Categories: ବାଣିଜ୍ୟ

ରୁଙ୍ଗ୍‌ଟା ଷ୍ଟିଲ୍‌ ଓୟାର ରଡ୍‌ର ନୂଆ ଟିଭିସି

ନୂଆଦିଲ୍ଲୀ,୯।୧ : ରୁଙ୍ଗ୍‌ଟା ମାଇନ୍‌ସ ଲିମିଟେଡ୍‌ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ନୂଆ ଟିଭିସି ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ବଲିଉଡ୍‌ ତାରକା ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କୁ ନେଇ କମ୍ପାନୀ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ନୂଆ ଟିଭି ବିଜ୍ଞାପନକୁ ନିକଟରେ ଉନ୍ମୋଚନ କରାଯାଇଛି। ବିଶେଷକରି ଏହାର ସମସ୍ତ ଅଂଶୀଦାରଙ୍କ ଲାଗି ମୂଲ୍ୟ ସୃଷ୍ଟି କରିବାର ପ୍ରତିବଦ୍ଧତାକୁ ପରିପ୍ରକାଶ କରାଯାଇଛି। ସେହିଭଳି କମ୍ପାନୀର ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ଏକଦମ ସଲିଡ୍‌’ ଅଭିଯାନ ସମ୍ପର୍କରେ ପ୍ରସାର ଓ ପ୍ରଚାର କରାଯାଉଛି। ଏପରିକି କମ୍ପାନୀର ବର୍ଦ୍ଧିତ ଉତ୍ପାଦ ବର୍ଗମାଳା ଜରିଆରେ ଗ୍ରାହକମାନଙ୍କୁ ଆବଶ୍ୟକ ସେବା ପ୍ରଦାନ କରିବାର ବାର୍ତ୍ତାକୁ ଉକ୍ତ ଟିଭିସି ଜରିଆରେ କମ୍ପାନୀ ପ୍ରଚାର ପ୍ରସାର କରାଉଛି।

ଉକ୍ତ ଅଭିଯାନରେ ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ଆମୋଦଦାୟକ ବାର୍ତ୍ତାଳାପକୁ ଉପଭୋଗ କରୁଥିବା ଦେଖିବାକୁ ମିଳୁଛି, ଯେଉଁଥିରେ ସମ୍ପର୍କ ଓ ଘରର ଦୃଢ଼ ମୂଳଦୁଆରେ କୌଣସି ପ୍ରକାର ସାଲିସ ନ କରିବାର ପ୍ରତିଶ୍ରୁତି ରହିଛି। ଭାରତର ଅଭିବୃଦ୍ଧି କାହାଣୀକୁ ତ୍ୱରାନ୍ବିତ କରିବାରେ ଦଶନ୍ଧି ଧରି ପ୍ରତିବଦ୍ଧତାକୁ ଜାରି ରଖି ରୁଙ୍ଗ୍‌ଟା ଷ୍ଟିଲ୍‌ର ଓୟାର ରଡ୍‌ ଅତ୍ୟାଧୁନିକ ଉପକରଣ ଏବଂ କଠୋର ଉତ୍ପାଦନ (ମାନୁଫାକ୍ଚରିଂ) ପ୍ରକ୍ରିୟା ଦେଇ ଗତି କରୁଛି, ଯାହା ଏହି ଓୟାର ରଡ୍‌ଗୁଡ଼ିକର ଉଚ୍ଚ ମାନକୁ ନିଶ୍ଚିତ କରୁଛି।

Share