Posted inଜାତୀୟ

ଛୋଟ ପିଲାଙ୍କୁ ୨ ଚକିଆରେ ନେବାକୁ ଏବେ ନୂଆ ନିୟମ, ଉଲ୍ଲଂଘନ କଲେ ୧୦୦୦ ଜରିମାନା…

ନୂଆଦିଲ୍ଲୀ, ୧୬।୨ : ଏବେ ଛୋଟ ପିଲାଙ୍କୁ ୨ ଚକିଆ ଯାନରେ ନେବା ପାଇଁ ନୂଆ ଟ୍ରାଫିକ ନିୟମ ଜାରି ହୋଇଛି। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ୨ ଚକିଆ ଚାଳକଙ୍କ ପାଇଁ ଏହି ନୂଆ ନିୟମ ଆଣାଯାଇଛି। ଏଥିରେ ଚାରି ବର୍ଷରୁ କମ ପିଲାମାନଙ୍କୁ ଦୁଇ ଚକିଆ ଯାନରେ ନେବା ଲାଗି ନୂତନ ସୁରକ୍ଷା ନିୟମ ଜାରି ହୋଇଛି।

ନୂଆ ନିୟମ ଅନ୍ତର୍ଗତ ଦୁଇ ଚକିଆ ଚାଳକ ପିଲାମାନଙ୍କ ପାଇଁ ହେଲମେଟ ଏବଂ ହାର୍ନେସ୍‌ ବେଲ୍ଟ ବ୍ୟବହାର କରିବା ବାଧ୍ୟତାମୂଳକ କରାଯାଇଛି।ଏହା ସହିତ ଗାଡିର ବେଗକୁ ଘଣ୍ଟାପ୍ରତି ୪୦ କିଲୋମିଟର ମଧ୍ୟରେସୀମିତ ରଖିବାକୁ କୁହାଯାଇଛି। ଏହି ନୂତନ ଟ୍ରାଫିକ ନିୟମର ଉଲ୍ଲଂଘନ କଲେ ୧୦୦୦ ଟଙ୍କା ଜରିମାନା ଏବଂ ତିନିମାସ ପାଇଁ ଡ୍ରାଇଭିଂ ଲାଇସେନ୍ସ ଛଡ଼ାଇ ନିଆଯିବ ବୋଲି ଏଥିରେ ଉଲ୍ଲେଖ କରାଯାଇଛି।

ଦୁଇ ଚକିଆ ଯାନରେ ବସିଥିବା ପିଲାମାନଙ୍କ ପାଇଁ ଅଧିକ ନିରାପତ୍ତା ନିଶ୍ଚିତ କରିବାକୁ ଏକ ନୂତନ ନିୟମକୁ ଅନ୍ତର୍ଭୁକ୍ତ କରିବା ପାଇଁ କେନ୍ଦ୍ରୀୟ ମୋଟର ଯାନ ଅଧିନିୟମରେ ସଂଶୋଧନ କରାଯାଇଛି। ଏହି ନିୟମ ଚାରି ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ଲାଗୁହେବ। ନୂତନ ନିୟମ ଅନୁଯାୟୀ, ବ୍ୟବହୃତ ନିରାପତ୍ତା ହାର୍ନେସ୍‌ ହାଲୁକା, ୱାଟରପ୍ରୁଫ, କୁସନଯୁକ୍ତ ହେବା ସହିତ ଏହା ୩୦ କିଲୋଗ୍ରାମ ଭାର ଧାରଣ କରିବା ଉପଯୋଗୀ ହୋଇଥିବା ଆବଶ୍ୟକ।

ନୂତନ ନିୟମ ଅନୁସାରେ ଛୋଟ ପିଲା ଯାତ୍ରା ସମୟରେ କ୍ରସ ହେଲମେଟ କିମ୍ବା ସାଇକିଲ୍‌ ହେଲମେଟ ପିନ୍ଧିବା ଆବଶ୍ୟକ। ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇଥିବା ନିର୍ଦ୍ଦିଷ୍ଟ ମାନକଯୁକ୍ତ ହେଲମେଟ ବ୍ୟବହାର ଉପରେ ଗୁରୁତ୍ୱାରୋପ କରାଯାଇଛି। ପିଲାମାନଙ୍କ ପାଇଁ କିଭଳି ହେଲମେଟ ତିଆରି କରାଯିବ ସେ ନେଇ କେନ୍ଦ୍ର ପକ୍ଷରୁ ହେଲମେଟ୍‌ ନିର୍ମାତା କମ୍ପାନୀଗୁଡ଼ିକୁ ସୂଚିତ ମଧ୍ୟ କରା ଯାଇସାରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ବରତା, ୭ ବର୍ଷର ଝିଅକୁ ଜୀଅନ୍ତା ଜାଳିଦେଲେ ଲୋକେ, ସରକାରଙ୍କୁ ୨୪ ଘଣ୍ଟାର ଅଲ୍ଟିମେଟମ

ଢାକା,୨୧।୧୨: ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ ବାଂଲାଦେଶରେ ଘଟିଥିବା ବ୍ୟାପକ ହିଂସା ସମୟରେ ଜଣେ ନିର୍ଦ୍ଦୋଷ ଝିଅକୁ ଜୀବନ୍ତ ଜାଳି ଦିଆଯିବାର...

ଆହୁଜା ନା ନୂଆ: କିଏ ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ?

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କିଏ ହେବେ ତାକୁ ନେଇ କିଛିଦିନ ହେଲା ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ଓଡ଼ିଶା ମୁଖ୍ୟ...

ଟ୍ରେନ୍‌ ଧକ୍କାରେ ୭ ହାତୀ ମୃତ, ରାଜଧାନୀ ଏକ୍ସପ୍ରେସ୍‌ର ୫ ବଗି ଲାଇନଚ୍ୟୁତ

ଗୁଆହାଟୀ,୨୧ା୧୨(ପି.ଟି./ଏଜେନ୍ସି): ଜଙ୍ଗଲରେ ଭିତ୍ତିଭୂମି ନିର୍ମାଣ ପାଇଁ ମାନବୀୟ ଓ ବ୍ୟବସାୟିକ କାର୍ଯ୍ୟକଳାପ ସହ ହାତୀ ଚଲାପଥ ଦେଇ ରେଳଲାଇନ ବିଛାଇବା ପ୍ରାଣୀଙ୍କ ଲାଗି ବିପଦ ସାଜୁଛି।...

ପିକନିକ ବସ ଓଲଟି ୩୫ ଛାତ୍ର ଆହତ

ଜମ୍ମୁ,୨୧।୧୨: ଶନିବାର (ଡିସେମ୍ବର ୨୦) ରାତିରେ ଜମ୍ମୁର ବିଷ୍ନାହ ନିକଟବର୍ତ୍ତୀ ରିଙ୍ଗ ରୋଡରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ପିକନିକ ସାରି ଫେରୁଥିବା ଏକ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri