Categories: ବାଣିଜ୍ୟ

ହ୍ବାଟ୍ସଆପ୍‌ରେ ନୂଆ ଶପିଂ ବଟନ

ମୁମ୍ବାଇ: ହ୍ବାଟ୍ସ ଆପ୍‌ ପକ୍ଷରୁ ବିଜ୍‌ନେସ ଆକାଉଣ୍ଟ ଲାଗି ନୂଆ ଶପିଂ ବଟନ ଫିଚର ସଂଯୋଗ କରାଯାଇଛି। ବିଜନେସ କାଟାଲଗ୍‌ ସମ୍ପର୍କରେ ଅଧିକ ଜାଣିବାରେ ଏହା ସହାୟକ ହେବ। କୌଣସି ନିର୍ଦ୍ଦିଷ୍ଟ ବାଣିଜ୍ୟ କିଭଳି ସାମଗ୍ରୀ ଓ ସେବା ଯୋଗାଉଛନ୍ତି ଏହାଦ୍ୱାରା ଗ୍ରାହକ ଜାଣିବାକୁ ସୁବିଧା ପାଇପାରିବେ। ଏହି ନୂଆ ବଟନ୍‌ ଦ୍ୱାରା ବାଣିଜ୍ୟଗୁଡିକର ବିକ୍ରି ବଢାଇବାରେ ସହାୟତା କରିବ ବୋଲି ହ୍ବାଟ୍ସ ଆପ୍‌ ପକ୍ଷରୁ ସୂଚନା ଦିଆଯାଇଛି।

Share