Posted inଜାତୀୟ

ନୂଆ ନିୟମ: ୧୦ ବର୍ଷ ପରେ ଆଧାର ତଥ୍ୟ ରେକର୍ଡକୁ ଅପଡେଟ କରିବାକୁ ହେବ…

ନୂଆଦିଲ୍ଲୀ,୨୪।୧୨ : ଆଧାର କାର୍ଡ ସହ ଜଡିତ ନିୟମରେ ସରକାର ଏକ ବଡ ପରିବର୍ତ୍ତନ କରିଛନ୍ତି। ସୂଚନା ଅନୁଯାୟୀ, ବର୍ତ୍ତମାନ ଆଧାର କାର୍ଡରେ ରଖାଯାଇଥିବା ଡକ୍ୟୁମେଣ୍ଟଗୁଡ଼ିକର ତଥ୍ୟ ରେକର୍ଡକୁ ୧୦ ବର୍ଷ ପରେ ଅପଡେଟ କରିବାକୁ ପଡିବ। ୟୁନିକ ଆଇଡେଣ୍ଟିଫିକେଶନ ଅଥରିଟି ଅଫ ଇଣ୍ଡିଆ (ୟୁଆଇଡିଏଆଇ) ମଧ୍ୟ ସେହି ଆଧାର ଧାରକମାନଙ୍କୁ ଅନୁରୋଧ କରିଛି ଯେଉଁମାନେ ୧୦ ବର୍ଷ ପୂର୍ବେ ୟୁନିକ ଆଇଡେଣ୍ଟିଫିକେଶନ ନମ୍ବର ଜାରି କରିଥିଲେ ଏବଂ ଯେଉଁମାନେ ଏହି ୧୦ ବର୍ଷରେ ସେମାନଙ୍କର ରେକର୍ଡ କେବେ ବି ଅପଡେଟ କରିନାହାଁନ୍ତି ।

ୟୁଆଇଡିଏଆଇ ମଧ୍ୟ ଏ ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛି। ବିବୃତ୍ତିରେ କୁହାଯାଇଛି ଯେ ଆଧାର ଧାରକମାନେ ମାଇଁ ଆଧାର ପୋର୍ଟାଲ ମାଧ୍ୟମରେ କିମ୍ବା ଅଫଲାଇନ ଆଧାର କେନ୍ଦ୍ର ପରିଦର୍ଶନ କରି ସହାୟକ ଦଲିଲ ଅର୍ନ୍ତଗତ ପରିଚୟର ପ୍ରମାଣ ଏବଂ ଠିକଣାର ପ୍ରମାଣ ଅପଲୋଡ କରି ସେମାନଙ୍କର ରେକର୍ଡ ଅପଡେଟ କରିପାରିବେ।

ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅନୁଯାୟୀ, ଆଧାର ଅଦ୍ୟତନ କେନ୍ଦ୍ରୀୟ ପରିଚୟ ତଥ୍ୟ ସଂଗ୍ରହାଳୟ ସିଆଇଡିଆରରେ ପ୍ରାସଙ୍ଗିକ ସୂଚନାର ସଠିକତା ନିଶ୍ଚିତ କରିବାକୁ ପଡ଼ିବ। ଆଧାର ଧାରକମାନେ ଆଧାର ନାମଲେଖା ତାରିଖ ଠାରୁ ପ୍ରତି ୧୦ ବର୍ଷରେ ଅନ୍ତତଃ ପକ୍ଷେ ଥରେ ପରିଚୟର ପ୍ରମାଣ ଏବଂ ବାସସ୍ଥାନର ପ୍ରମାଣ ଧାରଣ କରିଥିବା ଦଲିଲଗୁଡ଼ିକୁ ଅପଡେଟ କରିପାରିବେ ।

ଆଧାର ନମ୍ବର ଜାରି କରିଥିବା ୟୁନିକ ଆଇଡେଣ୍ଟିଫିକେସନ ଅଥରିଟି ଅଫ ଇଣ୍ଡିଆ ଅକ୍ଟୋବର ମାସରେ ଲୋକଙ୍କୁ ଅନୁରୋଧ କରିଛି ଯେ ଯଦି ଆଧାର ନମ୍ବର ପାଇବାକୁ ୧୦ ବର୍ଷରୁ ଅଧିକ ହୋଇଛି ଏବଂ ସେମାନେ ପୁନର୍ବାର ସମ୍ପୃକ୍ତ ତଥ୍ୟ ଅପଡେଟ କରିନାହାଁନ୍ତି, ତେବେ ସେମାନେ ସେମାନଙ୍କର ପରିଚୟ ଏବଂ ବାସସ୍ଥାନ ରେକର୍ଡ ଅପଡେଟ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ପିଟିପିଟି ହତ୍ୟା: ପୋଲିସର ଚାଞ୍ଚଲ୍ୟକର ଖୁଲାସା

ଢାକା,୨୫।୧୨: ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମୃତକଙ୍କ ନାମ ଅମୃତ ମଣ୍ଡଳ ଓରଫ ସମ୍ରାଟ। ପୋଲିସ ଦାବି କରିଛି, ରାଜବାଡ଼ିର...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...

ସରକାରୀ ପ୍ରତିଶ୍ରୁତି ପାଣିର ଗାର: ୬ ମାସ ହେଲା ବସୁଧା ପ୍ରକଳ୍ପ ଅଚଳ!

ଥୁଆମୂଳ ରାମପୁର,୨୫।୧୨(ଦୁର୍ଗା କୀର୍ତ୍ତି): ସରକାରଙ୍କ ‘ବସୁଧା’ ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଏବେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ...

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଆଉ ତା’ପରେ ଘଟିଗଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଘୋଡାହାଡ ଡ଼୍ୟାମ ରାସ୍ତାର ଦ୍ବାର ଗାଁ ମୁଖ୍ୟରାସ୍ତା କ୍ରସର ନିକଟରେ ଗୁରୁବାର ମଧ୍ୟାହ୍ନରେ ଦୁଇ ବାଇକ...

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ସହାୟତା ଦାବି

ଦିଗପହଣ୍ଡି,୨୫।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ଗତ...

ମତ୍ସ୍ୟ ଚାଷ ପ୍ରତି ବଢୁଛି ଆଗ୍ରହ: ଚାଷୀଙ୍କୁ ୪୦ ରୁ ୫୦ ପ୍ରତିଶତ ମିଳୁଛି ସବସିଡି

ଭଞ୍ଜନଗର,୨୫/୧୨(ବାବୁଲା ପ୍ରଧାନ): ଚିକେନ, ମଟନ ଅପେକ୍ଷା ମାଛ ସ୍ବାସ୍ଥ୍ୟ ପାଇଁ ହିତକର। ତେଣୁ ମାଛ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। କିନ୍ତୁ ଗଞ୍ଜାମ ଜିଲାରେ ଆବଶ୍ୟକତା...

ଆଶ୍ଚର୍ଯ୍ୟ ଲାଗିଲେ ବି ସତ, ପୋଷା କୁକୁର ପାଇଁ ଫିନାଇଲ ପିଇ ଜୀବନ ହାରିଲେ ଦୁଇ ଭଉଣୀ

ନୂଆଦିଲ୍ଲୀ,୨୫।୧୨: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦୁଇ ଭଉଣୀ ଫିନାଇଲ୍ ପିଇ ଆତ୍ମହତ୍ୟା କରିଛନ୍ତି । ଏହାର  କାରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri