ପୂଜାଙ୍କ ନିର୍ଯାତନା କାହାଣୀରେ ନୂଆ ଟ୍ବିଷ୍ଟ୍‌: ପ୍ରେମ ପାଇଁ ଆମେରିକାରେ ମିଛ କହି…

ଭୁବନେଶ୍ୱର,୨୫ା୧୧: ପୂଜା ଓରଫ ସେଜଲଙ୍କ ଆମେରିକା ନିର୍ଯାତନା କାହାଣୀରେ ନୂଆ ଟ୍ବିଷ୍ଟ୍‌ ଆସିଛି। ପ୍ରେମିକ ଅମରଙ୍କ ପାଇଁ ଆମେରିକାରୁ ଫେରିବା ପରେ ସତ କହିଛନ୍ତି ପୂଜା। ସେ କହିଛନ୍ତି, ପ୍ରେମ ପାଇଁ ଆମେରିକାରେ ମିଛ ନିର୍ଯାତନାର କାହାଣୀ କହିଥିଲି। ଭୁବନେଶ୍ୱର ବିମାନବନ୍ଦରରେ ମଙ୍ଗଳବାର ପହଞ୍ଚିବା ପରେ ଫେରିବାର ପ୍ରକୃତ ରହସ୍ୟ ଖୋଲି କହିଛନ୍ତି। ସେ କହିଛନ୍ତି, ନିର୍ଯାତନାର କାହାଣୀ ମିଛ, ମୋ ପାଳିତ ମା’ ବହୁତ ଭଲ। ପ୍ରେମ ପାଇଁ ଓଡ଼ିଶା ଆସିବାକୁ ଚାହୁଁଥିଲି। ଅମରଙ୍କ ସହାୟତାରେ ନିଜ ମା’ଙ୍କ ନାଁରେ ମିଛ ଭିଡିଓ ଜାରି କରିଥିଲି। ଅମର ବାଲେଶ୍ବର ଅଞ୍ଚଳର ହୋଇଥିବାବେଳେ ମୁଁ ତାଙ୍କୁ ବାହା ହେବାକୁ ଏଭଳି କରିଛି। ମୁଁ ଅମରକୁ ବାହା ହୋଇ ଓଡ଼ିଶାରେ ରହିବି ବୋଲି ପୂଜା କହିଛନ୍ତି।

ସୂଚନାଯୋଗ୍ୟ, ପୂଜା ନହରକଣ୍ଟାସ୍ଥିତ ପଲ୍ଲୀ ଉନ୍ନୟନ ସେବା ସମିତି କନ୍ୟା ଆଶ୍ରମରେ ରହି ପଢ଼ୁଥିବାବେଳେ ଅମରଙ୍କ ସହ ପରିଚିତ ହୋଇଥିଲା। ପୂଜା ଟ୍ରେନରେ ହଜିଯିବା ପରେ ଚାଇଲ୍ଡଲାଇନ୍‌ ଦ୍ୱାରା ଉଦ୍ଧାର ହୋଇ ଅନାଥ ଆଶ୍ରମକୁ ଆସିଥିବା ଜାଣିବାକୁ ପାଇଥିଲେ। ତେବେ ୨୦୧୮ରେ ପୂଜାଙ୍କୁ ଏକ ଦମ୍ପତି ପୋଷ୍ୟକନ୍ୟା ଭାବେ ଗ୍ରହଣ କରି ନେଇଯାଇଥିଲେ। ଆମେରିକାକୁ ଯିବା ପରେ ତାଙ୍କ ନାମ ପୂଜାରୁ ସେଜଲ ଜୋହନ ହୋଇଥିଲା। ତେବେ ୨୦୨୩ରେ ସୋସିଆଲ୍‌ ମିଡିଆ ଜରିଆରେ ପୂଜାଙ୍କ ସହ ଅମରଙ୍କର ପୁଣି ଯୋଗାଯୋଗ ହୋଇଥିଲା। ପୂଜା ସେଠାରେ ଖୁସିରେ ନ ଥିବା ତାଙ୍କୁ କହିଥିଲେ। ପରେ ପାଳିତ ମା’ ତାଙ୍କଠାରୁ ମୋବାଇଲ ଓ ସିମ୍‌ ନେଇଯାଇଥିଲେ ବୋଲି ଅମର କହିଛନ୍ତି। ପୂଜା ଏକ ଭିଡିଓ ଶେୟାର କରିଥିବା ବେଳେ ସେଥିରେ ସେ କାନ୍ଦି କାନ୍ଦି କୋହଭରା କଣ୍ଠରେ ଅତ୍ୟାଚାରର କାହାଣୀ କହିବା ସହ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପୂଜା କହିଥିଲେ, ଛୋଟବେଳେ ମୁଁ ଓଡ଼ିଶାରେ ଥିଲି। ଭୁବନେଶ୍ୱରର ଏକ ହଷ୍ଟେଲରେ ପଢ଼ୁଥିଲି। ଏବେ ପାଳିତା ମା’ ମତେ ବହୁ କଷ୍ଟ ଦେବା ସହ ଅତ୍ୟାଚାର କରୁଥିଲେ। ଘର କାମ ସବୁ କରାଉଥିଲେ। ମୁଁ ଆମେରିକାରେ ଏବେ ଖୁସିରେ ନାହିଁ। ମୁଁ ହିନ୍ଦୁ ହୋଇଥିବା ବେଳେ ପାଳିତ ମା’ ଖ୍ରୀଷ୍ଟିଆନ କରିଦେବାକୁ ବାଧ୍ୟ କରୁଛନ୍ତି। ଖାଇବାକୁ ମଧ୍ୟ ଦେଉନାହାନ୍ତି। ଏପରିକି ଦୁଇଥର ହତ୍ୟା ଉଦ୍ୟମ ମଧ୍ୟ କରାଯାଇଛି। ମୁଁ ସ୍କୁଲ ଛୁଟି ଦିନରେ ୧୦ ଲକ୍ଷ ଟଙ୍କା ରୋଜଗାର କରିଥିବାବେଳେ ଏହି ଟଙ୍କାକୁ ମୋଠାରୁ ନେଇଯାଇଛନ୍ତି। ଧର୍ମ ପରିବର୍ତ୍ତନ ନ କଲେ ସେମାନେ ଜୀବନରୁ ମାରିଦେବାକୁ ଚେତାବନୀ ଦେଇଛନ୍ତି। ଓଡ଼ିଶାବାସୀ ମୋତେ ସାହାଯ୍ୟ କରନ୍ତୁ ଏବଂ ସୁରକ୍ଷିତ ଭାବେ ଓଡ଼ିଶାକୁ ନେଇଯାଆନ୍ତୁ ବୋଲି ପୂଜା ଅନୁରୋଧ କରିଥିଲେ।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ମହାପ୍ରଭୁଙ୍କ ଶରଣରେ ପଶିଲେ ପିୟୂଷ: ଯାତ୍ରା ମଞ୍ଚ ପାଇଁ ଫିଟିଗଲା ବାଟ

ଭୁବନେଶ୍ୱର,୨୦।୧: ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ ପିୟୂଷ ତ୍ରିପାଠୀଙ୍କ ପାଇଁ ଖୋଲିଛି ମଞ୍ଚକୁ ଫେରିବାର ବାଟ। ଅପେରା ସୂର୍ଯ୍ୟମନ୍ଦିର ମାଲିକ ପ୍ରମୋଦ ସ୍ୱାଇଁଙ୍କ ସହ ଚାଲିଥିବା...

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri