ଭୁବନେଶ୍ୱର ମେଟ୍ରୋ ପାଇଁ କେନ୍ଦ୍ରକୁ ନୂଆ ପ୍ରସ୍ତାବ, ରୁଟ୍ ଚୂଡ଼ାନ୍ତ କରିବ ବୈଷୟିକ କମିଟି

ଭୁବନେଶ୍ୱର,୧୪ା୮: ଓଡ଼ିଶା ସରକାର ଭୁବନେଶ୍ୱରରେ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଶୀଘ୍ର କେନ୍ଦ୍ର ସରକାରଙ୍କୁ ଏକ ନୂଆ ପ୍ରସ୍ତାବ ଦାଖଲ କରିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଗୁରୁବାର ଘୋଷଣା କରିଛନ୍ତି।

ମେଟ୍ରୋ ପ୍ରକଳ୍ପ ଉପରେ ମନ୍ତ୍ରୀସ୍ତରୀୟ ଉପ-କମିଟିର ଦ୍ୱିତୀୟ ବୈଠକ ପରେ ମନ୍ତ୍ରୀ କହିଛନ୍ତି ଯେ ନୂଆ ଯୋଜନା ଅଧୀନରେ ଏକ ବୈଷୟିକ କମିଟି ଗଠନ କରାଯିବ। ଏହି କମିଟି ବିଭିନ୍ନ ସହର ପରିଦର୍ଶନ କରି ପ୍ରକଳ୍ପର ସମ୍ଭାବ୍ୟତା ଅଧ୍ୟୟନ କରିବ, ସମ୍ଭାବ୍ୟ ରୁଟ୍‌ଗୁଡ଼ିକ ପରୀକ୍ଷା କରିବ ଏବଂ ନୂଆ ଟ୍ରାକ୍ ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିବ।

ଏକ କମ୍ପ୍ରେହେନସିଭ୍ ମୋବିଲିଟି ପ୍ଲାନ୍ ପୂର୍ବରୁ ପ୍ରସ୍ତୁତ ହୋଇସାରିଛି। ବୈଷୟିକ କମିଟିର ରିପୋର୍ଟରେ ମେଟ୍ରୋ କେଉଁ ଲାଇନ୍‌ରେ ଚାଲିବ ଏବଂ କେଉଁଠାରେ ପାର୍କିଂ ସୁବିଧା ନିର୍ମାଣ ହେବ ତାହା ଉଲ୍ଲେଖ କରାଯିବ। ନୀଳନକ୍ସା ଚୂଡ଼ାନ୍ତ କରିବା ପୂର୍ବରୁ ଜନମତ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

ମହାପାତ୍ର ସ୍ପଷ୍ଟ କରିଛନ୍ତି ଯେ ପୂର୍ବ ମେଟ୍ରୋ ଯୋଜନାକୁ ପ୍ରସ୍ତାବିତ ରୁଟ୍‌ରେ ଟ୍ରାଫିକ ଜାମ୍ ସମସ୍ୟା ହେତୁ ରଦ୍ଦ କରାଯାଇଥିଲା। ସେ କହିଛନ୍ତି, “ପରୀକ୍ଷଣ ପର୍ଯ୍ୟାୟରେ ମଧ୍ୟ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ପୁରୁଣା ରୁଟ୍‌ରେ ନିର୍ମାଣ ଆରମ୍ଭ ହୋଇଥିଲେ ସମ୍ପୂର୍ଣ ରାସ୍ତା ବନ୍ଦ ହୋଇଯାଇଥାନ୍ତା। ତେଣୁ ନୂଆ କମିଟି ବିକଳ୍ପ ଟ୍ରାକ୍ ପାଇଁ ସୁପାରିଶ କରିବ।”


Enter your email to get our daily news in your inbox.

All Right Reserved By Dharitri.Com

ପାନ ମସଲା ପ୍ରତିବନ୍ଧକ ଉପରେ H&FWର ବଡ଼ ବୟାନ, ବ୍ୟାନ ହେବନି ପାନ ମସଲା!

ଭୁବନେଶ୍ବର,୩୦।୧: ଓଡ଼ିଶାରେ ପାନ ମସଲାକୁ ବ୍ୟାନ କରିଛନ୍ତି ରାଜ୍ୟ ସରକାର । ବିଡ଼ି, ସିଗାରେଟ, ଗୁଟଖା ଏବଂ ତମାଖୁ ଭଳି ଉତ୍ପାଦର ପ୍ୟାକେଜିଂ, ସଂରକ୍ଷଣ ଏବଂ ଉତ୍ପାଦନ…

OISF ଯବାନଙ୍କ ବସ୍‌କୁ ଧକ୍କା ଦେଲା ଟ୍ରକ, ୨୬ ଜଣ ଯବାନ ଆହତ

କେନ୍ଦୁଝର,୩୦।୧ (ନରେଶ ଚନ୍ଦ୍ର ପଟ୍ଟନାୟକ) କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନାର ୫୨୦ ନମ୍ବର ଜାତୀୟ ରାଜପଥର ତଡୁଆବାହାଳ ନିକଟରେ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (ଓଆଇଏସଏଫ୍) ଯବାନଙ୍କୁ…

ବିନା ସଂଳାପରେ ଜିତିଲା ମନ: ବିଜୟ ସେତୁପତି ଓ ଅଦିତି ରାଓଙ୍କ ‘ଗାନ୍ଧୀ ଟକ୍‌ସ’କୁ ଦର୍ଶକଙ୍କ ପ୍ରଶଂସା

ମୁମ୍ବାଇ: ଶୁକ୍ରବାର ପ୍ରେକ୍ଷାଳୟକୁ ଆସିଛି ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର ‘ଗାନ୍ଧୀ ଟକ୍‌ସ’। ଏହି ଚଳଚ୍ଚିତ୍ରଟି ବିନା ସଂଳାପରେ ଗତିଶୀଳ ଏକ ‘ସାଇଲେଣ୍ଟ ଫିଲ୍ମ’। ଯାହା ଦର୍ଶକଙ୍କ ମଧ୍ୟରେ…

ଆକାଶ ମାର୍ଗରେ ଏକାଠି ହେଲେ ପାକିସ୍ତାନ-ବାଂଲାଦେଶ, ଜାଣନ୍ତୁ ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ

କରାଚୀ,୩୦।୧: ୧୪ ବର୍ଷ ପରେ ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ସିଧାସଳଖ ବିମାନ ସେବା ପୁନର୍ବାର ଆରମ୍ଭ ହୋଇଛି। ବାଂଲାଦେଶର ଜାତୀୟ ବିମାନ କମ୍ପାନୀ, ବିମାନ ବାଂଲାଦେଶ…

ଚଳନ୍ତା ଟ୍ରକର ଚକା ଫାଟି ଲାଗିଗଲା ନିଆଁ, ତାପରେ…

ପଟ୍ଟାଙ୍ଗି,୩୦।୧(ଶରତ କୁମାର ଧଳ): କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ଦେଇ ପଡୋଶୀ ଆନ୍ଧ୍ରକୁ ସଂଯୋଗ କରିଥିବା ୨୬ନଂ ଜାତୀୟ ରାଜପଥ ଘାଟି ରାସ୍ତାରେ ଚଳନ୍ତା ଟ୍ରକର ଚକା…

ଆଣ୍ଡ୍ରଏଡ୍ ସ୍କାମ୍ ଉପରେ କେନ୍ଦ୍ର ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ସାଇବର ଠକେଇ ସତର୍କତା ଜାରି

ନୂଆଦିଲ୍ଲୀ,୩୦।୧: ସାଇବର ଅପରାଧ ବିରୋଧରେ କେନ୍ଦ୍ର ସରକାର ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ‘ୱିଙ୍ଗୋ’ ନାମକ ଏକ ଆଣ୍ଡ୍ରଏଡ୍ ଆପ୍ ଜରିଆରେ ଚାଲିଥିବା ବ୍ୟାପକ ଠକେଇକୁ…

ମଣ୍ଡିରେ ପଡ଼ିଥିବା ଧାନ ଶୀଘ୍ର ଉଠାଅ,ସିପିଆଇ ପକ୍ଷରୁ ଜିଲାପାଳଙ୍କ ଅଫିସ ଘେରାଉ

ଭବାନୀପାଟଣା,୩୦।୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ବିଭିନ୍ନ ମଣ୍ଡିରେ ପଡିଥିବା ଧାନକୁ ଶୀଘ୍ର ଉଠାଣ ଦାବିରେ ଗୁରୁବାର ଭବାନୀପାଟଣାରେ ଜିଲାପାଳଙ୍କ ଅଫିସ ଘେରାଉ କରିଛି ସିପିଆଇ। ଏହା…

୧୨ ଟିକିଆ ହାତୀପଲଙ୍କ ତାଣ୍ଡବ, ଘର ଭାଙ୍ଗି ଧାନ…

ବଣାଇଁ, ୩୦।୧(ପ୍ରଦୀପ ତ୍ରିପାଠୀ): ବଣାଇଁ ବନଖଣ୍ଡର ତାମଡା ବନାଞ୍ଚଳରେ ୧୨ ଟିକିଆ ହାତୀ ପଲଙ୍କ ଉତ୍ପାତ ଯୋଗୁଁ ଅତିଷ୍ଠ ହୋଇ ପଡ଼ିଛନ୍ତି ୬ଟି ଗ୍ରାମର ଗ୍ରାମବାସୀ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri