ଟୁଇଟର ଡିଲ୍‌ରେ ନୂଆ ପ୍ରତିବନ୍ଧକ, ଏଲୋନ ମସ୍କଙ୍କ ବିରୋଧରେ ମାମଲା, ୨୦୨୫ ପର୍ଯ୍ୟନ୍ତ ରୋକ ଦାବି …

ଓ୍ବାଶିଂଟନ୍‌, ୭।୫ : ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟର କ୍ରୟ ଘୋଷଣା କରିଥିବା ଏଲୋନ ମସ୍କଙ୍କ ଅସୁବିଧା ବଢ଼ିବାରେ ଲାଗିଛି। ଫ୍ଲୋରିଡା ପେନ୍‌ସନ ଫଣ୍ଡ୍‌ ଏହି ଡିଲକୁ ବନ୍ଦ କରିବା ପାଇଁ ମସ୍କ ଏବଂ ଟୂଇଟର ବିରୋଧରେ ମାମଲା ରୁଜୁ କରିଛି। ୨୦୨୫ ପର୍ଯ୍ୟନ୍ତ ଏଲୋନ ମସ୍କ ଏବଂ ଟୁଇଟର ମଧ୍ୟରେ ଡିଲ୍‌ ବନ୍ଦ କରିବାକୁ ଏଥିରେ ଦାବି କରାଯାଇଛି।

ନ୍ୟୁଜ ଏଜେନ୍ସି ରଏଟର୍ସ ଅନୁଯାୟୀ, ଡେଲାୱେର୍‌ ଚାନ୍ସରି କୋର୍ଟରେ ଦାଖଲ ହୋଇଥିବା ମାମଲା ଉଲ୍ଲେଖ କରାଯାଇଛି ଯେ, ଚୁକ୍ତି ଅନୁସାରେ ଟୁଇଟରର ୧୫ ପ୍ରତିଶତ ଅଂଶଧନ ମଧ୍ୟରୁ ମସ୍କ ୯.୬ ପ୍ରତିଶତ ଅଂଶଧନ ଅଧିଗ୍ରହଣ କରିବା ପରେ ସ୍‌ଜଣେ ଷ୍ଟକହୋଲ୍ଡର ହୋଇପାରିଛନ୍ତି। ଆସନ୍ତା ୩ ବର୍ଷ ମଧ୍ୟରେ ଯଦି ସେ ମାଲିକାନା ଦୁଇ-ତୃତୀୟାଂଶ ଅଂଶଧନ କ୍ରୟ ନ କରନ୍ତି ତେବେ ତାଙ୍କର ଟୁଇଟର କ୍ରୟ ସମ୍ପୂର୍ଣ୍ଣ ହୋଇ ପାରିବ ନାହିଁ। ଏହା ଅନୁଯାୟୀ, ଅନ୍ତତଃ ପକ୍ଷେ ୨୦୨୫ ପର୍ଯ୍ୟନ୍ତ ଡିଲ ଉପରେ ରୋକ ରଖାଯିବା ଜରୁରୀ। ଏହି ପରିପ୍ରେକ୍ଷୀରେ ଟୁଇଟର ପରିଚାଳନା ଉପରେ ମଧ୍ୟ ପ୍ରଶ୍ନ ଉଠିଛି।

ଅଭିଯୋଗ ହୋଇଛି ଯେ କମ୍ପାନୀର ନିର୍ଦ୍ଦେଶକମାନେ ସେମାନଙ୍କ କର୍ତ୍ତବ୍ୟ ଉଲ୍ଲଂଘନ କରିଛନ୍ତି। ତେବେ ଏନେଇ ଟୁଇଟର ଅବା ଏଲୋନ ମସ୍କଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରଦାନ କରାଯାଇ ନାହିଁ।

ମୋର୍ଗାନ୍‌ ଷ୍ଟାନଲେ ଟୁଇଟରର ୮.୮ ପ୍ରତିଶତ ଅଂଶଧନ କ୍ରୟ କରିଥିବାବେଳେ ଡୋର୍ସେ ୨.୪ ପ୍ରତିଶତ ଅଂଶଧନ କିଣିଛି।

ଏଲୋନ ମସ୍କ ଟୱିଟର ପାଇଁ ୪୪ ବିଲିୟନ ଡଲାରର ଚୁକ୍ତି ଘୋଷଣା କରିଥିଲେ। ଏଥିପାଇଁ ମସ୍କ ମଧ୍ୟ ପାଣ୍ଠି ସଂଗ୍ରହ ଆରମ୍ଭ କରିଛନ୍ତି। ନିକଟରେ ମସ୍କ ସେକ୍ୱୋୟା କ୍ୟାପିଟାଲ ଫଣ୍ଡରୁ ୮୦ କୋଟି ଡଲାର, ଭିଏକାପିଟାଲରୁ ୭୦ କୋଟି ଡଲାର ସଂଗ୍ରହ କରିଛନ୍ତି । ଏଥି ସହିତ, ଓରାକଲର ସହ-ପ୍ରତିଷ୍ଠାତା ଲ୍ୟାରି ଏଲିସନ ଏକ ବିଲିୟନ ଡଲାର ବିନିଯୋଗ କରିବାକୁ ମଧ୍ୟ ରାଜି ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାନକିଣା: ଟୋକନ ଅପେକ୍ଷାରେ ଚାଷୀ

ପଦ୍ମପୁର,୨୨।୧୨(ପ୍ରଦୀପ୍ତ ଦାଶ):ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ମଣ୍ଡି ଖୋଲିବାର ୨୫ ଦିନ ବିତିଯାଇଛି। ମାତ୍ର ଅଧିକାଂଶ ଚାଷୀଙ୍କ ପାଖରେ ଏଯାଏ ଟୋକନ ପହଞ୍ଚି ପାରିନାହିଁ। ଯେଉଁ...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ବରଗଡ଼ ଧନୁଯାତ୍ରା ମହୋତ୍ସବ: ସାଜସଜ୍ଜାରେ ଆଗୁଆ, ପ୍ରଚାରରେ ପଛୁଆ

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଏହି ମହୋତ୍ସବର ଭିନ୍ନ ଏକ ପରିଚୟ ରହିଛି। ଅନେକ ସ୍ଥାନରେ ଏବେ ଧନୁଯାତ୍ରା ଚାଲିଛି। ହେଲେ...

୧.୩ ଲକ୍ଷ ଘର ଅନ୍ଧାରରେ: ଚିନ୍ତାରେ ସରକାର

ସାନ୍‌ ଫ୍ରାନ୍ସିସ୍କୋ,୨୨ା୧୨:ସାନ୍‌ ଫ୍ରାନ୍ସିସ୍କୋରେ ବିଜୁଳି ବିଭ୍ରାଟରୁ ୧ ଲକ୍ଷ ୩୦ ହଜାର ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନ ଅନ୍ଧାରରେ ରହିଥିବା ପାସିଫିକ୍‌ ଗ୍ୟାସ୍‌ ଆଣ୍ଡ ଇଲେକ୍ଟ୍ରିକ୍‌...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଘରୁ ଖାଦ୍ୟ ନେଇଗଲେ ଆତଙ୍କବାଦୀ: ଜଙ୍ଗଲକୁ ଘେରାବନ୍ଦୀ

ଜମ୍ମୁ,୨୨ା୧୨:ଜମ୍ମୁ-କଶ୍ମୀରର ଉଧାମପୁର ଜିଲା ଅନ୍ତର୍ଗତ ଏକ ଗ୍ରାମରେ ଆତଙ୍କବାଦୀମାନେ ଜଣକ ଘରେ ପଶି ଖାଦ୍ୟ ନେଇ ଜଙ୍ଗଲ ମଧ୍ୟକୁ ଖସି ପଳାଇଥିବା ସୂଚନା ମିଳିଛି। ସେମାନଙ୍କୁ...

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri