ଧର୍ମଗଡ, ୧୧/୩ (ଆକାଶ କୁମାର ଜଗତ): କଳାହାଣ୍ଡି ଜିଲା ଧର୍ମଗଡ ଥାନାରେ ନୂତନ ଥାନା ଅଧିକାରୀଣି ଭାବରେ ଶ୍ୱେତପଦ୍ମା ସେଠ ଯୋଗଦାନ କରିଛନ୍ତି। ଏଠାରେ ଥିବା ଦାମୋଦର ବିହାରୀଙ୍କ ଗଞ୍ଜାମ ଜିଲାକୁ ବଦଳି ପରେ ଏହି ପଦବୀ ଖାଲି ପଡିଥିଲା। ଧର୍ମଗଡ଼ ସହରରେ ଟ୍ରାଫିକ ନିୟମ କଡାକଡ଼ି କରିବା, ରାତ୍ରିକାଳୀନ ପାଟ୍ରୋଲିଂ ସହ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନେଇ ସମସ୍ତଙ୍କ ସହଯୋଗରେ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି ।


