ନିକନ୍‌ ଇଣ୍ଡିଆର ନୂତନ ଉତ୍ପାଦ

ଭୁବନେଶ୍ୱର,୬।୧୧: ନିକନ୍‌ ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ବହୁ ପ୍ରତୀକ୍ଷିତ ତଥା ନୂତନ ଉତ୍ପାଦ ‘ନିକନ୍‌ ଜେଡ୍‌ ଏଫ୍‌’କୁ ନିକଟରେ ଉନ୍ମୋଚନ ସହ ଓଡ଼ିଶା ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ନିକନ୍‌ ଇଣ୍ଡିଆ ମିରର ଲେସ୍‌ କ୍ୟାମେରା ଲାଇନ ଅପରେ ଏହି ହାଇବ୍ରିଡ କ୍ୟାମେରା ଆଣିଛି, ଯାହା ଭିଡିଓଗ୍ରାଫି ଏବଂ ଫଟୋଗ୍ରାଫି କଳାକୁ ରୁଦ୍ଧିମନ୍ତ କରାଇବାକୁ ସକ୍ଷମ ହେବ। ଏପରିକି ଇମେଜିଙ୍ଗ ଲ୍ୟାଣ୍ଡସ୍କେପକୁ ବୈପ୍ଳବିକ କରିବା ପାଇଁ, ନିକନ୍‌ ଜେଡ୍‌ ଏଫ୍‌ ଏକ ଫୁଲ ଫ୍ରେମ ସେନ୍ସର, ଏକ୍ସପିଡ୍‌ ୭ ଇମେଜ ପ୍ରୋସେସିଂ ଇଞ୍ଜିନ ଏବଂ ଟପ-ଟାୟାର୍‌ ସ୍ପେସିଫିକେଶନ ସହିତ ସଜ୍ଜିତ ହୋଇଛି, ଯାହା ନିକନ୍‌ ମିରର ଲେସ୍‌ ଫ୍ଲାଗଶିପ ଉତ୍ପାଦ ନିକନ୍‌ ଜେଡ୍‌ ୯ ଏବଂ ଜେଡ୍‌ ୮ ସହିତ ସମତୁଲ୍ୟ ବୋଲି କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ ଆଲୋକପାତ କରାଯାଇଛି। ଚଳିତ ବର୍ଷ ପାର୍ବଣର ଆନନ୍ଦ ଏବଂ ଏକତାକୁ ପାଳନ କରିବା ପାଇଁ ନିକନ୍‌ ଇଣ୍ଡିଆ ଦିୱାଲି ଅବସରରେ ‘ଦିୱାଲି କେ ପଲ୍‌, ନିକନ କେ ସଙ୍ଗ୍‌’ ନାମକ ଏକ ଇମର୍ସିଭ ଫେଷ୍ଟିଭାଲ ଅଭିଯାନ ଆରମ୍ଭ କରାଯାଇଛି। ନିକନ୍‌ ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ସଜନ କୁମାର କହିଥିଲେ, ପୋଟ୍ରେଟ ଇମ୍ପ୍ରେସନ ବାଲାନ୍ସ, ସ୍କିନ୍‌ ସଫ୍ଟେନିଙ୍ଗ ଏବଂ ଆଡଭାନ୍ସ ଅଟୋ ଫୋକସ ପରି ଏଆଇ ଚାଳିତ ବୈଶିଷ୍ଟ୍ୟ ସହିତ ସଜ୍ଜିତ ଏହି କ୍ୟାମେରା ସବୁ ବର୍ଗଙ୍କ ପାଇଁ ବେଶ୍‌ ସହାୟକ ହେବ। ବିଶେଷ କରି ଏହାକୁ ବିବାହ ଏବଂ ବନ୍ୟଜନ୍ତୁ ଫଟୋଗ୍ରାଫି ପାଇଁ ସହଜ କରିଥାଏ। ଏପରିକି ନିକନ୍‌ ଜେଡ୍‌ ଏଫ୍‌ର ଉନ୍ମୋଚନ ସହିତ ଆମେ ଏକ ଶକ୍ତିଶାଳୀ ସାଧନ ଓଡ଼ିଶାରେ ଫଟୋଗ୍ରାଫରମାନଙ୍କୁ ଯୋଗାଇବାକୁ ଲକ୍ଷ୍ୟ ରଖିଛୁ, ଏହା ଏକ ପାରମ୍ପରିକ ବିବାହର ଜଟିଳ ବିବରଣୀ କିମ୍ବା ନିକଟସ୍ଥ ବନ୍ୟପ୍ରାଣୀ ଅଭୟାରଣ୍ୟର ସୌନ୍ଦର୍ଯ୍ୟକୁ କ୍ୟାପଚର କରୁ, ନିକନ୍‌ ଜେଡ ଏଫ୍‌ ଏକ ବ୍ୟତିକ୍ରମଣ ଚିତ୍ର ଗୁଣ ଏବଂ ବହୁମୁଖିତା ପ୍ରଦାନ କରିବା ପାଇଁ ଡିଜାଇନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

ଜଳିଗଲା ୩ ଭାଇଙ୍କ ଘର

ବେଲଗୁଣ୍ଠା,୧୨ା୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ଟିକରପଡା ମିଲ ସାହିରେ ଅଗ୍ନିକାଣ୍ଡ ଘଟି ୩ଭାଇଙ୍କ ୩ ବଖରା ଘର ପୋଡି ପାଉଁଶ ହୋଇଯାଇଛି।…

ଶାନ୍ତି ଆଲୋଚନା ବିଫଳ ହେବା ପରେ ରାଗିଗଲେ ଟ୍ରମ୍ପ! ଇରାନକୁ ଚରମବାଣୀ, ‘ପରମାଣୁ ବୋମା…’

ଓ୍ବାଶିଂଟନ,୧୨ା୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷକୁ ବନ୍ଦ କରିବା ଉଦ୍ଦେଶ୍ୟରେ ପାକିସ୍ତାନର ଇସଲାମାବାଦରେ ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଆଲୋଚନା ବୈଠକ ସମ୍ପୁର୍ଣ୍ଣ ଭାବେ ଫେଲ୍…

SBI ଗ୍ରାହକ ହୁଅନ୍ତୁ ସତର୍କ!ଟଙ୍କା ରଖିଥିଲେ ଜାଣି ନିଅନ୍ତୁ…

ଦେଶରେ ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଭାବରେ ଏସବିଆଇର ଆଦୃତି ରହିଛି । ଅନେକ ଲୋକମାନଙ୍କ ଏହି ବ୍ୟାଙ୍କରେ ବିଭିନ୍ନ ଆକାଉଣ୍ଟ ରହିଛି । ବର୍ତ୍ତମାନ ବ୍ୟାଙ୍କ ଗୋଟିଏ…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

ଭୀମ ଭୋଇ ମେଡିକାଲରେ ରୋଗୀଙ୍କ ମୋବାଇଲ୍ ଚୋରି କରୁଥିଲା ଚୋର, ହାତ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଲୋକେ

ବଲାଙ୍ଗୀର,୧୨।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଦିନକୁ ଦିନ ଚୋରି ଘଟଣା ବଢିବାରେ ଲାଗିଛି । ନିଶାସେବନ କରି କିଛି ଅସାମାଜିକ…

LPGକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଏଣିକି ତେଲ-ଗ୍ୟାସ ସପ୍ଲାଏରେ…

ନୂଆଦିଲ୍ଲୀ,୧୨।୪: ପଶ୍ଚିମ ଏସିଆରେ ଉତ୍ତେଜନା ମଧ୍ୟରେ, ଭାରତ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି ଏବଂ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri