ଭିତ୍ତିଭୂମି ନିର୍ମାଣ କ୍ଷେତ୍ରକୁ ଗୁରୁତ୍ୱ

ଭୁବନେଶ୍ୱର,୧୮।୧୦(ଅଭୟ ଦାଶ): ଦେଶର ଭିତ୍ତିଭୂମି ବିକାଶ ନିମନ୍ତେ କେନ୍ଦ୍ର ସରକାର (ଭାରତ) ଆସନ୍ତା ୭ ବର୍ଷ ମଧ୍ୟରେ ପ୍ରାୟ ୧୪୩ ଲକ୍ଷ କୋଟି ଟଙ୍କା ବ୍ୟୟ (ଖର୍ଚ୍ଚ) କରିବ ବୋଲି ରେଟିଂ ଏଜେନ୍ସି କ୍ରିସିଲ ଏକ ରିର୍ପୋଟରେ ବିସ୍ତୃତ ଭାବେ ଉଲ୍ଲେଖ କରିଛି। ଏପରିକି ମଙ୍ଗଳବାର ରେଟିଂ ଏଜେନ୍ସି କ୍ରିସିଲର ରିପୋର୍ଟ ଅନୁଯାୟୀ ଆର୍ଥିକ ବର୍ଷ ୨୦୨୩-୨୪ ରୁ ୨୦୨୯-୩୦ ମଧ୍ୟରେ ଭାରତ ପାଖପାଖି ୧୪୩ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବ ବୋଲି ଏଜେନ୍ସି ଉକ୍ତ ଆକଳନ କରିବା ସହ କହିଛି ଯେ, ଏହି ରାଶି ଗତ ୭ ବର୍ଷ (ଆର୍ଥିକ ବର୍ଷ ୨୦୧୬-୧୭ରୁ ୨୦୨୨-୨୩) ମଧ୍ୟରେ ଖର୍ଚ୍ଚ କରାଯାଇଥିବା ୬୭ଲକ୍ଷ କୋଟି ଟଙ୍କା ତୁଳନାରେ ଦୁଇ ଗୁଣାରୁ ଅଧିକ ହେବ ବୋଲି କୁହାଯାଇଛି। ଏପରିକି ସମୀକ୍ଷାଧୀନ ଅବଧି ମଧ୍ୟରେ ମୋଟ ୩୬.୬ ଲକ୍ଷ କୋଟି ଟଙ୍କା କେବଳ ସବୁଜ ପ୍ରକଳ୍ପରେ ଖର୍ଚ୍ଚ କରାଯିବାକୁ ଥିବାବେଳେ ଯାହା ୨୦୧୭-୨୩ ମଧ୍ୟରେ ହୋଇଥିବା ବ୍ୟୟର ୫ଗୁଣାରୁ ବି ଅଧିକ ହେବ ବୋଲି କ୍ରିସିଲ ତା’ର ‘ଇନ୍‌ଫ୍ରାଷ୍ଟ୍ରକ୍ଚର ଇୟର ବୁକ୍‌ ୨୦୨୩’ରେ ବିସ୍ତୃତ ଭାବେ ଉଲ୍ଲେଖ କରିଛି। ସେହିଭଳି ଭାରତର ଭିତ୍ତିଭୂମି ବିକାଶ ଖର୍ଚ୍ଚ ୨୦୧୭-୨୦୨୩ ଆର୍ଥିକ ବର୍ଷଗୁଡିକ ତୁଳନାରେ ୨୦୨୪-୩୦ ଆର୍ଥିକ ବର୍ଷ ମଧ୍ୟରେ ଦୁଇ ଗୁଣା ହୋଇ ୧୪୩ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ୟିବ। ଏ ସମ୍ପର୍କରେ କ୍ରିସିଲ ଲମିଟେଡର ଏମ୍‌ଡି ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମୀଷ ମେହେଟ୍ଟା କହିଛନ୍ତି, ଆମର ଆକଳନ ଅନୁଯାୟୀ ଆର୍ଥିକବର୍ଷ ୨୦୩୦-୩୧ ପର୍ଯ୍ୟନ୍ତ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ହାରାହାରି ୬.୭% ହାରରେ ବୃଦ୍ଧି ଘଟିବ। ବିଶେଷକରି ଏହା ଏକ ତ୍ୱରିତ ବୃଦ୍ଧି ପାଉଥିବା ଦେଶ ହୋଇଥିବାବେଳେ ଖୁବଶୀଘ୍ର ସବୁଠୁ ବଡ଼ ଅର୍ଥ ବ୍ୟବସ୍ଥାରେ ପରିଣତ ହୋଇଯିବ। ସେହିପରି ଆର୍ଥିକବର୍ଷ ୨୦୩୦-୩୧ ପର୍ଯ୍ୟନ୍ତ ପ୍ରତି ବ୍ୟକ୍ତି ଆୟ ବର୍ତ୍ତମାନର ୨୫୦୦ ଡଲାରରୁ ବଢ଼ି ୪୫୦୦ ଡଲାରକୁ ପହଞ୍ଚତ୍ବ। ଫଳରେ ଭାରତ ଏକ ମଧ୍ୟମ ଆୟକାରୀ ଦେଶରେ ପରିଣତ ହେବ। ଅପରପକ୍ଷରେ ମେହେଟ୍ଟା କହିଛନ୍ତି, ନୀତିଗତ ହସ୍ତକ୍ଷେପ ଓ ଅନୁକୂଳ ନିବେଶ ପରିବେଶ ସହଯୋଗରେ ଏହା ସମ୍ଭବ ହେବ। ଏପରିକି ସବୁକ୍ଷେତ୍ରରେ ‘କ୍ରିସିଲ ଇନ୍‌ଫ୍ରାଇନଭେକ୍ସ’ ସ୍କୋରରେ ବୃଦ୍ଧି ହୋଇଛି, କ୍ରିସିଲ ଇନଫ୍ରାଷ୍ଟ୍ରକ୍ଚର ଇୟରବୁକ୍‌ ୨୦୨୩ରେ ଏକ ନୂଆ ଜାତୀୟ ସୂଚକାଙ୍କ ‘କ୍ରିସିଲ ଇନଫ୍ରାଇନଭେକ୍ସ’କୁ ସାମିଲ କରିଛନ୍ତି। ଯାହା ଭିତ୍ତିଭୂମି ବିକାଶ ଉପରେ କେନ୍ଦ୍ରିତ ରହିଛି, ମେହେଟ୍ଟା କହିଛନ୍ତି ଯେ ସଡକ ଓ ରାଜମାର୍ଗ, ବିଦ୍ୟୁତ ଟ୍ରାନ୍ସମିଶନ, ରିନେଓ୍ବେଲ ଏନର୍ଜୀ ଓ ବନ୍ଦର କ୍ଷେତ୍ରର ମୋଟ ସ୍କୋର ୧୦ରେ ୭ରୁ ଅଧିକ ରହିଛି, ଯାହା ଗତ କିଛି ବର୍ଷରେ ହୋଇଥିବା ସୁଧାର ଓ ବୃଦ୍ଧିର ଗତିକୁ ଦର୍ଶାଉଛି।
ରେଟିଂ ଏଜେନ୍ସି କହିଛିି, ଭିତ୍ତିଭୂମି ବିକାଶର ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରକଳ୍ପଗୁଡ଼ିକ ହାରାହାରି ଆକାରରେ ବୃଦ୍ଧି ହେବ ଓ ଏଥିରେ ବହୁ ସଂଖ୍ୟାରେ ବିଶାଳ ପ୍ରକଳ୍ପ ସବୁ ଯୋଡ଼ି ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?