ହାତୀ ସଂରକ୍ଷଣ ନେଇ ଆସିବ ନୂଆ ନୀତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧ା୮: ମାନବ-ହାତୀ ସହାବସ୍ଥାନ ଅନ୍ତର୍ଜାତୀୟ କର୍ମଶାଳାକୁ ଗୁରୁବାର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଚନ୍ଦକା ଗୋଡ଼ିବାରିଠାରେ ଦୁଇ ଦିନିଆ କର୍ମଶାଳା ଉଦ୍‌ଘାଟିତ ହୋଇଛି। ହାତୀମାନଙ୍କ ବିଷୟରେ ଗବେଷଣା ପାଇଁ ସ୍ବତନ୍ତ୍ର କେନ୍ଦ୍ର ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଗବେଷଣା ପରେ ହାତୀ ସଂରକ୍ଷଣ ନେଇ ସ୍ବତନ୍ତ୍ର ପଲିସି ବା ନୀତି ଆସିବ। ଓଡ଼ିଶାରେ ଏବେ ୨ ହଜାର ୧ ଶହ ହାତୀ ଥିବାରୁ ସ୍ବତନ୍ତ୍ର ଧ୍ୟାନ ଦିଆଯାଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।

ଏଥି ସହିତ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ୧୦ ବର୍ଷରେ ହାତୀ-ମଣିଷ ଲଢ଼େଇରେ ୯ ଶହ ମଣିଷ, ୭୫୦ ହାତୀଙ୍କର ମୃତ୍ୟୁ ହୋଇଛି । ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ହାତୀ କରିଡରରେ ଓଡିଶା ଏକ ନମ୍ବର । ସହରୀକରଣ, ଭିତ୍ତିଭୂମି, କୃଷିର ସଂପ୍ରସାରଣ ଫଳରେ ହାତୀ ମଣିଷ ଲଢେଇ ହେବା ଦୁର୍ଭାଗ୍ୟଜନକ । ଏହାକୁ ରୋକିବାକୁ ସରକାର ଅନେକ ପଦକ୍ଷେପ ହାତକୁ ନେଇଛନ୍ତି। ଜଙ୍ଗଲରେ Water Body ତିଆରି କରାଯାଇଛି । ୨୧୦୦ ହାତୀର ଘର ହେଉଛି ଓଡିଶା । ବନ ସୁରକ୍ଷା ସମିତି, ଗଜସାଥୀ ଦ୍ୱାରା ହାତୀଙ୍କୁ ସୁରକ୍ଷା ଦିଆଯାଉଛି । ଯେଉଁଠି ସମସ୍ୟା ହେଉଛି, ସେଠି Elephant Squad, ରାପିଡ ରେସପନ୍ସ ଟିମ ସଙ୍ଗେ ସଙ୍ଗେ ପହଞ୍ଚୁଛନ୍ତି। ମୃତ୍ୟୁ ପାଇଁ ସଙ୍ଗେ ସଙ୍ଗେ କ୍ଷତିପୂରଣ ଦିଆଯାଇଛି । ସର୍ଭିଲାନ୍ସ ପାଇଁ ଜିପିଏସ, ରେଡ଼ିଓ ସ୍କଲାର, ଏଆଇ କ୍ୟାମେରା ବ୍ୟବହାର କରାଯାଉଛି । ଆମ ସମସ୍ତଙ୍କୁ ମିଶି ହାତୀ ଏବଂ ମଣିଷ ନିରାପଦରେ ରହିବା ଭଳି ବାତାବରଣ ତିଆରି କରିବାକୁ ହେବ ବୋଲି ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

 


Enter your email to get our daily news in your inbox.

All Right Reserved By Dharitri.Com

ବଢିଲା ଅଡୁଆ: ଜେଲର, ଅଧୀକ୍ଷକଙ୍କୁ ଏକ୍ସପ୍ଲାନେଶନ ଚିଠି

କଟକ,୨୦।୧: ଚୌଦ୍ୱାର ଜେଲ ପୂର୍ବତନ ଜେଲର ଏବଂ ଅଧୀକ୍ଷକଙ୍କ କଳି ଏବେ ପଦାରେ ପଡିଛି। ଘଟଣାକୁ ନେଇ କ୍ୟାମେରା ଆଗରେ ଉତ୍ତର ରଖିଛନ୍ତି DIG ବୀରେନ...

ଏହି କ୍ରିକେଟର୍‌ଙ୍କୁ ଟାର୍ଗେଟ କଲେ କୋହଲିଙ୍କ ଭାଇ: କହିଲେ, କରିବା ଅପେକ୍ଷା କହିବା ସହଜ

ନୂଆଦିଲ୍ଲୀ,୨୦।୧: ଭାରତୀୟ ଷ୍ଟାର କ୍ରିକେଟର୍‌ ବିରାଟ କୋହଲିଙ୍କ ଭାଇ ବିକାଶ କୋହଲି ପୁଣି ଥରେ ପୂର୍ବତନ ଭାରତୀୟ କ୍ରିକେଟର ଏବଂ ପ୍ରସିଦ୍ଧ ଭାଷ୍ୟକାର ସଞ୍ଜୟ ମାଞ୍ଜରେକରଙ୍କୁ...

ଚା’ ବଦଳରେ ସକାଳୁ ଏଥିରୁ ପିଅନ୍ତୁ ଗୋଟିଏ ଗ୍ଲାସ, ଉପକାରିତା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ: ଅଧିକାଂଶ ଭାରତୀୟଙ୍କ ସକାଳ ଗରମ ଚା’ ସହିତ ଆରମ୍ଭ ହୁଏ। ତଥାପି, ଖାଲି ପେଟରେ ଚା ପିଇବା ସ୍ବାସ୍ଥ୍ୟକର ନୁହେଁ। ଯଦି ଆପଣ ଏକ...

ଓଡ଼ିଶା ନାଁ ନେଇ ଏମିତି କଥା କହିଲେ ପ୍ରଧାନମନ୍ତ୍ରୀ ମୋଦି: ସବୁଠି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୦।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଜପାର ନୂଆ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମୁଁ ବିଶ୍ୱର ସର୍ବବୃହତ ରାଜନୈତିକ ଦଳର...

ବିଳମ୍ବିତ ରାତିରେ ଦୁର୍ଘଟଣାଗ୍ରସ୍ତ ହେଲା ନମ୍ବର ବିହୀନ ସ୍କର୍ପିଓ ଗାଡ଼ି, ଘଟଣାସ୍ଥଳରେ ନଥିଲେ କେହି…

ମୋହନା, ୨୦।୧( ମନ୍ମଥ ମିଶ୍ର ): ବିଳମ୍ବିତ ରାତିରେ ଦୁର୍ଘଟଣାଗ୍ରସ୍ତ ହେଲା ନମ୍ବର ବିହୀନ ସ୍କର୍ପିଓ ଗାଡ଼ି। ଗଜପତି ଜିଲା ମୋହନା ଥାନା ଚନ୍ଦ୍ରଗିରି ନିକଟ...

US Tariff:‘ପଦ ଛାଡିବେ ଫ୍ରାନ୍ସ ରାଷ୍ଟ୍ରପତି’, କାହିଁକି ଏମିତି କହିଲେ ଟ୍ରମ୍ପ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ଓ୍ବାଶିଂଟନ,୨୦।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫରାସୀ ମଦ ଏବଂ ସାମ୍ପେନ ଉପରେ ୨୦୦ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ଧମକ ଦେଇଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି...

ପ୍ରମିଳାଙ୍କ ଘରେ ଯାଜପୁର ନେତାଙ୍କ ମେଳି: ସାମିଲ ହେଲେ ଏସବୁ ନେତା…

ଭୁବନେଶ୍ୱର,୨୦।୧: ବିଜେଡିରେ ହେବ କି ବଡ଼ ପରିବର୍ତ୍ତନ? ବୈଠକ ପରେ ବୈଠକ ବସୁଛି। ଇତି ମଧ୍ୟରେ ମଙ୍ଗଳବାର ପ୍ରମିଳା ମଲ୍ଲିକଙ୍କ ଭୁବନେଶ୍ବର ବାସଭବନରେ ଯାଜପୁର ନେତାଙ୍କ...

ପ୍ରମିଳାଙ୍କ ଘରେ ଏମିତି କ’ଣ ହେଲା? ନବୀନ ନିବାସ ମୁହାଁ ହେଲେ ବରିଷ୍ଠ ନେତା, ରାଜନୀତି ହଲଚଲ

ଭୁବନେଶ୍ୱର,୨୦।୧: ନବୀନ ନିବାସରେ ବଡ଼ ହଲଚଲ। ବରିଷ୍ଠ ନେତା ନବୀନ ନିବାସରେ ପହଞ୍ଚିଛନ୍ତି। ପ୍ରମିଳାଙ୍କ ଘରେ ଯାଜପୁର ନେତାଙ୍କ ମେଳି ପରେ ଅଚାନକ ନବୀନ ନିବାସରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri