Categories: ବାଣିଜ୍ୟ

ସନ୍‌ କିଙ୍ଗ୍‌ ଇନ୍‌ଫିନିଟିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୭।୧୧: ଦେଶର ପ୍ରମୁଖ ସୋଲାର ଏନର୍ଜି ପ୍ରଡକ୍ଟ କମ୍ପାନୀ ସନ୍‌ କିଙ୍ଗ୍‌ର ସବ୍‌-ବ୍ରାଣ୍ଡ୍‌ ସନ୍‌ କିଙ୍ଗ୍‌ ଇନ୍‌ଫିନିଟି ପକ୍ଷରୁ ନିକଟରେ ନୂତନ ଉତ୍ପାଦର ସର୍ବଭାରତୀୟ ଉନ୍ମେଚୋନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀର ନୂଆ ଏଲ୍‌ଇଡି ଲାଇଟିଂ ପ୍ରଡକ୍ଟ ରେଞ୍ଜର ମଧ୍ୟ ଶୁଭାରମ୍ଭ କରାଯାଇଛି। ଏହି ରେଞ୍ଜର ହାଇ-କ୍ୱାଲିଟି ପ୍ରଡକ୍ଟଗୁଡିକ ୩୦,୦୦୦ ଘଣ୍ଟା ପର୍ଯ୍ୟନ୍ତ ଆଲୋକ ପ୍ରଦାନ କରୁଛି।

ବିଶେଷକରି ସନ୍‌ କିଙ୍ଗ୍‌ ଇନ୍‌ଫିନିଟି ରେଞ୍ଜ ୩ଟି ସବ୍‌-କାଟେଗୋରି ଯଥା ଇନ୍‌ଭର୍ଟର ବଲ୍‌ବ,ୱାରେଣ୍ଟି ପ୍ଲସ୍‌ ଏବଂ ଟ୍ରେଣ୍ଡ୍‌ଲାଇନ ଇତ୍ୟାଦିକୁ ନେଇ ଗଠିତ ହୋଇଛି। ଏ ସମ୍ପର୍କରେ ସନ୍‌ କିଙ୍ଗ୍‌ର ଏସିଆ ଓ ଲାଟିନ୍‌ ଆମେରିକାର ଜେନେରାଲ ମ୍ୟାନେଜର, ସାହିଲ ଖାନ୍ନା କହିଛନ୍ତି, ଗ୍ରାମୀଣ ଭାରତରେ ବିଦ୍ୟୁତୀକରଣ ବୃଦ୍ଧି ହେବା ସହ ଆମେ ମଧ୍ୟ ଆମର ବିଦ୍ୟମାନ ଅଫ୍‌-ଗ୍ରୀଡ୍‌ ସୋଲାର କାଟେଗୋରିକୁ ସମ୍ପ୍ରସାରିତ କରିଛୁ। ଏପରିକି କଞ୍ଜ୍ୟୁମର ଇଲେକ୍‌ଟ୍ରୋନିକ୍ସ କାଟେଗୋରିକୁ ଏକ ପ୍ରାକୃତିକ ସମ୍ପ୍ରସାରଣ ଭାବେ ବିସ୍ତାର କରିବାର ସୁଯୋଗକୁ ମଧ୍ୟ ଚିହ୍ନଟ କରିଛୁ। ସେହିଭଳି କମ୍ପାନୀର ବିତରଣ ଓ ରିଟେଲ୍‌ ନେଟ୍‌ୱର୍କର ସମ୍ପ୍ରସାରଣ ସହ ଆମେ ମଧ୍ୟ ସମ୍ପୂର୍ଣ୍ଣ ଅପହଞ୍ଚ ସ୍ଥିତିରେ ଥିବା ଗ୍ରାମାଞ୍ଚଳ କ୍ଷେତ୍ର ସମେତ ସହରାଞ୍ଚଳ ଓ ଅର୍ଦ୍ଧ ସହରାଞ୍ଚଳରେ ପହଞ୍ଚତ୍ଛୁ।

Share