ପୀତବାସ ପଣ୍ଡା ହତ୍ୟା ମାମଲାରେ ନୂଆମୋଡ଼: ୧୫ ଲକ୍ଷରେ ହୋଇଥିଲା ଡିଲ୍‌, ମାଷ୍ଟରମାଇଣ୍ଡ କର୍ପୋରେଟର

ବ୍ରହ୍ମପୁର,୨୦ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ନୂଆ ମୋଡ଼। ବ୍ରହ୍ମପୁରର ଜଣେ କର୍ପୋରେଟର ଏହି ହତ୍ୟା ଘଟଣାର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି। ବିହାରୀ ଯୁବକ ନୁହଁ ବରଂ ଦିଗପହଣ୍ଡି ଥାନା ଇଲାକାର ପିଲା ହିଁ ସୁପାରି ନେଇ ପୀତବାସଙ୍କୁ ଗୁଳି କରିଛନ୍ତି। ଏଥିପାଇଁ ୧୫ ଲକ୍ଷରୁ ଡିଲ୍‌ ହୋଇଥିଲା ବୋଲି ଶୁଣିବାକୁ ମିଳିଛି। ହେଲେ କର୍ପୋରେଟରଙ୍କ ସଂପୃକ୍ତି ଜଣାପଡ଼ିବା ପରେ ଏହି ହତ୍ୟା ଘଟଣା ରାଜନୈତିକ ଓ ବ୍ୟବସାୟିକ ଶତ୍ରୁତା ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।

ଗତ ୬ ତାରିଖରେ ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପୀତବାସଙ୍କୁ ବୈକୁଣ୍ଠନଗର ଛକଠାରେ ୨ ଜଣ ଯୁବକ ଅତି ନିକଟରୁ ଗୁଳିକରି ହତ୍ୟା କରିଥିଲେ। ହତ୍ୟାକାରୀମାନେ ବିହାର ରାଜ୍ୟର ସୁପାରି କିଲର ତଥା ସାର୍ପ ସୁଟର ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା। ସେହିକ୍ରମରେ ପୋଲିସ ବିହାର ସମେତ ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ଯାଇ ୫ ଜଣ ଅଭିଯୁକ୍ତଙ୍କୁ ଉଠାଇ ଆଣିଥିଲା। ହେଲେ ତଦନ୍ତ ବେଳେ ସେହି ଯୁବକମାନେ ପୀତବାସଙ୍କୁ ହତ୍ୟା ପାଇଁ ଯୋଜନା କରି ବ୍ରହ୍ମପୁର ଆସିଥିଲେ ମଧ୍ୟ କୌଣସି କାରଣରୁ ଏହି ଡିଲ୍‌ରୁ ଓହରି ଯାଇଥିଲେ। ଏହାପରେ ହତ୍ୟା ଘଟଣାର ଷଡଯନ୍ତ୍ରକାରୀ ତଥା ମାଷ୍ଟରମାଇଣ୍ଡ୍‌ ଗଞ୍ଜାମର ୨ ଜଣ ଯୁବକଙ୍କୁ ସୁପାରି ଦେଇ ହତ୍ୟା କରିବାକୁ ରାଜି କରାଇଥିଲେ। ଏହି ପାଇଁ ଉଭୟ ଯୁବକ ୧୫ ଲକ୍ଷ ଟଙ୍କା ନେଇଥିବା କୁହାଯାଉଛି। ତେବେ ପୋଲିସ ବିହାର ଯୁବକ ସମେତ ଅନ୍ୟ ରାଜ୍ୟରୁ ଉଠାଇ ଆଣିଥିବା ଯୁବକଙ୍କୁ ଘନଘନ ଜେରା ବେଳେ ବହୁ ତଥ୍ୟ ହାସଲ କରିଥିଲା। ଜଣେ କର୍ପୋରେଟର ସମେତ ସହରର ଜଣେ ସକ୍ରିୟ ନେତା ଜିଳାର ଅନ୍ୟ ଜଣେ ବ୍ୟବସାୀୟୀଙ୍କ ସହଯୋଗୀ ଜରିଆରେ ବାହାର ରାଜ୍ୟର ଯୁବକଙ୍କୁ ସୁପାରି ଦେଇଥିଲେ । ବାହାର ରାଜ୍ୟର ଏହି ଯୁବକମାନେ ଗତ ସେପ୍ଟେମ୍ବର ମାସରେ ବ୍ରହ୍ମପୁର ଆସିଥିଲେ। ସେହି ସମୟରେ ସେମାନେ ଷଡଯନ୍ତ୍ରକାରୀ ଠାରୁ ୪୦ ହଜାର ଟଙ୍କା ନେଇ ବ୍ରହ୍ମପୁରରେ ଅନେକ ଦିନ ରହିଥିଲେ। ପୀତବାସଙ୍କୁ ପିଛା କରିବା ସହ ତାଙ୍କ ଗତିବିଧି ପରଖିଥିଲେ । ହେଲେ ସେ ଜଣେ ଆଇନଜୀବୀ ହେବା ସହ ଅନେକ ସମୟରେ ଜନଗହଳି ଅଞ୍ଚଳରେ ରହୁଥିବାରୁ ବାହାର ଅଞ୍ଚଳର ଏହି ଯୁବକମାନେ ତାଙ୍କୁ ହତ୍ୟା କରିବାକୁ ପଛଘୁଞ୍ଚା ଦେଇଥିଲେ। ସେହିକ୍ରମରେ ବାହାର ରାଜ୍ୟର ଏହି ଯୁବକମାନେ ବ୍ରହ୍ମପୁର ଛାଡି ଚାଲି ଯାଇଥିଲେ। ଏହାପରେ ଷଡ଼ଯନ୍ତ୍ରକାରୀମାନେ ନୂଆ ହତ୍ୟକାରୀ ଖୋଜିଥିଲେ। ଗଞ୍ଜାମ ଜିଲାର ୨ ଜଣ ଯୁବକ ପୀତବାସଙ୍କୁ ଗୁଳି କରି ହତ୍ୟା କରିବାକୁ ରାଜି ହୋଇଥିଲେ। ସେହିକ୍ରମରେ ଯୋଜନା ମଧ୍ୟ ପ୍ରସ୍ତୁତ ହୋଇଥିଲା। ପୋଲିସ ସଂପୃକ୍ତ କର୍ପୋରେଟର ଓ ନେତାଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବିଶେଷସୂତ୍ରରୁ ଜଣାପଡ଼ିଛି। ହେଲେ ପୀତବାସଙ୍କୁ ହତ୍ୟା କରିଥିବା ଯୁବକମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଫେରାର ଅଛନ୍ତି।

ସେହିପରି ଏହି ହତ୍ୟାରେ ସଂପୃକ୍ତ ବ୍ୟବସାୟୀଙ୍କ ସହଯୋଗୀ ଜଣଙ୍କ ମଧ୍ୟ ଫେରାର ରହିଛନ୍ତି। ପୋଲିସ ସେମାନଙ୍କୁ କାବୁ କରିବାକୁ ବିଭିନ୍ନ ସ୍ଥାନରେ ଜାଲ ବିଛାଇଛି ଏପଟେ ମାଷ୍ଟରମାଇଣ୍ଡଙ୍କ ବିରୋଧରେ ଅଧିକରୁ ଅଧିକ ପ୍ରମାଣ ଯୋଗାଡ଼ କରାଯାଉଥିବାରୁ ଏହି ହତ୍ୟା ଘଟଣାର ରହସ୍ୟ ଉନ୍ମୋଚନରେ ବିଳମ୍ବ ଘଟୁଥିବା କୁହାଯାଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମୁହଁ ଖୋଲିଲେ ନବୀନ; ଯେଉଁମାନେ କ୍ରସ୍‌ ଭୋଟିଂ କରିଛନ୍ତି, ସେମାନଙ୍କର କ୍ରିମିନାଲ…

ଭୁବନେଶ୍ବର,୧୬।୩: ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂ ହୋଇଥିବା ନେଇ ସୂଚନା ରହିଛି । ଏହାରି ଭିତରେ ମୁହଁ ଖୋଲିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।…

ଟ୍ରମ୍ପଙ୍କୁ ଧୋକା ଦେଲେ ଏହି ଦେଶ, ଯୁଦ୍ଧ ମଝିରେ ଛାଡିଦେଲେ ହାତ, ଏବେ କରିବେ କ’ଣ?

ଓ୍ବାଶିଂଟନ୍‌,୧୬।୩: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ବିବାଦକୁ ଦୃଷ୍ଟିରେ ରଖି, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ ପ୍ରଣାଳୀକୁ ସୁରକ୍ଷା ଦେବା ପାଇଁ ସହଯୋଗୀ ରାଷ୍ଟ୍ରଗୁଡ଼ିକୁ ଯୁଦ୍ଧଜାହାଜ…

କ୍ରସ୍‌ ଭୋଟିଂକୁ ମାନିନେଲେ ସୌଭିକ୍‌, କହିଲେ ବାପାଙ୍କୁ ବହିଷ୍କାର କରିଥିଲେ, ପ୍ରତିଶୋଧ ନେଲି

ଭୁବନେଶ୍ୱର,୧୬ା୩:  ରାଜ୍ୟ ସଭା ନିର୍ବାଚନରେ କ୍ରସ୍‌ ଭୋଟିଂ ହୋଇଥିବା ଜୋର୍‌ଦାର ଚର୍ଚ୍ଚା ହେଉଛି। ତେବେ ଏହି କ୍ରସ୍‌ ଭୋଟିଂକୁ ମାନି ନେଇଛନ୍ତି ବିଧାୟକ ସୌଭିକ ବିଶ୍ବାଳ। ବିଜୁ…

ଭାରତୀୟ ଜାହାଜକୁ ହର୍ମୁଜ ଷ୍ଟ୍ରେଟ ଦେଇ ଆସିବାକୁ କେମିତି ଅନୁମତି ଦେଲା ଇରାନ୍? ଜୟଶଙ୍କର କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୬।୩: ମଧ୍ୟପ୍ରାଚ୍ୟରେ ସଂଘର୍ଷ ଏବଂ ହର୍ମୁଜ୍ ଷ୍ଟ୍ରେଟ ସମ୍ପର୍କରେ ଇରାନର କଠୋର ଆଭିମୁଖ୍ୟ ମଧ୍ୟରେ, ଏଲପିଜି ବୋଝେଇ ଦୁଇଟି ଭାରତୀୟ ଜାହାଜ ଗୁଜୁରାଟ ଉପକୂଳରୁ ଆସିବାକୁ ଯାଉଛି…

ଆଉ ଅଭାବ ହେବନି ଗ୍ୟାସ! ଗୋଟିଏ ଘଣ୍ଟା ମଧ୍ୟରେ ଏଲପିଜି ନେଇ ଭାରତରେ ପହଞ୍ଚିବ ‘ଶିବାଲିକ’, ଜାଣନ୍ତୁ ଶିବାଲିକ କ’ଣ….

ନୂଆଦିଲ୍ଲୀ,୧୬।୩: ଉପସାଗରୀୟ ଅଞ୍ଚଳରେ ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯୋଗୁ ବିଶ୍ୱ ସାମୁଦ୍ରିକ ବାଣିଜ୍ୟ ମାର୍ଗଗୁଡ଼ିକ ଚାପରେ ପଡ଼ିଛି। ହର୍ମୁଜ ପ୍ରଣାଳୀ…

ଆଇସିସି ଚେୟାରମ୍ୟାନ୍‌ ଜୟ ଶାହାଙ୍କ ବଡ଼ ବୟାନ, କହିଲେ…

ମୁମ୍ୱାଇ,୧୬ା୩: ନିକଟରେ ଶେଷ ହୋଇଥିବା ଟି୨୦ ବିଶ୍ୱକପ୍‌ରେ ଦେଖାଦେଇଥିବା ବିବାଦ ଏବଂ ଅନିଶ୍ଚିତତା ସମ୍ପର୍କରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ଚେୟାରମ୍ୟାନ୍‌ ଜୟ ଶାହା ପ୍ରଥମଥର ପାଇଁ ମୁହଁ…

କୂଅରେ ପଡିଛି ଯୁବକଙ୍କ ମୃତଦେହ: କୁକୁର ଧରି ପହଞ୍ଚିଲେ ସାଇଣ୍ଟିଫିକ୍‌ ଟିମ୍‌

ଗଞ୍ଜାମ,୧୬।୩ (ବିଦ୍ୟାଧର ସାହୁ ): ଗଞ୍ଜାମ ଥାନା ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମ ନିକଟସ୍ଥ ଏକ କୂଅରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି।  ରବିବାର କୂଅରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri