ପୀତବାସ ପଣ୍ଡା ହତ୍ୟା ମାମଲାରେ ନୂଆମୋଡ଼: ୧୫ ଲକ୍ଷରେ ହୋଇଥିଲା ଡିଲ୍‌, ମାଷ୍ଟରମାଇଣ୍ଡ କର୍ପୋରେଟର

ବ୍ରହ୍ମପୁର,୨୦ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ନୂଆ ମୋଡ଼। ବ୍ରହ୍ମପୁରର ଜଣେ କର୍ପୋରେଟର ଏହି ହତ୍ୟା ଘଟଣାର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି। ବିହାରୀ ଯୁବକ ନୁହଁ ବରଂ ଦିଗପହଣ୍ଡି ଥାନା ଇଲାକାର ପିଲା ହିଁ ସୁପାରି ନେଇ ପୀତବାସଙ୍କୁ ଗୁଳି କରିଛନ୍ତି। ଏଥିପାଇଁ ୧୫ ଲକ୍ଷରୁ ଡିଲ୍‌ ହୋଇଥିଲା ବୋଲି ଶୁଣିବାକୁ ମିଳିଛି। ହେଲେ କର୍ପୋରେଟରଙ୍କ ସଂପୃକ୍ତି ଜଣାପଡ଼ିବା ପରେ ଏହି ହତ୍ୟା ଘଟଣା ରାଜନୈତିକ ଓ ବ୍ୟବସାୟିକ ଶତ୍ରୁତା ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।

ଗତ ୬ ତାରିଖରେ ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପୀତବାସଙ୍କୁ ବୈକୁଣ୍ଠନଗର ଛକଠାରେ ୨ ଜଣ ଯୁବକ ଅତି ନିକଟରୁ ଗୁଳିକରି ହତ୍ୟା କରିଥିଲେ। ହତ୍ୟାକାରୀମାନେ ବିହାର ରାଜ୍ୟର ସୁପାରି କିଲର ତଥା ସାର୍ପ ସୁଟର ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା। ସେହିକ୍ରମରେ ପୋଲିସ ବିହାର ସମେତ ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ଯାଇ ୫ ଜଣ ଅଭିଯୁକ୍ତଙ୍କୁ ଉଠାଇ ଆଣିଥିଲା। ହେଲେ ତଦନ୍ତ ବେଳେ ସେହି ଯୁବକମାନେ ପୀତବାସଙ୍କୁ ହତ୍ୟା ପାଇଁ ଯୋଜନା କରି ବ୍ରହ୍ମପୁର ଆସିଥିଲେ ମଧ୍ୟ କୌଣସି କାରଣରୁ ଏହି ଡିଲ୍‌ରୁ ଓହରି ଯାଇଥିଲେ। ଏହାପରେ ହତ୍ୟା ଘଟଣାର ଷଡଯନ୍ତ୍ରକାରୀ ତଥା ମାଷ୍ଟରମାଇଣ୍ଡ୍‌ ଗଞ୍ଜାମର ୨ ଜଣ ଯୁବକଙ୍କୁ ସୁପାରି ଦେଇ ହତ୍ୟା କରିବାକୁ ରାଜି କରାଇଥିଲେ। ଏହି ପାଇଁ ଉଭୟ ଯୁବକ ୧୫ ଲକ୍ଷ ଟଙ୍କା ନେଇଥିବା କୁହାଯାଉଛି। ତେବେ ପୋଲିସ ବିହାର ଯୁବକ ସମେତ ଅନ୍ୟ ରାଜ୍ୟରୁ ଉଠାଇ ଆଣିଥିବା ଯୁବକଙ୍କୁ ଘନଘନ ଜେରା ବେଳେ ବହୁ ତଥ୍ୟ ହାସଲ କରିଥିଲା। ଜଣେ କର୍ପୋରେଟର ସମେତ ସହରର ଜଣେ ସକ୍ରିୟ ନେତା ଜିଳାର ଅନ୍ୟ ଜଣେ ବ୍ୟବସାୀୟୀଙ୍କ ସହଯୋଗୀ ଜରିଆରେ ବାହାର ରାଜ୍ୟର ଯୁବକଙ୍କୁ ସୁପାରି ଦେଇଥିଲେ । ବାହାର ରାଜ୍ୟର ଏହି ଯୁବକମାନେ ଗତ ସେପ୍ଟେମ୍ବର ମାସରେ ବ୍ରହ୍ମପୁର ଆସିଥିଲେ। ସେହି ସମୟରେ ସେମାନେ ଷଡଯନ୍ତ୍ରକାରୀ ଠାରୁ ୪୦ ହଜାର ଟଙ୍କା ନେଇ ବ୍ରହ୍ମପୁରରେ ଅନେକ ଦିନ ରହିଥିଲେ। ପୀତବାସଙ୍କୁ ପିଛା କରିବା ସହ ତାଙ୍କ ଗତିବିଧି ପରଖିଥିଲେ । ହେଲେ ସେ ଜଣେ ଆଇନଜୀବୀ ହେବା ସହ ଅନେକ ସମୟରେ ଜନଗହଳି ଅଞ୍ଚଳରେ ରହୁଥିବାରୁ ବାହାର ଅଞ୍ଚଳର ଏହି ଯୁବକମାନେ ତାଙ୍କୁ ହତ୍ୟା କରିବାକୁ ପଛଘୁଞ୍ଚା ଦେଇଥିଲେ। ସେହିକ୍ରମରେ ବାହାର ରାଜ୍ୟର ଏହି ଯୁବକମାନେ ବ୍ରହ୍ମପୁର ଛାଡି ଚାଲି ଯାଇଥିଲେ। ଏହାପରେ ଷଡ଼ଯନ୍ତ୍ରକାରୀମାନେ ନୂଆ ହତ୍ୟକାରୀ ଖୋଜିଥିଲେ। ଗଞ୍ଜାମ ଜିଲାର ୨ ଜଣ ଯୁବକ ପୀତବାସଙ୍କୁ ଗୁଳି କରି ହତ୍ୟା କରିବାକୁ ରାଜି ହୋଇଥିଲେ। ସେହିକ୍ରମରେ ଯୋଜନା ମଧ୍ୟ ପ୍ରସ୍ତୁତ ହୋଇଥିଲା। ପୋଲିସ ସଂପୃକ୍ତ କର୍ପୋରେଟର ଓ ନେତାଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବିଶେଷସୂତ୍ରରୁ ଜଣାପଡ଼ିଛି। ହେଲେ ପୀତବାସଙ୍କୁ ହତ୍ୟା କରିଥିବା ଯୁବକମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଫେରାର ଅଛନ୍ତି।

ସେହିପରି ଏହି ହତ୍ୟାରେ ସଂପୃକ୍ତ ବ୍ୟବସାୟୀଙ୍କ ସହଯୋଗୀ ଜଣଙ୍କ ମଧ୍ୟ ଫେରାର ରହିଛନ୍ତି। ପୋଲିସ ସେମାନଙ୍କୁ କାବୁ କରିବାକୁ ବିଭିନ୍ନ ସ୍ଥାନରେ ଜାଲ ବିଛାଇଛି ଏପଟେ ମାଷ୍ଟରମାଇଣ୍ଡଙ୍କ ବିରୋଧରେ ଅଧିକରୁ ଅଧିକ ପ୍ରମାଣ ଯୋଗାଡ଼ କରାଯାଉଥିବାରୁ ଏହି ହତ୍ୟା ଘଟଣାର ରହସ୍ୟ ଉନ୍ମୋଚନରେ ବିଳମ୍ବ ଘଟୁଥିବା କୁହାଯାଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

WPL: ଫାଇନାଲରେ ପହଞ୍ଚିଲା ଆର୍‌ସିବି

ଭଦୋଦରା,୨୯ା୧- ଚଳିତ ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ରେ ଗୁରୁବାର ଖେଳାଯାଇଥିବା ଲିଗ୍‌ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଅତି ସହଜରେ ୮ ଉଇକେଟରେ ୟୁପି ଓ୍ବାରିଅର୍ସକୁ…

ବିବାହର ପ୍ରଲୋଭନ ଦେଖାଇ ସମ୍ପର୍କ: ଯୁବତୀ ଏବେ ୪ ମାସର ଗର୍ଭବତୀ

ଜୟପୁର, ୨୯।୧(ପବନ ପାଣିଗ୍ରାହୀ): ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ତାଙ୍କୁ ଗର୍ଭବତୀ ଓ ପରେ ପ୍ରତାରଣା କରିବା ଅଭିଯୋଗରେ ଜୟପୁର ମହିଳା ପୋଲିସ ଜଣେ ଯୁବକଙ୍କୁ ଗିରଫ…

ଅସଲି ଟ୍ରେଡିଂ କମ୍ପାନୀର ଫେକ୍‌ ଆପ୍‌, ହ୍ବାଟ୍ସଆପ୍‌ ଗ୍ରୁପ କରି ଲୁଟିଥିଲେ ୯୪.୬୨ ଲକ୍ଷ ଟଙ୍କା; ୩ ଯୁବକଙ୍କୁ ବାନ୍ଧିଲା…

ଦେବଗଡ, ୨୯ା୧ (ଶଶାଙ୍କ ଶେଖର ଝାଙ୍କର): ଅବସର ପ୍ରାପ୍ତ ଜଣେ ସରକାରୀ କର୍ମଚାରୀଙ୍କ ଠାରୁ ୯୪ ଲକ୍ଷ ୬୨ ହଜାର ୪୬୧ ଟଙ୍କା ସାଇବର ଠକେଇ ଅଭିଯୋଗରେ…

ମୋରମ ପାଇଁ ପାହାଡ଼ କାଟିଦେଲା ପୂର୍ତ୍ତ ବିଭାଗ, ବାରିଝୋଲା ଗ୍ରାମବାସୀ…

ରାୟଗଡ଼ା,୨୯।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ପଞ୍ଚାୟତ ଅନ୍ତର୍ଗତ ବାରିଝୋଲା ଗ୍ରାମସ୍ଥିତ ପଦ୍ମାବତୀ ହରିକୁପା ପାହାଡ଼ରୁ ଚାଲିଛି ମୋରମ ଖନନ। ତେବେ ମୋରମ ଖନନ ଯୋଗୁ…

ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଟଳିପଡ଼ିଲେ ଭକ୍ତ: ମହାପ୍ରଭୁଙ୍କ ଦର୍ଶନ ହେଲା…

ପୁରୀ,୨୯ା୧(ଅଜିତ୍‌ କୁମାର ମହାନ୍ତି): ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ଜଣେ ଭକ୍ତଙ୍କର ଉତ୍ତରଦ୍ୱାର ନିକଟ ପରିକ୍ରମା…

ଓଡ଼ିଶାର ଆର୍ଥିକ ଅଭିବୃଦ୍ଧି: ଏତିକି ଟଙ୍କାକୁ ବଢିଗଲା ଲୋକଙ୍କ ମୁଣ୍ଡପିଛା ଆୟ

ଭୁବନେଶ୍ୱର,୨୯।୧: ଓଡ଼ିଶାର ଅର୍ଥନୈତିକ ପ୍ରଗତି କ୍ଷେତ୍ରରେ ଏକ ବଡ଼ ସଫଳତା ଦେଖିବାକୁ ମିଳିଛି। ୨୦୨୪-୨୫ ଆର୍ଥିକ ବର୍ଷରେ ରାଜ୍ୟର ମୁଣ୍ଡପିଛା ନିଟ୍ ଘରୋଇ ଉତ୍ପାଦ ୧,୬୮,୯୬୬ ଟଙ୍କାରେ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ: ଏହି କାମ ପାଇଁ ରାଜ୍ୟ ସରକାରଙ୍କୁ କଲେ ପ୍ରଶଂସା

ଭୁବନେଶ୍ୱର,୨୯।୧: ଗୁରୁବାର ଲୋକସେବା ଭାବନାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି ବିଶ୍ବବ୍ୟାଙ୍କ ଅଧ୍ୟକ୍ଷ ଅଜ୍ଞ ବାଙ୍ଗା। ଓଡ଼ିଶାର ବିକାଶ ଧାରାକୁ ଆହୁରି ଗତିଶୀଳ କରିବା ଉପରେ…

ଲାଞ୍ଚ ନେବା ପଡ଼ିଲା ମହଙ୍ଗା: ପୂର୍ବତନ ବହୁମୁଖୀ ସ୍ବାସ୍ଥ୍ୟ ପରିଦର୍ଶକଙ୍କୁ ୨ବର୍ଷ ଜେଲ

ସୁନ୍ଦରଗଡ,୨୯ା୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ର ଭିଜିଲାନ୍ସ କୋର୍ଟ ଗୁରୁବାର ଏକ ଲାଞ୍ଚ ମାମଲାର ରାୟ ପ୍ରକାଶ କରିଛି। ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ଜଜ୍‌ ଲାଞ୍ଚ ମାମଲାର ଶୁଣାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri