ଭାକ୍ସିନ୍‌ ଯୋଗୁ ପୁଣି ନୂଆ ବିପଦ: ୨ ଡୋଜ୍‌ ମଧ୍ୟରେ ସମୟ ବଢ଼ିଲେ ସଂକ୍ରମଣ ଆଶଙ୍କା ଅଧିକ…

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୧୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ଦେଶରେ କୋଭିଶିଲ୍ଡ୍‌ ଭାକ୍ସିନ୍‌ର ୨ ଡୋଜ୍‌ ମଧ୍ୟରେ ବୃଦ୍ଧି କରାଯାଇଥିବା ସମୟ ସୀମାକୁ ନେଇ ଆମେରିକା ଭାରତକୁ ଚେତାବନୀ ଦେଇଛି। ୨ ଡୋଜ୍‌ ମଧ୍ୟରେ ସମୟ ସୀମା ବଢ଼ିଲେ ଭାରତରେ ସଂକ୍ରମଣ ଆଶଙ୍କା ବୃଦ୍ଧି ପାଇବ ବୋଲି ଆମେରିକାର ମହାମାରୀ ବିଶେଷଜ୍ଞ ଡ. ଆନ୍ଥୋନୀ ଫୌସି ସତର୍କ କରାଇଛନ୍ତି। ପୂର୍ବରୁ ଭାରତରେ କୋଭିଶିଲ୍ହ ଭାକ୍ସିନ୍‌ର ୨ ଡୋଜ୍‌ ମଧ୍ୟରେ ୨୮ ଦିନର ଅନ୍ତର ରଖାଯାଇଥିଲା। ଏହାପରେ ଅନ୍ତରକୁ ୬ରୁ ୮ ସପ୍ତାହ ରଖାଯାଇଥିଲା। ତେବେ ପରବର୍ତ୍ତୀ ସମୟରେ ସମୟ ସୀମାକୁ ୧୨ରୁ ୧୬ ସପ୍ତାହ ରଖାଯାଇଛି। ଏହା ଦ୍ୱାରା ଭାରତରେ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା ରହିଥିବା ଫୌସି ସୂଚନା ଦେଇଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ, ଭାକ୍ସିନ୍‌ ର୨ ଡୋଜ୍‌ ମଧ୍ୟରେ ଅନ୍ତର ବଢ଼ିଲେ ଏହା ପ୍ରଭାବଶାଳୀ ହେବ। ମାତ୍ର ଫୌସି ଏହାକୁ ବାରଣ କରିଛନ୍ତି। ଭାକ୍ସିନ୍‌ ଅଭାବ ଯୋଗୁ ନିର୍ଦ୍ଧାରିତ ସମୟ ଅନ୍ତରଠାରୁ ଦୂରେଇ କଲେ ଭାରତରେ ଦେଖାଦେଇଥିବା ଡେଲ୍ଟା ଭାରିଆଣ୍ଟ୍‌କୁ ନିୟନ୍ତ୍ରଣ କରିବା କଷ୍ଟକର ହେବ ବୋଲି ସେ କହିଛନ୍ତି। ଭାରତ ସରକାରଙ୍କ ଅନୁସାରେ କୋଭିଶିଲ୍ଡ୍‌ର ୨ ଡୋଜ୍‌ ମଧ୍ୟରେ ଅନ୍ତର ୪ରୁ ୬ ସପ୍ତାହ ରହିଲେ ଏହା ୫୦ରୁ ୬୦ ପ୍ରତିଶତ ପର୍ଯ୍ୟନ୍ତ ପ୍ରଭାବଶାଳୀ ହୋଇଥାଏ। ମାତ୍ର ସମୟ ଅନ୍ତର ୧୨ରୁ ୧୬ ସପ୍ତାହ ରହିଲେ ଏହା ୮୧ ପ୍ରତିଶତ ପ୍ରଭାବଶାଳୀ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

ବ୍ରହ୍ମପୁର ଆସୁଥିବା ବେଳେ ବାଟରେ ମର୍ମନ୍ତୁଦ ଦୁର୍ଘଟଣା, ଡିଭାଇଡର ପିଟି ହୋଇ ୨ ବାଇକ ଆରୋହୀ ମୃତ

ଗଞ୍ଜାମ,୧୪।୬(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ମର୍ମନ୍ତୁଦ ଦୁର୍ଘଟଣା ହୋଇଛି ।  ଅପରାହ୍ନରେ ଏକ ବାଇକ ଡିଭାଇଡର ପିଟି…

ପୂର୍ବ ଶତ୍ରୁତାରୁ ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ! ଗାଁ ମେଡ଼ିକାଲ ଛକରେ ଠିଆ ହୋଇଥିଲେ, କାରରେ ଆସି ହାଣି ଚାଲିଲେ…

ଦିଗପହଣ୍ଡି,୧୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ରବିବାର ସନ୍ଧ୍ୟା ପ୍ରାୟ…

ନଦୀରେ ଗୋଧୋଇବାକୁ ଯିବା ହେଲା କାଳ, ପାଣିରେ ବୁଡ଼ି ଚାଲିଗଲା ୨ଜୀବନ

ଝାରସୁଗୁଡ଼ା,୧୪।୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ଇବ ନଦୀକୁ ରବିବାର ଅପରାହ୍ନରେ ଗାଧୋଇ ଯାଇଥିବା ସମୟରେ ପାଣିରେ ବୁଡ଼ି ଦୁଇ ଜଣ ଯୁବକଙ୍କର ଅକାଳ…

ବଙ୍ଗ ରାଜନୀତିରେ ବଡ଼ ଖେଳ! ଏହି ଦଳରେ ମିଶିବେ ଟିଏମସିର ବିଦ୍ରୋହୀ ଏମପି, ବଡ଼ ସୂଚନା ଦେଲେ….

କୋଲକାତା,୧୪।୬: ବିଦ୍ରୋହୀ ଟିଏମସି ଏମପିମାନେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ରିପୋର୍ଟ ଅନୁସାରେ, ମିଶ୍ରଣ ପରେ ସେମାନେ ନ୍ୟାସନାଲିଷ୍ଟ ସିଟିଜେନ୍ସ ପାର୍ଟିରେ ଯୋଗଦେବେ ଏବଂ ଏନଡିଏକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri