ଉତ୍ତରକୋରିଆ ମାନବାଧିକାର ଉପରେ ଆମେରିକାର ନୂଆ ପଦକ୍ଷେପ: ଜୁଲି ଟର୍ନର ସ୍ବତନ୍ତ୍ର ଦୂତ ନିଯୁକ୍ତ…

ଓ୍ବାଶିଂଟନ,୨୪।୧ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଜୁଲି ଟର୍ନରଙ୍କୁ ଉତ୍ତର କୋରିଆର ମାନବିକ ଅଧିକାର ପ୍ରସଙ୍ଗରେ ସ୍ବତନ୍ତ୍ର ଦୂତ ନିଯୁକ୍ତ କରିଛନ୍ତି। ହ୍ବାଇଟ ହାଉସ ପକ୍ଷରୁ ଏକ ବିବୃତ୍ତିରେ ଏହା ଘୋଷଣା କରାଯାଇଛି। ମିଡିଆ ରିପୋର୍ଟ ଅନୁଯାୟୀ, ୨୦୧୭ ବର୍ଷ ପରେ ପ୍ରଥମ ଥର ପାଇଁ ଏହି ପଦବୀରେ କେହି ଜଣେ ନିଯୁକ୍ତ ହୋଇଛନ୍ତି।

ହ୍ବାଇଟ ହାଉସ ଏକ ବିବୃତ୍ତିରେ କହିଛି ଯେ ଜୁଲି ଟର୍ନର ବର୍ତ୍ତମାନ ଆମେରିକାର ବୈଦେଶିକ ବିଭାଗର ଗଣତନ୍ତ୍ର, ମାନବ ଅଧିକାର ଏବଂ ଶ୍ରମ ବ୍ୟୁରୋରେ ପୂର୍ବ ଏସିଆ ଏବଂ ପ୍ରଶାନ୍ତ ମହାସାଗରୀୟ କାର୍ଯ୍ୟାଳୟର ନିର୍ଦ୍ଦେଶକ। ସେ ବର୍ତ୍ତମାନ ଉତ୍ତର କୋରିଆରେ ମାନବ ଅଧିକାର ସ୍ବତନ୍ତ୍ର ଦୂତ ଭାବରେ ନିଯୁକ୍ତ ହୋଇଛନ୍ତି।

ଟର୍ନର କୋରିଆନ ଭାଷା ଭଲ ଭାବେ କହି ପାରନ୍ତି, ଏବଂ ପୂର୍ବ ଏସିଆ ତଥା ପ୍ରଶାନ୍ତ ସାଗରୀୟ କାର୍ଯ୍ୟାଳୟରେ ୧୬ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରିଛନ୍ତି ବୋଲି ବିବୃତ୍ତିରେ କୁହାଯାଇଛି। ତାଙ୍କର କାର୍ଯ୍ୟ ମୁଖ୍ୟତ ଉତ୍ତର କୋରିଆରେ ମାନବିକ ଅଧିକାରର ପ୍ରୋତ୍ସାହନ ସହ ଜଡିତ ପ୍ରସଙ୍ଗ ଉପରେ ରହିବ।

୨୦୨୨ ମସିହାରେ ମିଳିତ ଜାତିସଂଘ ସାଧାରଣ ସଭାର ତୃତୀୟ କମିଟି ଏକ ସଂକଳ୍ପ ପାରିତ କରି ଉତ୍ତର କୋରିଆକୁ ମାନବିକ ଅଧିକାରର ଉଲ୍ଲଂଘନକୁ ନିନ୍ଦା କରିଥିଲା। ଉତ୍ତର କୋରିଆରେ ମାନବ ଅଧିକାର ପରିସ୍ଥିତି ଉପରେ ଏକ ଡ୍ରାଫ୍ଟ ରିଜୋଲ୍ୟୁଶନ ସର୍ବସମ୍ମତି କ୍ରମେ ଅନୁମୋଦନ କରାଯାଇଥିଲା। ୟୁରୋପୀୟ ୟୁନିଅନ ଦେଶଗୁଡିକର ଏହି ପ୍ରସ୍ତାବରେ ଉତ୍ତର କୋରିଆରେ ବିଦେଶୀ ନାଗରିକଙ୍କୁ ବେଆଇନ ବନ୍ଦୋବସ୍ତ, ନିର୍ଯାତନା ଏବଂ ଫାଶୀକୁ ନେଇ ଚିନ୍ତା ପ୍ରକଟ କରାଯାଇଥିଲା। ତେବେ ମିଳିତ ଜାତିସଂଘରେ ଉତ୍ତର କୋରିଆର ରାଷ୍ଟ୍ରଦୂତ କିମ ସୋଙ୍ଗ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଏହାକୁ ନିଜ ଦେଶର ଭାବମୂର୍ତ୍ତିକୁ ମଳିନ କରିବା ପାଇଁ ଏକ ରାଜନୈତିକ ଷଡଯନ୍ତ୍ର ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri