ନୂଆ ଟିଭିଏସ୍‌ ଜୁପିଟର କ୍ଲାସିକ୍‌ ଉନ୍ମୋଚିତ

ନୂଆଦିଲ୍ଲୀ,୨୪ା୯: ଦେଶର ପ୍ରମୁଖ ୨ ଓ ୩ ଚକିଆ ଯାନ ନିର୍ମାତା ଟିଭିଏସ୍‌ ମୋଟର କମ୍ପାନୀ ପକ୍ଷରୁ ନୂଆ ଟିଭିଏସ୍‌ ଜୁପିଟର କ୍ଲାସିକ୍‌ର ଉନ୍ମୋଚନ କରାଯାଇଛି। ଏ ସମ୍ପର୍କରେ ଟିଭିଏସ୍‌ ମୋଟର କମ୍ପାନୀର ବରିଷ୍ଠ ଉପସଭାପତି (ମାର୍କେଟିଂ) ଅନିରୁଦ୍ଧ ହାଲ୍‌ଦାର କହିଛନ୍ତି, ନୂଆ ଟିଭିଏସ୍‌ ଜୁପିଟର କ୍ଲାସିକ୍‌ ପ୍ରିମିୟମ କ୍ଲାସିକ୍‌କୁ ସମସାମୟିକ କରିପାରିଛି। ବିଶେଷକରି ଏହା ଉପରେ ନିୟୁତାଧିକ ଗ୍ରାହକ ପ୍ରକଟ କରିଥିବା ଅତୁଳନୀୟ ଭରସା ଓ ଭଲ ପାଇବା ଯୋଗୁ ଏଭଳି ଏକ ଲକ୍ଷ୍ୟ ହାସଲ ହୋଇପାରିଛି। ଟିଭିଏସ୍‌ ଜୁପିଟର କ୍ଲାସିକ୍‌ ସହ ଆମେ ଟିଭିଏସ୍‌ ଜୁପିଟରର ବ୍ରାଣ୍ଡ୍‌ ପ୍ରତିଶ୍ରୁତି ଜ୍ୟାଦା କା ଫାୟଦାକୁ ନିରନ୍ତର ଭାବେ ପ୍ରଦାନ କରିବାର ପ୍ରତିଶ୍ରୁତିକୁ ଦୋହରାଉଛୁ। ଅପରପକ୍ଷରେ ଟିଭିଏସ୍‌ ଜୁପିଟର ଦ୍ରୁତତମ ୫ନିୟୁତ ଗାଡ଼ି ବିକ୍ରି ମାଇଲଖୁଣ୍ଟ ହାସଲ କରିଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ ଏକ ଉତ୍ସବ ସଂସ୍କରଣ (ସେଲିବ୍ରେଟୋରି ଏଡିସନ୍‌)ର ଶୁଭାରମ୍ଭ କରାଯାଇଛି। ବିଶେଷକରି ଏଥିରେ ହ୍ୟାଣ୍ଡେଲ୍‌ ବାର୍‌ ସହ ହୀରା ଭଳି କଟାହୋଇଥିବା ଆଲୟ ହ୍ବିଲ୍‌ ଓ ଗାଢ଼ ଧୂସର ରଙ୍ଗର ଇନର ପ୍ୟାନେଲ ମଧ୍ୟ ରହିଛି। ସେହିଭଳି ମିରର ହାଇଲାଇଟ୍‌ରେ କଳା ଥିମ୍‌, ଫେଣ୍ଡର ଗାର୍ନିସ୍‌, ଟିଣ୍ଟେଡ୍‌ ଭାଇଜର ଏବଂ ୩ଡି କଳା ରଙ୍ଗର ପ୍ରିମିୟମ୍‌ ଲୋଗୋ ସହ ପ୍ରିମିୟମ ସିଟର ବ୍ୟବହାର କରାଯାଇଛି। ଏହାର ଡେକାଲ୍‌ ଅସିମ କ୍ଲାସିକ୍‌ର ରୋମାଞ୍ଚ ପ୍ରଦାନ କରୁଛି। ଏହି ଭାରିଆଣ୍ଟ ୨ଟି ସ୍ବତନ୍ତ୍ର ରଙ୍ଗ ଯଥା ମିଷ୍ଟିକ୍‌ ଗ୍ରେ ଓ ରେଗାଲ୍‌ ପର୍ପଲରେ ଉପଲବ୍ଧ ରହିଛି। ଜ୍ୟାଦା କା ଫାୟଦାର ଦର୍ଶନ ଅନୁସାରେ ଏହି ଭାରିଆଣ୍ଟରେ ରହିଛି ଡିସ୍କ ବ୍ରେକ୍‌ ଓ ଇଞ୍ଜନ୍‌ କିଲ୍‌ ସ୍ବିଚ୍‌ ଭଳି ଅଧିକ ସୁରକ୍ଷା ବ୍ୟବସ୍ଥା ଏବଂ ଅଧିକ ସୁବିଧା ଲାଗି ଅଲ୍‌-ଇନ୍‌-ୱାନ୍‌ ଲକ୍‌, ୟୁଏସ୍‌ବି ଚାର୍ଜର ଓ ପିଲିଅନ୍‌ ବ୍ୟାକ୍‌ ରେଷ୍ଟ ଏବଂ ନୂଆ ସ୍ପିଡୋମିଟର ଟାଏଲ୍‌ ଆର୍ଟ, ଲୋ ଫ୍ରିକ୍‌ସନ୍‌ ୧୧୦ ସିସି ଇଞ୍ଜିନ ଯାହା ଶକ୍ତି, ଉତ୍କୃଷ୍ଟ ତ୍ୱରଣ ଏବଂ ଶ୍ରେଷ୍ଠ ମାନର ଇନ୍ଧନ ମିତବ୍ୟୟିତା ପ୍ରଦାନ କରୁଛି। ଏହାର (ଟିଭିଏସ୍‌ ଜୁପିଟର କ୍ଲାସିକ୍‌) ଡିସ୍କ ବ୍ରେକ୍‌ ଭାରିଆଣ୍ଟ ମୂଲ୍ୟ (ଏକ୍ସ ଶୋ’ରୁମ୍‌, ଦିଲ୍ଲୀ) ୮୫,୮୬୬ ଟଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri