Categories: Video

ବାଇକ୍‌ରେ ମିରର୍ ନଥିଲେ ଗଣିବେ ଫାଇନ୍‌

ଏଇ ନିକଟରେ ଓଡିଶାରେ ବାଇକରେ ବସୁଥିବା ଯାତ୍ରୀଙ୍କ ପାଇଁ ହେଲମେଟ ବ୍ୟବହାର ବାଧ୍ୟତାମୂଳକ କରାଯାଇଛି। ଓଡିଶାରେ ଚାଳକଙ୍କ ସମତେ ଯାତ୍ରୀ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ। ଯଦି କୌଣସି ଗାଡି ଚାଳକ ଏହାକୁ ଅବମାନନା କରନ୍ତି, ସେ କ୍ଷେତ୍ରରେ ଗାଡି ଚାଳକଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସକୁ ବାତିଲ କରାଯିବ। ତେବେ ଦିଲ୍ଲୀରେ ଏବେ କାର ଓ ବାଇକରେ ଯାତ୍ରା ପାଇଁ ନୂଆ ନିୟମ କରାଯାଇଛି। ଏଣିକି ଯଦି ଆପଣ ଦିଲ୍ଲୀ ରାଜରାସ୍ତାରେ କାର୍ ପଛରେ ବସୁଛନ୍ତି ତେବେ ଆପଣଙ୍କୁ ମଧ୍ୟ ସିଟ୍ ବେଲ୍ଟ ବାନ୍ଧିବାକୁ ପଡିବ।