବରରୁ ଆସୁଥିବା ବ୍ୟାଙ୍କିଂ ଆଲର୍ଟକୁ ତୁରନ୍ତ ବିଶ୍ୱାସ କରନ୍ତୁ ନାହିଁ।

  • ଅଫିସିଆଲ୍ ଆପ୍ ବ୍ୟବହାର କରନ୍ତୁ: ଟଙ୍କା କଟିଥିବା ମେସେଜ୍ ପାଇଲେ, ନିଜ ବ୍ୟାଙ୍କର ଅଫିସିଆଲ୍ ଆପ୍ କିମ୍ବା ୱେବସାଇଟ୍‌କୁ ଯାଇ ଟ୍ରାଞ୍ଜାକ୍ସନ ଯାଞ୍ଚ କରନ୍ତୁ।

  • ଲିଙ୍କ୍ କିମ୍ବା ଫାଇଲ୍ ଡାଉନ୍‌ଲୋଡ୍ କରନ୍ତୁ ନାହିଁ: କୌଣସି ଅଜଣା ଲିଙ୍କ୍‌ରେ କ୍ଲିକ୍ କରନ୍ତୁ ନାହିଁ କିମ୍ବା ଅଣ-ସୁରକ୍ଷିତ APK ଫାଇଲ୍ ଡାଉନ୍‌ଲୋଡ୍ କରନ୍ତୁ ନାହିଁ।

  • ଗୋପନୀୟ ତଥ୍ୟ ସେୟାର କରନ୍ତୁ ନାହିଁ: OTP, UPI PIN, ATM PIN କିମ୍ବା ବ୍ୟାଙ୍କିଂ ପାସୱାର୍ଡ କାହା ସହ ସେୟାର କରନ୍ତୁ ନାହିଁ।

  • ଅଫିସିଆଲ୍ କଷ୍ଟମର୍ କେୟାର୍‌ରେ ଯୋଗାଯୋଗ କରନ୍ତୁ: କେହି ବ୍ୟାଙ୍କ କର୍ମଚାରୀ କହି ତଥ୍ୟ ମାଗିଲେ, ତାଙ୍କ କଥାରେ ନ ଆସି ସିଧାସଳଖ ବ୍ୟାଙ୍କର ଅଫିସିଆଲ୍ ନମ୍ବରରେ କଥା ହୁଅନ୍ତୁ।

ଯଦି ଆପଣ ସାଇବର ଠକେଇର ଶିକାର ହୋଇଛନ୍ତି, ତେବେ ତୁରନ୍ତ ନିଜ ବ୍ୟାଙ୍କକୁ ଜଣାନ୍ତୁ ଏବଂ ସାଇବର କ୍ରାଇମ୍ ହେଲ୍ପଲାଇନ୍ ନମ୍ବର 1930 ରେ କଲ୍ କରନ୍ତୁ। ଏହାଛଡ଼ା cybercrime.gov.in ରେ ମଧ୍ୟ ଅଭିଯୋଗ ଦାଖଲ କରିପାରିବେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?