ପୂଜାଙ୍କ ନିର୍ଯାତନା କାହାଣୀରେ ନୂଆ ଟ୍ବିଷ୍ଟ୍‌: ପ୍ରେମ ପାଇଁ ଆମେରିକାରେ ମିଛ କହି…

ଭୁବନେଶ୍ୱର,୨୫ା୧୧: ପୂଜା ଓରଫ ସେଜଲଙ୍କ ଆମେରିକା ନିର୍ଯାତନା କାହାଣୀରେ ନୂଆ ଟ୍ବିଷ୍ଟ୍‌ ଆସିଛି। ପ୍ରେମିକ ଅମରଙ୍କ ପାଇଁ ଆମେରିକାରୁ ଫେରିବା ପରେ ସତ କହିଛନ୍ତି ପୂଜା। ସେ କହିଛନ୍ତି, ପ୍ରେମ ପାଇଁ ଆମେରିକାରେ ମିଛ ନିର୍ଯାତନାର କାହାଣୀ କହିଥିଲି। ଭୁବନେଶ୍ୱର ବିମାନବନ୍ଦରରେ ମଙ୍ଗଳବାର ପହଞ୍ଚିବା ପରେ ଫେରିବାର ପ୍ରକୃତ ରହସ୍ୟ ଖୋଲି କହିଛନ୍ତି। ସେ କହିଛନ୍ତି, ନିର୍ଯାତନାର କାହାଣୀ ମିଛ, ମୋ ପାଳିତ ମା’ ବହୁତ ଭଲ। ପ୍ରେମ ପାଇଁ ଓଡ଼ିଶା ଆସିବାକୁ ଚାହୁଁଥିଲି। ଅମରଙ୍କ ସହାୟତାରେ ନିଜ ମା’ଙ୍କ ନାଁରେ ମିଛ ଭିଡିଓ ଜାରି କରିଥିଲି। ଅମର ବାଲେଶ୍ବର ଅଞ୍ଚଳର ହୋଇଥିବାବେଳେ ମୁଁ ତାଙ୍କୁ ବାହା ହେବାକୁ ଏଭଳି କରିଛି। ମୁଁ ଅମରକୁ ବାହା ହୋଇ ଓଡ଼ିଶାରେ ରହିବି ବୋଲି ପୂଜା କହିଛନ୍ତି।

ସୂଚନାଯୋଗ୍ୟ, ପୂଜା ନହରକଣ୍ଟାସ୍ଥିତ ପଲ୍ଲୀ ଉନ୍ନୟନ ସେବା ସମିତି କନ୍ୟା ଆଶ୍ରମରେ ରହି ପଢ଼ୁଥିବାବେଳେ ଅମରଙ୍କ ସହ ପରିଚିତ ହୋଇଥିଲା। ପୂଜା ଟ୍ରେନରେ ହଜିଯିବା ପରେ ଚାଇଲ୍ଡଲାଇନ୍‌ ଦ୍ୱାରା ଉଦ୍ଧାର ହୋଇ ଅନାଥ ଆଶ୍ରମକୁ ଆସିଥିବା ଜାଣିବାକୁ ପାଇଥିଲେ। ତେବେ ୨୦୧୮ରେ ପୂଜାଙ୍କୁ ଏକ ଦମ୍ପତି ପୋଷ୍ୟକନ୍ୟା ଭାବେ ଗ୍ରହଣ କରି ନେଇଯାଇଥିଲେ। ଆମେରିକାକୁ ଯିବା ପରେ ତାଙ୍କ ନାମ ପୂଜାରୁ ସେଜଲ ଜୋହନ ହୋଇଥିଲା। ତେବେ ୨୦୨୩ରେ ସୋସିଆଲ୍‌ ମିଡିଆ ଜରିଆରେ ପୂଜାଙ୍କ ସହ ଅମରଙ୍କର ପୁଣି ଯୋଗାଯୋଗ ହୋଇଥିଲା। ପୂଜା ସେଠାରେ ଖୁସିରେ ନ ଥିବା ତାଙ୍କୁ କହିଥିଲେ। ପରେ ପାଳିତ ମା’ ତାଙ୍କଠାରୁ ମୋବାଇଲ ଓ ସିମ୍‌ ନେଇଯାଇଥିଲେ ବୋଲି ଅମର କହିଛନ୍ତି। ପୂଜା ଏକ ଭିଡିଓ ଶେୟାର କରିଥିବା ବେଳେ ସେଥିରେ ସେ କାନ୍ଦି କାନ୍ଦି କୋହଭରା କଣ୍ଠରେ ଅତ୍ୟାଚାରର କାହାଣୀ କହିବା ସହ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପୂଜା କହିଥିଲେ, ଛୋଟବେଳେ ମୁଁ ଓଡ଼ିଶାରେ ଥିଲି। ଭୁବନେଶ୍ୱରର ଏକ ହଷ୍ଟେଲରେ ପଢ଼ୁଥିଲି। ଏବେ ପାଳିତା ମା’ ମତେ ବହୁ କଷ୍ଟ ଦେବା ସହ ଅତ୍ୟାଚାର କରୁଥିଲେ। ଘର କାମ ସବୁ କରାଉଥିଲେ। ମୁଁ ଆମେରିକାରେ ଏବେ ଖୁସିରେ ନାହିଁ। ମୁଁ ହିନ୍ଦୁ ହୋଇଥିବା ବେଳେ ପାଳିତ ମା’ ଖ୍ରୀଷ୍ଟିଆନ କରିଦେବାକୁ ବାଧ୍ୟ କରୁଛନ୍ତି। ଖାଇବାକୁ ମଧ୍ୟ ଦେଉନାହାନ୍ତି। ଏପରିକି ଦୁଇଥର ହତ୍ୟା ଉଦ୍ୟମ ମଧ୍ୟ କରାଯାଇଛି। ମୁଁ ସ୍କୁଲ ଛୁଟି ଦିନରେ ୧୦ ଲକ୍ଷ ଟଙ୍କା ରୋଜଗାର କରିଥିବାବେଳେ ଏହି ଟଙ୍କାକୁ ମୋଠାରୁ ନେଇଯାଇଛନ୍ତି। ଧର୍ମ ପରିବର୍ତ୍ତନ ନ କଲେ ସେମାନେ ଜୀବନରୁ ମାରିଦେବାକୁ ଚେତାବନୀ ଦେଇଛନ୍ତି। ଓଡ଼ିଶାବାସୀ ମୋତେ ସାହାଯ୍ୟ କରନ୍ତୁ ଏବଂ ସୁରକ୍ଷିତ ଭାବେ ଓଡ଼ିଶାକୁ ନେଇଯାଆନ୍ତୁ ବୋଲି ପୂଜା ଅନୁରୋଧ କରିଥିଲେ।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ୨୫ ଯାଏ ସ୍କୁଲ ଛୁଟି: ହିଟ୍‌ ଓ୍ବେଭ୍‌କୁ ନେଇ ଏହି ଜିଲାରେ…

ଭୁବନେଶ୍ୱର,୨୧।୪: ରାଜ୍ୟରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ହିଟ ୱେଭ (Heat Wave) କୁ ଦୃଷ୍ଟିରେ ରଖି ଯାଜପୁର ଜିଲାପାଳ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି…

ପ୍ରସ୍ତାବ ଦେବା ବାହାନାରେ ବର୍ବରତାର ସୀମା ପାର୍, ପ୍ରେମିକଙ୍କୁ ବାନ୍ଧି ନିଆଁ ଲଗାଇଦେଲେ ପ୍ରେମିକା

ବେଙ୍ଗାଲୁରୁ୨୧।୪: ପ୍ରେମ ସମ୍ପର୍କ ସହିତ ଜଡିତ ଏକ ପ୍ରକୃତ ଭୟଙ୍କର ଏବଂ ହୃଦୟ ବିଦାରକ ଘଟଣା ବେଙ୍ଗାଲୁରୁରୁ ସାମ୍ନାକୁ ଆସିଛି। ଏହି ଘଟଣାରେ ଜଣେ ଯୁବତୀ ପ୍ରେମକୁ…

ଅମିନ ଚାକିରି କରାଇଦେବା ନାଁରେ ୭ ଲକ୍ଷ ଠକେଇ: ଟଙ୍କା ମାଗିବାରୁ ହତ୍ୟା ଉଦ୍ୟମ, ଅଭିଯୁକ୍ତ…

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର): ଚାକିରି କରାଇଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ ଏବଂ ପରବର୍ତ୍ତୀ ସମୟରେ ଅର୍ଥ ଫେରସ୍ତ ମାଗିବାରୁ ହତ୍ୟା ଉଦ୍ୟମ ଭଳି ଏକ…

ଥୁଆମୂଳ ରାମପୁରରେ ଖଣି ଖନନ ନେଇ ଜନଗର୍ଜନ: ବିରାଟ ଶୋଭାଯାତ୍ରା, ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଥୁଆମୂଳ ରାମପୁର,୨୧ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ପ୍ରସ୍ତାବିତ ସିଜିମାଲି ଖଣି ଖନନକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ମଙ୍ଗଳବାର…

ମଧ୍ୟାହ୍ନ ଭୋଜନରେ ବିଦ୍ୟାର୍ଥୀଙ୍କୁ ପରସା ଗଲା ଶୁଖିଲା ଭାତ-ଲୁଣ; ଶିକ୍ଷା ବିଭାଗର କଠୋର କାର୍ଯ୍ୟାନୁଷ୍ଠାନ, ଶିକ୍ଷକ…

ତୁମୁଡିବନ୍ଧ,୨୧।୪ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକର ଏକ ପ୍ରାଥମିକ ବିଦ୍ୟାଳୟରେ ଅଭାବନୀୟ ଘଟଣା ଏବେ ସାମ୍ନାକୁ ଆସିଛି। ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ କେବଳ…

ଇରାନ ସହିତ ଯୁଦ୍ଧବିରତି ବୃଦ୍ଧି କରିବାକୁ ମନା କଲେ ଟ୍ରମ୍ପ, ବଡ଼ ପଦକ୍ଷେପ ନେଉଛି ପାକିସ୍ତାନ

ଓ୍ବାଶିଂଟନ,୨୧।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଚାଲିଥିବା ଯୁଦ୍ଧବିରତିକୁ ବୃଦ୍ଧି କରିବାକୁ ମନା କରିଦେଇଛନ୍ତି, ଯାହା ଆଞ୍ଚଳିକ ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି ।…

ସମ୍ପର୍କୀୟଙ୍କ ବିବାହ ଉତ୍ସବକୁ ଯାଉଥିଲେ ଦମ୍ପତି, ବାଇକ ଧକ୍କାରେ ଚାଲିଗଲା ଜୀବନ

ଆନନ୍ଦପୁର,୨୧।୪(ସୁଶାନ୍ତ କୁମାର ସାହୁ ): ସମ୍ପର୍କୀୟଙ୍କ ବିବାହ ଉତ୍ସବକୁ ଯାଉଥିବା ବେଳେ ବାଟରେ ଭୟଙ୍କର ଦୁର୍ଘଟଣା । ସ୍ବାମୀ, ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ…

୫ ବର୍ଷ ତଳେ ହୋଇଥିଲା ବିବାହ, ଭଡ଼ା ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର; ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ…

କୋକସରା,୨୧।୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଲଡୁଗାଁ ଗ୍ରାମର ଏକ ଭଡ଼ା ଘରୁ ମଙ୍ଗଳବାର ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri