ସାମ୍‌ସଙ୍ଗ ଗାଲାକ୍ସିର ନୂତନ ଉତ୍ପାଦ

ଭୁବନେଶ୍ୱର,୧୮।୧୦: ଭାରତର ସର୍ବବୃହତ୍‌ ଇଲେକ୍‌ଟ୍ରୋନିକ୍‌ସ କମ୍ପାନୀ ସାମ୍‌ସଙ୍ଗର ବହୁ ପ୍ରତୀକ୍ଷିତ ତଥା ନୂତନ ଉତ୍ପାଦ ‘ସାମ୍‌ସଙ୍ଗ ଗାଲାକ୍ସି ଜେଡ୍‌ ପ୍ଲିପ୍‌ ୫’କୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ବିଶେଷକରି ଗ୍ରାହକମାନଙ୍କ ପାଇଁ ଉକ୍ତ ମଡେଲ ୟେଲୋ କଲରରେ ଉପଲବ୍ଧ ହେଉଥିବାବେଳେ ସାମ୍‌ସଙ୍ଗର ଏହା ୫ମ ଜେନେରେଶନ ଫୋଲ୍‌ଡେବଲ୍‌ ସ୍ମାର୍ଟଫୋନ୍‌ ଭାବେ ପାର୍ବଣ ବଜାରରେ ଶୁଭାରମ୍ଭ ହୋଇଯାଇଛି। ଏପରିକି ଏହା ଗ୍ରାହକମାନଙ୍କୁ ଅନେକ ବିକଳ୍ପ ପ୍ରଦାନ କରୁଥିବାବେଳେ ସାମ୍‌ସଙ୍ଗର ଅତୁଳନୀୟ ପକେଟେବଲ୍‌ ଡିଭାଇସ୍‌କୁ ଚଳିତ ପାର୍ବଣ ଋତୁରେ ପାଇପାରିବେ। ସେହିଭଳି ସାମ୍‌ସଙ୍ଗ ଗାଲାକ୍ସି ଜେଡ୍‌ ଫ୍ଲିପ୍‌ ୫କୁ ଭାରତରେ ମିଣ୍ଟି, ଗ୍ରାଫାଇଟ୍‌, କ୍ରିମ୍‌ ଓ ଲାଭେଣ୍ଡର ଆଦି ରଙ୍ଗ(କଲର)ରେ ଡିଜାଇନ କରାଯାଇଛି। ବିଶେଷକରି ରି ଫ୍ରେସିଂ ନ୍ୟୁ ୟେଲୋର ଯୋଗ ସହିତ ସାମ୍‌ସଙ୍ଗ ଗାଲାକ୍ସି ଜେଡ୍‌ ଫ୍ଲିପ ୫ ଗ୍ରାହକମାନଙ୍କର ବର୍ତ୍ତମାନ ଅଧିକ କଲରର ପସନ୍ଦ ରହିଛି, ସେହିପରି ପାର୍ବଣ ଉତ୍ସାହକୁ ଦୃଷ୍ଟିରେ ରଖି ସାମ୍‌ସଙ୍ଗ ସମସ୍ତ ଗାଲାକ୍ସି ଜେଡ୍‌ ଫ୍ଲିପ ୫ ଭାରିଆଣ୍ଟର ସୀମିତ ଅବଧି ଆକର୍ଷଣୀୟ ଅଫର ପ୍ରଦାନ କରୁଛି। ଏହି ଅଫର ସହିତ ସାମ୍‌ସଙ୍ଗ ଗାଲାକ୍ସି ଜେଡ୍‌ ଫ୍ଲିପ୍‌ ୫ର ଗ୍ରାହକମାନେ ବ୍ୟାଙ୍କ କ୍ୟାଶବ୍ୟାକ୍‌ ଓ ଅପଗ୍ରେଡ୍‌ ବୋନସ ପ୍ରତ୍ୟେକ ୭୦୦୦ ଟଙ୍କା ପାଇପାରିବେ, ଯାହାଦ୍ୱାରା ସମୁଦାୟ ଲାଭ ୧୪,୦୦୦ ଟଙ୍କା ହେବ। ବିକଳ୍ପ ଭାବେ ଏହି ନୂତନ ଭାରିଆଣ୍ଟକୁ ମଧ୍ୟ ୩୦ମାସର ଲୋ-କଷ୍ଟ ଇଏମ୍‌ଆଇ ୩୩୭୯ ଟଙ୍କାରେ ପ୍ରମୁଖ ଫାଇନାନ୍ସର ଯଥା ବଜାଜ୍‌ ଫାଇନାନ୍ସ ଲିମିଟେଡ୍‌ ଏଚ୍‌ଡିଏଫ୍‌ସି ସହାୟତାରେ କ୍ରୟ କରାଯାଇପାରିବ। ଯେଉଁ ଗ୍ରାହକମାନେ ଇଏମ୍‌ଆଇ ବିକଳ୍ପକୁ ଚାହୁଁନାହାନ୍ତି ସେମାନେ ତାଙ୍କର ନୂତନ କ୍ରୟ କ୍ଷେତ୍ରରେ ଅପଗ୍ରେଡ୍‌ ସୁବିଧା ୧୪,୦୦୦ ଟଙ୍କା ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିବ ବିଧାୟକ, ମନ୍ତ୍ରୀଙ୍କ ଦରମା: ଜାଣନ୍ତୁ କେତେ ହେବ…

ଭୁବନେଶ୍ୱର,୧୦ା୧୨(ରବିନାରାୟଣ ଜେନା): ବିଧାୟକ, ମନ୍ତ୍ରୀ ଓ ବାଚସ୍ପତିଙ୍କ ଦରମା ବଢ଼ିବ । ଦରମା ବୃଦ୍ଧି ନେଇ ଦୀର୍ଘଦିନ ଧରି ହୋଇଆସୁଥିବା ଦାବି ସମ୍ପର୍କିତ ବିଲ୍‌ ମଙ୍ଗଳବାର...

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri