Posted inଜାତୀୟ

ଅପରାଧ ରୋକିବ ନୂଆ ପ୍ରଯୁକ୍ତି

ସୂରଯକୁଣ୍ଡ (ହରିୟାଣା),୨୯ା୧୦(ପି.ଟି.): ଅପରାଧ ରୋକିବା ଲାଗି ଏକ ପୋଲିସ ପ୍ରଯୁକ୍ତି ମିଶନ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଗୁରୁତ୍ୱାରୋପ କରିଛନ୍ତି। ଏହି ମିଶନ ରାଜ୍ୟଗୁଡ଼ିକୁ ଶ୍ରେଷ୍ଠ ପ୍ରଯୁକ୍ତିକ୍ଷମ କରିବା ସହ ପରସ୍ପର ମଧ୍ୟରେ ସହଯୋଗ ବୃଦ୍ଧିରେ ସହାୟକ ହୋଇପାରିବ। ହରିୟାଣାର ସୂରଯକୁଣ୍ଡଠାରେ ଅନୁଷ୍ଠିତ ଗୃହମନ୍ତ୍ରୀମାନଙ୍କ ଚିନ୍ତନ ଶିବିରରେ ଆଭ୍ୟନ୍ତରୀଣ ସୁରକ୍ଷା ଉପରେ ଆଲୋଚନା ହୋଇଥିଲା। ଏଥିରେ ଯୋଗଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ଅପରାଧ ଜଗତର ବିଶ୍ୱୀକରଣ ହେଉଛି। ଏହା ଆଉ ନିର୍ଦ୍ଦିଷ୍ଟ ଅଞ୍ଚଳ ମଧ୍ୟରେ ସୀମିତ ହୋଇ ରହିନାହିଁ। ଆନ୍ତଃରାଜ୍ୟ ଏବଂ ଅନ୍ତର୍ଜାତୀୟ ଅପରାଧ ବଢ଼ିଚାଲିଛି। ସେଥିପାଇଁ ରାଜ୍ୟର ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ଏବଂ କେନ୍ଦ୍ର ଓ ରାଜ୍ୟ ଏଜେନ୍ସିଗୁଡ଼ିକ ମଧ୍ୟରେ ସମନ୍ବୟ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ସାଇବର ଅପରାଧ ହେଉ କିମ୍ବା ଅସ୍ତ୍ରଶସ୍ତ୍ର ଓ ନିଶାଦ୍ରବ୍ୟର ଚୋରା କାରବାର ଲାଗି ଡ୍ରୋନ୍‌ ପ୍ରଯୁକ୍ତିର ବ୍ୟବହାର ହେଉ, ଏସବୁ ଅପରାଧର ମୁକାବିଲା ଲାଗି ନୂଆ ପ୍ରଯୁକ୍ତି ଦିଗରେ କାର୍ଯ୍ୟ କରିବା ଆବଶ୍ୟକ। ସ୍ମାର୍ଟ ଟେକ୍‌ନୋଲୋଜି ସହାୟତାରେ ଆଇନଶୃଙ୍ଖଳା ବ୍ୟବସ୍ଥାରେ ଉନ୍ନତି କରାଯାଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ୫ଜି ଟେକ୍‌ନୋଲୋଜି ଓ ଏଥିରୁ ମିଳିବାକୁ ଥିବା ସୁବିଧା ଅଧିକ ସତର୍କ କରାଇବ। ୫ଜି ସମେତ ମୁହଁ ଚିହ୍ନଟ ପ୍ରଯୁକ୍ତି, ସ୍ବତଃ ନମ୍ବର ପ୍ଲେଟ୍‌ ଚିହ୍ନଟ ପ୍ରଯୁକ୍ତି, ଡ୍ରୋନ୍‌ ଏବଂ ସିସିଟିଭି ଟେକ୍‌ନୋଲୋଜି ବହୁଗୁଣରେ ଉନ୍ନତ ହେବାକୁ ଯାଉଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଅପରାଧୀମାନେ ମଧ୍ୟ ଉନ୍ନତ ଟେକ୍‌ନୋଲୋଜିର ଉପଯୋଗ କରୁଛନ୍ତି। ସେଥିପାଇଁ ଆମକୁ ସେମାନଙ୍କଠାରୁ ୧୦ ପାଦ ଆଗରେ ରହିବାକୁ ହେବ ବୋଲି ମୋଦି କହିଛନ୍ତି।
ଏହି ଅବସରରେ ପ୍ରଧାନମନ୍ତ୍ରୀ ସାରା ଦେଶର ପୋଲିସ ପାଇଁ ‘ଗୋଟିଏ ରାଷ୍ଟ୍ର, ଗୋଟିଏ ବର୍ଦ୍ଦି’ ନୀତି ଲାଗୁ କରିବା ପାଇଁ ପ୍ରସ୍ତାବ ରଖିଥିଲେ। ଏହାଦ୍ୱାରା ବିଭିନ୍ନ ସୁରକ୍ଷା ବଳ ମଧ୍ୟରେ ସମାନତା ବଜାୟ ରହିପାରିବା ସହ ସାରା ଦେଶରେ ସେମାନଙ୍କ ପରିଚୟ ସମାନ ହୋଇପାରିବ ବୋଲି ସେ ଭାବୁଛନ୍ତି। ଏହା କେବଳ ଏକ ଚିନ୍ତାଧାରା। ଏହାକୁ ଜବରଦସ୍ତ ଲାଗୁ ନିମନ୍ତେ ଉଦ୍ୟମ କରାଯାଉ ନାହିଁ। ପ୍ରସ୍ତାବ ଉପରେ ରାଜ୍ୟଗୁଡ଼ିକ ବିଚାରବିମର୍ଶ କରିବା ଆବଶ୍ୟକ। ସମାନ ବର୍ଦ୍ଦି ଲାଗୁ କରିବା ପାଇଁ ୫ ବର୍ଷ, ୫୦ ବର୍ଷ କିମ୍ବା ୧୦୦ ବର୍ଷ ଲାଗିପାରେ ବୋଲି ମୋଦି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଏନ୍‌ଏଚ୍‌ଏଆଇର ବଡ଼ ଘୋଷଣା: ଏପ୍ରିଲ ୧ରୁ ବଢ଼ିବ…

ନୂଆଦିଲ୍ଲୀ,୩୦ା୩: ଏପ୍ରିଲ ୧ରୁ ଫାସ୍‌ଟାଗ୍‌ ବାର୍ଷିକ ଦେୟ ବଢ଼ିବ ବୋଲି ଭାରତର ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ପକ୍ଷରୁ ଘୋଷଣା କରାଯାଇଛି। ଗତବର୍ଷ ଆରମ୍ଭ ହୋଇଥିବା ଏହି…

ଲିଭ-ଇନ୍‌ରେ ରହୁଥିଲେ ମିଳିବ ବିବାହିତ ମାନ୍ୟତା, ଏଥର ଜନଗଣନାର ନୂଆ ନିୟମ ବିଷୟରେ ଜାଣନ୍ତୁ…

ନୂଆଦିଲ୍ଲୀ,୩୦।୩: ଦେଶର ସର୍ବବୃହତ ପ୍ରଶାସନିକ କାର୍ଯ୍ୟ, ଜନଗଣନା, ଏବେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଇ ଗତି କରୁଛି। ସରକାର ୨୦୨୭ ଜନଗଣନାକୁ ଦୁଇଟି ପର୍ଯ୍ୟାୟରେ କରିବାକୁ ନିଷ୍ପତ୍ତି ନେଇଛନ୍ତି,…

ଏଣିକି ଗୁଳିର ଜବାବ ଗୁଳିରେ ଦେବୁ: ଲୋକ ସଭାରେ କାହିଁକି ଏମିତି କହିଲେ ଅମିତ ଶାହା

ନୂଆଦିଲ୍ଲୀ,୩୦।୩: ଲୋକ ସଭାରେ ‘ନକ୍ସଲମୁକ୍ତ ଭାରତ’ ସମ୍ପର୍କରେ ଆଲୋଚନାରେ ଭାଗ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି ଯେ,…

ଯୁଦ୍ଧ ଭିତରେ ବଡ଼ ଡିଲ୍‌ କରିଦେଲେ ମୋଦି-ପୁଟିନ୍‌, ଭାରତୀୟ ଯୁବପିଢ଼ିଙ୍କୁ ମିଳିବ ବଡ଼ ଫାଇଦା!

ନୂଆଦିଲ୍ଲୀ,୩୦।୩: ଭାରତ ଏବଂ ରୁଷିଆ ମଧ୍ୟରେ ବନ୍ଧୁତା ଆଉ କେବଳ ଅସ୍ତ୍ରଶସ୍ତ୍ର କିଣା ବିକ୍ରୟ ପର୍ଯ୍ୟନ୍ତ ସୀମିତ ନାହିଁ। ଦୁଇ ଦେଶ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟାକୁ ମିଳିତ ଭାବରେ…

ହର୍ମୁଜ ଶକ୍ତି ସଙ୍କଟ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ସରକାର: ଏବେ ଗହମ-ଚାଉଳ ସହିତ ମିଳିବ…

ନୂଆଦିଲ୍ଲୀ,୩୦।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା ଭାରତ ସମେତ ବିଶ୍ୱକୁ ଶକ୍ତି ଯୋଗାଣକୁ ପ୍ରଭାବିତ…

ଲୋମ ଟାଙ୍କୁରି ଉଠିବ…. ଅବୈଧ ସମ୍ପର୍କ ପାଇଁ ପ୍ରେମିକାକୁ ମାରି ଖଣ୍ଡ ଖଣ୍ଡ କଲା ପ୍ରେମିକ, ଫ୍ରିଜରେ ପୁରାଇ….

ନୂଆଦିଲ୍ଲୀ,୩୦।୩: ବିଶାଖାପାଟଣାରେ ଏକ ଲୋମହର୍ଷଣକାରୀ ଘଟଣା ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଠାରେ ଜଣେ ବ୍ୟକ୍ତି ସାମାନ୍ୟ ଯୁକ୍ତିତର୍କ ପରେ ଜଣେ ମହିଳାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri