ଟୁଇଟର ଡିଲ୍‌ରେ ନୂଆ ପ୍ରତିବନ୍ଧକ, ଏଲୋନ ମସ୍କଙ୍କ ବିରୋଧରେ ମାମଲା, ୨୦୨୫ ପର୍ଯ୍ୟନ୍ତ ରୋକ ଦାବି …

ଓ୍ବାଶିଂଟନ୍‌, ୭।୫ : ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟର କ୍ରୟ ଘୋଷଣା କରିଥିବା ଏଲୋନ ମସ୍କଙ୍କ ଅସୁବିଧା ବଢ଼ିବାରେ ଲାଗିଛି। ଫ୍ଲୋରିଡା ପେନ୍‌ସନ ଫଣ୍ଡ୍‌ ଏହି ଡିଲକୁ ବନ୍ଦ କରିବା ପାଇଁ ମସ୍କ ଏବଂ ଟୂଇଟର ବିରୋଧରେ ମାମଲା ରୁଜୁ କରିଛି। ୨୦୨୫ ପର୍ଯ୍ୟନ୍ତ ଏଲୋନ ମସ୍କ ଏବଂ ଟୁଇଟର ମଧ୍ୟରେ ଡିଲ୍‌ ବନ୍ଦ କରିବାକୁ ଏଥିରେ ଦାବି କରାଯାଇଛି।

ନ୍ୟୁଜ ଏଜେନ୍ସି ରଏଟର୍ସ ଅନୁଯାୟୀ, ଡେଲାୱେର୍‌ ଚାନ୍ସରି କୋର୍ଟରେ ଦାଖଲ ହୋଇଥିବା ମାମଲା ଉଲ୍ଲେଖ କରାଯାଇଛି ଯେ, ଚୁକ୍ତି ଅନୁସାରେ ଟୁଇଟରର ୧୫ ପ୍ରତିଶତ ଅଂଶଧନ ମଧ୍ୟରୁ ମସ୍କ ୯.୬ ପ୍ରତିଶତ ଅଂଶଧନ ଅଧିଗ୍ରହଣ କରିବା ପରେ ସ୍‌ଜଣେ ଷ୍ଟକହୋଲ୍ଡର ହୋଇପାରିଛନ୍ତି। ଆସନ୍ତା ୩ ବର୍ଷ ମଧ୍ୟରେ ଯଦି ସେ ମାଲିକାନା ଦୁଇ-ତୃତୀୟାଂଶ ଅଂଶଧନ କ୍ରୟ ନ କରନ୍ତି ତେବେ ତାଙ୍କର ଟୁଇଟର କ୍ରୟ ସମ୍ପୂର୍ଣ୍ଣ ହୋଇ ପାରିବ ନାହିଁ। ଏହା ଅନୁଯାୟୀ, ଅନ୍ତତଃ ପକ୍ଷେ ୨୦୨୫ ପର୍ଯ୍ୟନ୍ତ ଡିଲ ଉପରେ ରୋକ ରଖାଯିବା ଜରୁରୀ। ଏହି ପରିପ୍ରେକ୍ଷୀରେ ଟୁଇଟର ପରିଚାଳନା ଉପରେ ମଧ୍ୟ ପ୍ରଶ୍ନ ଉଠିଛି।

ଅଭିଯୋଗ ହୋଇଛି ଯେ କମ୍ପାନୀର ନିର୍ଦ୍ଦେଶକମାନେ ସେମାନଙ୍କ କର୍ତ୍ତବ୍ୟ ଉଲ୍ଲଂଘନ କରିଛନ୍ତି। ତେବେ ଏନେଇ ଟୁଇଟର ଅବା ଏଲୋନ ମସ୍କଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରଦାନ କରାଯାଇ ନାହିଁ।

ମୋର୍ଗାନ୍‌ ଷ୍ଟାନଲେ ଟୁଇଟରର ୮.୮ ପ୍ରତିଶତ ଅଂଶଧନ କ୍ରୟ କରିଥିବାବେଳେ ଡୋର୍ସେ ୨.୪ ପ୍ରତିଶତ ଅଂଶଧନ କିଣିଛି।

ଏଲୋନ ମସ୍କ ଟୱିଟର ପାଇଁ ୪୪ ବିଲିୟନ ଡଲାରର ଚୁକ୍ତି ଘୋଷଣା କରିଥିଲେ। ଏଥିପାଇଁ ମସ୍କ ମଧ୍ୟ ପାଣ୍ଠି ସଂଗ୍ରହ ଆରମ୍ଭ କରିଛନ୍ତି। ନିକଟରେ ମସ୍କ ସେକ୍ୱୋୟା କ୍ୟାପିଟାଲ ଫଣ୍ଡରୁ ୮୦ କୋଟି ଡଲାର, ଭିଏକାପିଟାଲରୁ ୭୦ କୋଟି ଡଲାର ସଂଗ୍ରହ କରିଛନ୍ତି । ଏଥି ସହିତ, ଓରାକଲର ସହ-ପ୍ରତିଷ୍ଠାତା ଲ୍ୟାରି ଏଲିସନ ଏକ ବିଲିୟନ ଡଲାର ବିନିଯୋଗ କରିବାକୁ ମଧ୍ୟ ରାଜି ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ଇରାନ-ଆମେରିକା ଯୁଦ୍ଧ ଭିତରେ ପଶିଲା ଚାଇନା, କହିଦେଲା ଏତେ ବଡ଼ କଥା, ଟ୍ରମ୍ପ ଛାନିଆ

ନୂଆଦିଲ୍ଲୀ,୩୦।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଚାଇନା ଇରାନ ବିରୁଦ୍ଧରେ ଆମେରିକାର ଆକ୍ରମଣକୁ ନିନ୍ଦା କରିଛି। ଚାଇନା ସ୍ପଷ୍ଟ ଭାବରେ କହିଛି ଯେ ଇରାନ ବିରୁଦ୍ଧରେ ସାମରିକ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଜରୁରୀକାଳୀନ ପରିସ୍ଥିତି, ସ୍ମାର୍ଟ ଲକଡାଉନ୍‌… ଇରାନ ଯୁଦ୍ଧ ଯୋଗୁ ଘୋର ସଙ୍କଟରେ ଏହି ସବୁ ଦେଶ

ନୂଆଦିଲ୍ଲୀ,୩୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଆଉ ଏହି ତିନୋଟି ଦେଶ ମଧ୍ୟରେ ସୀମିତ ନାହିଁ। ତେଲ ଏବଂ ଗ୍ୟାସ ଯୋଗାଣରେ ବାଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri