Posted inଖେଳ

ନୂଆ ସମ୍ଭାବନା

ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଅନେକ ଯୁବ ଖେଳାଳିଙ୍କୁ ସୁଯୋଗ ଦେଇଥିଲା। ସେମାନଙ୍କ ପ୍ରଦର୍ଶନ ମଧ୍ୟ ଆଖିଦୃଶିଆ ରହିଥିଲା। ଯଶସ୍ବୀ ଜୟସ୍ବାଲ ଓ ମୁକେଶ କୁମାର ସବୁଠାରୁ ଅଧିକ ପ୍ରଭାବିତ କରିଥିବା ବେଳେ ଇଶାନ କିଶନ ମଧ୍ୟ ଲମ୍ବା ସମୟ ପର୍ଯ୍ୟନ୍ତ ଭାରତୀୟ ଦଳରେ ରହିବାର ଦାବିଦାର ହୋଇଛନ୍ତି…

ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦୁଇ ମ୍ୟାଚ୍‌ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ବିଜୟୀ ହୋଇଛି ଟିମ୍‌ ଇଣ୍ଡିଆ। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି)ଫାଇନାଲ ପରାଜୟ ପରେ ଏହି ବିଜୟ ଭାରତ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ଥିଲା। ଭାରତୀୟ ଦଳ ଅନେକ ଯୁବ ଖେଳାଳିଙ୍କୁ ଏହି ସିରିଜ୍‌ରେ ସାମିଲ କରିଥିଲା। ଯୁବ ଖେଳାଳିଙ୍କ ପ୍ରଦର୍ଶନ ଆଖିଦୃଶିଆ ରହିଥିବା ବେଳେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପରି ଖେଳାଳି ମଧ୍ୟ ରନ୍‌ ସଂଗ୍ରହ କରି ଫର୍ମକୁ ଫେରିବା ଭାରତୀୟ ଦଳ ପାଇଁ ଏକ ଶୁଭ ସଙ୍କେତ। ଯୁବ ଖେଳାଳିଙ୍କ ମଧ୍ୟରେ ଯଶସ୍ବୀ ଜୟସ୍ବାଲ ଓ ମୁକେଶ କୁମାର ସବୁଠାରୁ ଅଧିକ ପ୍ରଭାବିତ କରିଥିବା ବେଳେ ଇଶାନ କିଶନ ମଧ୍ୟ ଲମ୍ବା ସମୟ ପର୍ଯ୍ୟନ୍ତ ଭାରତୀୟ ଦଳରେ ରହିବାର ଦାବିଦାର ହୋଇଛନ୍ତି। ପଦାର୍ପଣ ସିରିଜ୍‌ ଖେଳିଥିବା ଜୟସ୍ବାଲ ୨୬୦ ରନ୍‌ କରି ସିରିଜ୍‌ର ସର୍ବାଧିକ ରନ୍‌ ହାସଲକାରୀ ରହିଥିଲେ। ଅନ୍ୟପକ୍ଷରେ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲି ମଧ୍ୟ ଗୋଟିଏ ଲେଖାଏ ଶତକ ସହିତ ଯଥାକ୍ରମେ ୨୪୦ ଓ ୧୯୭ ରନ୍‌ ସଂଗ୍ରହ କରିଥିଲେ। ଏହି ଦଳ ଆସନ୍ତା ସିରିଜରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବ। ଦକ୍ଷିଣ ଆଫ୍ରିକା ଦଳ ବେଶ୍‌ ଶକ୍ତିଶାଳୀ ରହିଥିବା ବେଳେ ସେଠିକାର ପିଚ୍‌ ପେସ୍‌ ବୋଲରଙ୍କୁ ସୁହାଇଥାଏ। ଏହା ଭାରତୀୟ ଦଳ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବ।
ଜୟସ୍ବାଲଙ୍କ ବ୍ୟାଟିଂ: ଭାରତୀୟ ଦଳରେ ଓପନିଂ ବ୍ୟାଟର ଭାବରେ ଯଶସ୍ବୀ ଜୟସ୍ବାଲଙ୍କୁ ସାମିଲ କରାଯାଇଥିବା ବେଳେ ସେ ସମସ୍ତଙ୍କୁ ପ୍ରଭାବିତ କରିବାରେ ସଫଳ ହୋଇଛନ୍ତି। ପଦାର୍ପଣ ମ୍ୟାଚରେ ୩୮୭ ବଲ୍‌ର ମାରାଥନ ଇନିଂସ ଖେଳି ସେ କ୍ରିକେଟର ଲମ୍ବା ଫର୍ମାଟ ପାଇଁ ତିଆରି ହୋଇଛନ୍ତି ବୋଲି ପ୍ରମାଣିତ କରିଥିଲେ। ଏହା ସହିତ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ୩୦ ବଲ୍‌ରୁ ୩୮ ରନ୍‌ର ଇନିଂସ ଖେଳିବା ସହିତ ନିଜ ମଧ୍ୟରେ ଥିବା ବିବିଧତାର ଏକ ନିଦର୍ଶନ ଦେଖାଇଥିଲେ। ଆଗାମୀ ଦିନ ଜୟସ୍ବାଲଙ୍କ ପାଇଁ ଚ୍ୟାଲେଞ୍ଜପୂର୍ଣ୍ଣ ରହିବ ା ତେବେ ଏହି ପ୍ରତିଭାଶାଳୀ ଖେଳାଳି ଜଣଙ୍କ କିଭଳି ଏହାର ମୁକାବିଲା କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।
ରାହାନେ, ଉନାଡକଟଙ୍କ ଅଡୁଆ ବଢ଼ିଲା: ଡବ୍ଲ୍ୟୁଟିସି ଫାଇନାଲରେ ଦମ୍‌ଦାର ପ୍ରଦର୍ଶନ ସହିତ ଭାରତୀୟ ଦଳର ଉପଅଧିନାୟକ ପଦ ପାଇଥିବା ଅଜିଙ୍କ୍ୟ ରାହାନେଙ୍କ ଅଡୁଆ ବଢିବାରେ ଲାଗିଛି। କାରବିୟାନ ମାଟିର ଧିମା ପିଚ୍‌ରେ ଉଭୟ ଟେଷ୍ଟରେ ରାହାନେଙ୍କ ବ୍ୟାଟ ନୀରବ ରହିଥିଲା। ଶ୍ରେୟସ ଆୟାର ଓ ଲୋକେଶ ରାହୁଲ ଫିଟ୍‌ ହୋଇ ଫେରିଲେ ଦଳରେ ସ୍ଥାନ ପାଇବା ରାହାନେଙ୍କ ପାଇଁ କଷ୍ଟକର ହୋଇପାରେ। ତେବେ ବିଦେଶରେ ଭଲ ରେକର୍ଡ ରଖୁଥିବା ରାହାନେଙ୍କୁ ଆଉ ଏକ ସୁଯୋଗ ମିଳିପାରେ। ଅନ୍ୟ ପକ୍ଷରେ ଏହା ଉନାଡକଟଙ୍କ ପାଇଁ ଶେଷ ଟେଷ୍ଟ ଭାବରେ ବିବେଚନା କରାଯାଉଛି। ଦୁଇଟି ଯାକ ଟେଷ୍ଟରେ ଉଇକେଟ ଶୂନ୍ୟ ରହିଥିବା ଉନାଡକଟଙ୍କ ଭବିଷ୍ୟତକୁ ନେଇ ଆଶଙ୍କା ପ୍ରକାଶ ପାଇଛି।
ମୁକେଶ ତୃତୀୟ ସିମର: ଘରୋଇ କ୍ରିକେଟରେ ଦୀର୍ଘ ୭ ବର୍ଷ ଧରି ଖେଳିବା ପରେ ମୁକେଶ କୁମାରଙ୍କୁ ଭାରତୀୟ ଦଳରେ ସୁଯୋଗ ମିଳିଥିଲା। ପ୍ରଥମ ଟେଷ୍ଟରେ ମାତ୍ର ଦୁଇ ଉଇକେଟ ପାଇଥିଲେ ହେଁ ଫ୍ଲାଟ ଓ ବ୍ୟାଟିଂ ସହାୟକ ଟ୍ରାକ୍‌ରେ ତାଙ୍କ ବୋଲିଂ ସମସ୍ତଙ୍କୁ ପ୍ରଭାବିତ କରିଛି। ତୃତୀୟ ସିମ୍‌ ବୋଲର ଭାବରେ ଭାରତୀୟ ଦଳରେ ଯେଉଁ ସମସ୍ୟା ଥିଲା ମୁକେଶ ତାହାକୁ ଦୂର କରିପାରିବେ। ତାଙ୍କ ନିକଟରେ ପେସ୍‌ ନ ଥିଲେ ମଧ୍ୟ କଟର୍‌ ଓ ବୋଲିଂ ବିବିଧତା ତାଙ୍କୁ ଜଣେ ଘାତକ ବୋଲରଭାବେ ପ୍ରମାଣିତ କରିଛି। ମହମ୍ମଦ ଶାମି ଓ ସିରାଜଙ୍କ ପରେ ସେ ତୃତୀୟ ବୋଲର ଦାୟିତ୍ୱ ନିର୍ବାହ କରିବେ। ୨୦୦୮-୧୧ ମଧ୍ୟରେ ମୁନାଫ ପଟେଲ ଯେଉଁ ଭୂମିକା ନିର୍ବାହ କରିଥିଲେ ମୁକେଶଙ୍କୁ ସେଥିରେ ଦେଖିବାକୁ ମିଳିବ।
ପନ୍ତଙ୍କ ସ୍ଥାନରେ କିଶନ: ଗତ ସିରିଜରେ ପଦାର୍ପଣ ସୁଯୋଗ ପାଇଥିଲେ ଇଶାନ କିଶନ। ପ୍ରଥମ ଟେଷ୍ଟରେ ବିଶେଷ ସୁଯୋଗ ପାଇ ନ ଥିଲେ ମଧ୍ୟ ଦ୍ୱିତୀୟ ଟେଷ୍ଟରେ ୩୨ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ପୂର୍ବରୁ ଶ୍ରୀକର ଭରତଙ୍କୁ ୫ ଟେଷ୍ଟରେ ସୁଯୋଗ ମିଳିଥିବା ବେଳେ ସେ ସଫଳ ହୋଇ ନ ଥିଲେ। ଅନ୍ୟପକ୍ଷରେ ଦ୍ୱିତୀୟ ଟେଷ୍ଟରେ ଅର୍ଦ୍ଧଶତକ ହାସଲ କରି କିଶନ ତାଙ୍କୁ ପଛରେ ଛାଡି ଦେଇଛନ୍ତି। ତେବେ ଭରତ ବ୍ୟାଟିଂ କରିଥିବା ଟ୍ରାକ୍‌ ଓ ଇଶାନ୍‌ ବ୍ୟାଟିଂ କରିଥିବା ଟ୍ରାକ୍‌ ସମ୍ପୂର୍ଣ୍ଣ ଭିନ୍ନ । ଦକ୍ଷିଣ ଆଫ୍ରିକାର ବାଉନ୍ସ ଟ୍ରାକ୍‌ରେ ଇଶାନ୍‌ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି।
-ସରୋଜ ଜେନା


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରସ୍ତ ମିଳିବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri