ଟୁଇଟର ଡିଲ୍‌ରେ ନୂଆ ପ୍ରତିବନ୍ଧକ, ଏଲୋନ ମସ୍କଙ୍କ ବିରୋଧରେ ମାମଲା, ୨୦୨୫ ପର୍ଯ୍ୟନ୍ତ ରୋକ ଦାବି …

ଓ୍ବାଶିଂଟନ୍‌, ୭।୫ : ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟର କ୍ରୟ ଘୋଷଣା କରିଥିବା ଏଲୋନ ମସ୍କଙ୍କ ଅସୁବିଧା ବଢ଼ିବାରେ ଲାଗିଛି। ଫ୍ଲୋରିଡା ପେନ୍‌ସନ ଫଣ୍ଡ୍‌ ଏହି ଡିଲକୁ ବନ୍ଦ କରିବା ପାଇଁ ମସ୍କ ଏବଂ ଟୂଇଟର ବିରୋଧରେ ମାମଲା ରୁଜୁ କରିଛି। ୨୦୨୫ ପର୍ଯ୍ୟନ୍ତ ଏଲୋନ ମସ୍କ ଏବଂ ଟୁଇଟର ମଧ୍ୟରେ ଡିଲ୍‌ ବନ୍ଦ କରିବାକୁ ଏଥିରେ ଦାବି କରାଯାଇଛି।

ନ୍ୟୁଜ ଏଜେନ୍ସି ରଏଟର୍ସ ଅନୁଯାୟୀ, ଡେଲାୱେର୍‌ ଚାନ୍ସରି କୋର୍ଟରେ ଦାଖଲ ହୋଇଥିବା ମାମଲା ଉଲ୍ଲେଖ କରାଯାଇଛି ଯେ, ଚୁକ୍ତି ଅନୁସାରେ ଟୁଇଟରର ୧୫ ପ୍ରତିଶତ ଅଂଶଧନ ମଧ୍ୟରୁ ମସ୍କ ୯.୬ ପ୍ରତିଶତ ଅଂଶଧନ ଅଧିଗ୍ରହଣ କରିବା ପରେ ସ୍‌ଜଣେ ଷ୍ଟକହୋଲ୍ଡର ହୋଇପାରିଛନ୍ତି। ଆସନ୍ତା ୩ ବର୍ଷ ମଧ୍ୟରେ ଯଦି ସେ ମାଲିକାନା ଦୁଇ-ତୃତୀୟାଂଶ ଅଂଶଧନ କ୍ରୟ ନ କରନ୍ତି ତେବେ ତାଙ୍କର ଟୁଇଟର କ୍ରୟ ସମ୍ପୂର୍ଣ୍ଣ ହୋଇ ପାରିବ ନାହିଁ। ଏହା ଅନୁଯାୟୀ, ଅନ୍ତତଃ ପକ୍ଷେ ୨୦୨୫ ପର୍ଯ୍ୟନ୍ତ ଡିଲ ଉପରେ ରୋକ ରଖାଯିବା ଜରୁରୀ। ଏହି ପରିପ୍ରେକ୍ଷୀରେ ଟୁଇଟର ପରିଚାଳନା ଉପରେ ମଧ୍ୟ ପ୍ରଶ୍ନ ଉଠିଛି।

ଅଭିଯୋଗ ହୋଇଛି ଯେ କମ୍ପାନୀର ନିର୍ଦ୍ଦେଶକମାନେ ସେମାନଙ୍କ କର୍ତ୍ତବ୍ୟ ଉଲ୍ଲଂଘନ କରିଛନ୍ତି। ତେବେ ଏନେଇ ଟୁଇଟର ଅବା ଏଲୋନ ମସ୍କଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରଦାନ କରାଯାଇ ନାହିଁ।

ମୋର୍ଗାନ୍‌ ଷ୍ଟାନଲେ ଟୁଇଟରର ୮.୮ ପ୍ରତିଶତ ଅଂଶଧନ କ୍ରୟ କରିଥିବାବେଳେ ଡୋର୍ସେ ୨.୪ ପ୍ରତିଶତ ଅଂଶଧନ କିଣିଛି।

ଏଲୋନ ମସ୍କ ଟୱିଟର ପାଇଁ ୪୪ ବିଲିୟନ ଡଲାରର ଚୁକ୍ତି ଘୋଷଣା କରିଥିଲେ। ଏଥିପାଇଁ ମସ୍କ ମଧ୍ୟ ପାଣ୍ଠି ସଂଗ୍ରହ ଆରମ୍ଭ କରିଛନ୍ତି। ନିକଟରେ ମସ୍କ ସେକ୍ୱୋୟା କ୍ୟାପିଟାଲ ଫଣ୍ଡରୁ ୮୦ କୋଟି ଡଲାର, ଭିଏକାପିଟାଲରୁ ୭୦ କୋଟି ଡଲାର ସଂଗ୍ରହ କରିଛନ୍ତି । ଏଥି ସହିତ, ଓରାକଲର ସହ-ପ୍ରତିଷ୍ଠାତା ଲ୍ୟାରି ଏଲିସନ ଏକ ବିଲିୟନ ଡଲାର ବିନିଯୋଗ କରିବାକୁ ମଧ୍ୟ ରାଜି ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଫେଲ ଟାଓ୍ବାରକୁ ୧୩୦ ବର୍ଷ

ପ୍ୟାରିସ,୧୭।୫(ଏଏଫ୍‌ପି):ପ୍ୟାରିସ୍‌ର ଉଚ୍ଚତମ ଇଫେଲ ଟାଓ୍ବାର ୧୩୦ ବର୍ଷରେ ପଦାର୍ପଣ କରିଛି। ରଙ୍ଗାରଙ୍ଗ ଆଲୋକ ସଜ୍ଜା ମଧ୍ୟରେ ଏହାର ପ୍ରତିଷ୍ଠା ଉତ୍ସବ ପାଳନ କରାଯାଇଛି। ୧୮୮୯ରେ ପ୍ରତିଷ୍ଠିତ...

ପରମାଣୁ ଶକ୍ତିର ବ୍ୟବହାର ବୃଦ୍ଧି ପାଇଁ ନୂତନ ନୀତି ଗ୍ରହଣ କଲା ଜାପାନ

ଟୋକିଓ,୨୩ ।୧୨: ସାରା ବିଶ୍ୱରେ ଇନ୍ଧନ ଅଭାବ ମଧ୍ୟରେ ସ୍ଥିର ବିଦ୍ୟୁତ ଯୋଗାଣକୁ ସୁନିଶ୍ଚିତ କରିବାକୁ ଏବଂ କାର୍ବନ ନିର୍ଗମନକୁ ହ୍ରାସ କରିବାକୁ ପରମାଣୁ ଶକ୍ତିର...

ନାଲ୍‌କୋ ବକ୍ସାଇଟ ଖଣି ପୁରସ୍କୃତ

ଭୁବନେଶ୍ୱର,୧୮।୯ ନାଲ୍‌କୋର ପଞ୍ଚପଟ୍ଟମାଳି ବକ୍ସାଇଟ୍‌ ଖଣିକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସମ୍ମାନ ଜନକ ପ୍ରଦୂଷଣ ନିୟନ୍ତ୍ରଣ ଉତ୍କଷ ପୁରସ୍କାର-୨୦୨୧ ପ୍ରଦାନ କରାଯାଇଛି। ସ୍ଥାନୀୟ...

୧୫% ୟୁକ୍ରେନ୍‌ରେ ରୁଷିଆ ଆଧିପତ୍ୟ

ମସ୍କୋ/କିଭ୍‌/ଓ୍ବାଶିଂଟନ୍‌, ୧।୧୦: ସାତମାସ ତଳେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଆରମ୍ଭ କରିଥିବା ତଥାକଥିତ ସ୍ବତନ୍ତ୍ର ସାମରିକ ଅଭିଯାନର ଉଦ୍ଦେଶ୍ୟ ଆଂଶିକ ସଫଳ ହୋଇଛି। ଏହି...

ଯୁବ ଟିମ୍‌ ତିଆରି କରୁଛି ଆଇବିଏମ୍‌;୧ ଲକ୍ଷ ବୁଢ଼ା କର୍ମଚାରୀ ବିଦା

ସାନଫ୍ରାନ୍ସିସ୍‌କୋ,୩-୮: ଆମେରିକାର ଆଇଟି କମ୍ପାନୀ ଆଇବିଏମ୍‌ ଯୁବ କର୍ମଚାରୀଙ୍କୁ ନେଇ ଏକ ଟିମ୍‌ ତିଆରି କରିବା ଉଦ୍ଦେଶ୍ୟରେ ଗତ କିଛି ବର୍ଷ ଭିତରେ ପ୍ରାୟ ୧...

ଚାଇନାର ପ୍ରତିରକ୍ଷା ବଜେଟରେ ୭.୧% ବୃଦ୍ଧି

ନୂଆଦିଲ୍ଲୀ, ୬।୩: ଶନିବାର ଚାଇନା ନିଜ ପ୍ରତିରକ୍ଷା ବଜେଟରେ ୭.୧% ବୃଦ୍ଧି କରିଛି। ଫଳସ୍ବରୂପ ଗତବର୍ଷ ଚାଇନାର ପ୍ରତିରକ୍ଷା ବଜେଟ ୨୦୯ ବିଲିୟନ ଡଲାର ଥିବାବେଳେ...

ନୂଆ ହୋମ୍‌ ଆପ୍ଲାଏନ୍ସ ଆଣିଲା ତୋଷିବା

ନୂଆଦିଲ୍ଲୀ,୨୫।୬ : ଜାପାନ ଭିତ୍ତିକ ପ୍ରମୁଖ କମ୍ପାନୀ ତୋଷିବା ପକ୍ଷରୁ ବଜାରକୁ ନୂଆ ହୋମ୍‌ ଆପ୍ଲାଏନ୍ସର ୨୦୨୦-୨୧ ରେଞ୍ଜ ପ୍ରବେଶ କରାଯାଇଛି। ଭର୍ଚୁଆଲ ଇଭେଣ୍ଟ ଦ୍ୱାରା...

କରୋନା ମୁକାବିଲାରେ ସାମିଲ୍‌ ହେଲେ ଜୁକରବର୍ଗ

ଓ୍ବାଶିଂଟନ,୫।୩: କରୋନା ସଂକ୍ରମଣ ଇତି ମଧ୍ୟରେ ପୃଥିବୀର ୮୨ଟି ଦେଶକୁ ବ୍ୟାପଛି। କରୋନା ମୁକାବିଲା ପାଇଁ ବିଶ୍ୱବ୍ୟାଙ୍କ, ଗୁଗଲ, ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅଣ୍ଟା ଭିଡ଼ିଛନ୍ତି।...

Advertisement
Archives

Model This Week