ଚାଇନାରେ ନୂଆ ଲହର, ବହୁ ସହରରେ ଲକ୍‌ଡାଉନ୍‌…

.ବେଜିଂ, ୨୮।୩ : ପୁଣିଥରେ ଚାଇନାରେ କରୋନା ସଂକ୍ରମଣର ଏକ ନୂଆ ଲହର ଆରମ୍ଭ ହୋଇଛି। ସୁରକ୍ଷା ଦୃଷ୍ଟିରୁ ସୋମବାରଠାରୁ ଶାଙ୍ଘାଇ ସମେତ ଦେଶର ବହୁ ବଡ ସହରରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। କୁହାଯାଉଛି ଯେ ଏହି ନୂଆ ଲହର ଚାଇନାର ଅର୍ଥନୀତିକୁ ବଡ଼ ଧରଣର ଝଟ୍‌କା ଦେଇପାରେ। ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ପୁଡଙ୍ଗ ଏବଂ ଶାଙ୍ଘାଇର ଆଖପାଖ ଅଞ୍ଚଳରେ ୫ ଦିନିଆ ଲକ୍‌ଡାଉନ୍‌ ଲାଗୁ ହୋଇଛି। ଏହା ସହିତ ଏସବୁ ସହରରେ କରୋନା ପରୀକ୍ଷା କରାଯାଉଛି।

ଏସବୁ ସହରରେ ଲୋକଙ୍କୁ ଘରେ ରହିବାକୁ କୁହାଯାଇଛି। ଘରେ ସାମଗ୍ରୀ ବିତରଣ ପାଇଁ ଚେକପଏଣ୍ଟ ବ୍ୟବସ୍ଥା କରାଯାଇଛି। ଜରୁରୀ ନଥିବା କାର୍ଯ୍ୟାଳୟ ଏବଂ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନକୁ ବନ୍ଦ ରଖାଯାଇଛି।

ଚଳିତ ମାସ ସୁଦ୍ଧା ଚାଇନାରେ ୫୬,୦୦୦ ରୁ ଅଧିକ କରୋନା ମାମଲା ରିପୋର୍ଟ ହୋଇଛି। ଯେଉଁଥିରୁ ଅଧିକାଂଶ ମାମଲା ଉତ୍ତର-ପୂର୍ବ ପ୍ରଦେଶରେ ଚିହ୍ନଟ ହୋଇଛି। ଚାଇନାର ରୋଗ ନିୟନ୍ତ୍ରଣ କେନ୍ଦ୍ର (ସିଡିସି) ର ସଂକ୍ରାମକ ରୋଗ ବିଶେଷଜ୍ଞ ୱୁ ଜୁନିୟୁ କହିଛନ୍ତି ଯେ ‘ଶୂନ କୋଭିଡ’ର ଲକ୍ଷ୍ୟକୁ ପାଳନ କରିବା ପାଇଁ ଉଦ୍ୟମ ଜାରି ରହିଛି। ଏହି ନୀତି ଅନୁଯାୟୀ, ଲକ୍‌ଡାଉନ୍‌ ଘୋଷଣା କରାଯାଇଛି।

ଚାଇନାର ଟିକାକରଣ ହାର ପ୍ରାୟ ୮୭ ପ୍ରତିଶତ ଛୁଇଁଛି। ତେବେ ବୟସ୍କ ଲୋକଙ୍କ ମଧ୍ୟରେ ଏହା କମ୍‌ ରହିଛି। ପ୍ରକାଶିତ ଜାତୀୟ ତଥ୍ୟ ଦର୍ଶାଇଛି ଯେ ୬୦ବର୍ଷରୁ ଅଧିକ ବୟସର ୫୨ ମିଲିୟନରୁ ଅଧିକ ଲୋକଙ୍କୁ ଏପର୍ଯ୍ୟନ୍ତ କୌଣସି ଟିକା ଦିଆଯାଇ ନାହିଁ। ବୁଷ୍ଟର୍‌ ଡୋଜ୍‌ ହାର ମଧ୍ୟ ଚାଇନାରେ କମ ରହିଛି। ୬୦-୬୯ ବୟସ୍କଙ୍କ ମଧ୍ୟରେ ଏହା ୫୬.୪ ପ୍ରତିଶତ ରହିଛି। ସେହିପରି ୭୦-୭୯ ବର୍ଷ ବୟସ୍କଙ୍କ ମଧ୍ୟରେ ୪୮.୪ ପ୍ରତିଶତ ଟିକା ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ବାର୍‌ରେ ବନ୍ଧୁକଧାରୀଙ୍କ ଗୁଳିମାଡ଼

ଜୋହାନ୍ସବର୍ଗ,୨୧ା୧୨: ଦକ୍ଷିଣ ଆଫ୍ରିକାର ଏକ ବାର୍‌ରେ ଗୁଳିକାଣ୍ଡ ଘଟି ୯ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି। ଜୋହାନ୍ସବର୍ଗଠାରୁ ପଶ୍ଚିମରେ...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri