Categories: ବାଣିଜ୍ୟ

ନ୍ୟୁ ପୋକୋ ସି୫୫ ଉନ୍ମୋଚିତ

ନୂଆଦିଲ୍ଲୀ,୨୫ା୨: ଦେଶର ପ୍ରମୁଖ ଉପଭୋକ୍ତା ଟେକ୍ନୋଲୋଜି ବ୍ରାଣ୍ଡ ପୋକୋର ସି-ସିରିଜ୍‌ ସ୍ମାର୍ଟଫୋନ୍‌ ପୋକୋ ସି୫୫ର ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ବିଶେଷକରି ନୂଆ ପୋକୋ ସି୫୫ ଏକ ଷ୍ଟାଇଲିଶ ଲେଦର-ଭଳି ଷ୍ଟିଚ୍‌ ଡିଜାଇନ୍‌ ଓ ଏକ ବୃହତ୍‌ ୬.୭୧ ଇଞ୍ଚ ଏଚ୍‌ଡି+ ଡିସ୍‌ପ୍ଳେ ସହ ଆସୁଛି, ଯାହା ଉକ୍ତ ସେଗ୍‌ମେଣ୍ଟରେ ଏକ ସମ୍ପୂର୍ଣ୍ଣ ପ୍ୟାକେଜ୍‌ ସୁନିଶ୍ଚିତ କରୁଛି। ଏକ ବିଶାଳ ବ୍ୟାଟେରିକୁ ପର୍ଯ୍ୟାପ୍ତ ଶକ୍ତି ପ୍ରଦାନ କରି ଏହାର ୧୦ୱାଟ୍‌ ଚାର୍ଜିଙ୍ଗ୍‌ ସପୋର୍ଟ ଏକ ପର୍ଯ୍ୟାପ୍ତ ବ୍ୟାଟେରି ବ୍ୟାକ୍‌ଅପ୍‌ ଦେଉଛି। ଏକ ଷ୍ଟାଇଲିଶ ବ୍ୟାକ୍‌ ପ୍ୟାନେଲ ଥିବା ପୋକୋ ସି୫୫ ଏକ ଲେଦର ଭଳି ଷ୍ଟିଚ୍‌ ଡିଜାଇନ୍‌ ଓ ଏକ ରିୟର ଫିଙ୍ଗରପ୍ରିଣ୍ଟ ସେନ୍ସର ପ୍ରଦର୍ଶିତ କରୁଛି। ୩ଟି ଉତ୍ସାହଜନକ କଲର ଯଥା ଫରେଷ୍ଟ ଗ୍ରୀନ୍‌, କୁଲ ବ୍ଲୁ ଓ ପାୱାର ବ୍ଲାକ୍‌ରେ ଏହା ଉପଲବ୍ଧ। ଏ ସମ୍ପର୍କରେ ପୋକୋ ଇଣ୍ଡିଆର କଣ୍ଟ୍ରି ହେଡ୍‌ ହିମାଂଶୁ ଟଣ୍ଡନ କହିଛନ୍ତି, ‘ପୋକୋ ଏହାର ସି-ସିରିଜ୍‌ ପୋର୍ଟଫୋଲିଓ ସହିତ ୧୦,୦୦୦ ଟଙ୍କାରୁ କମ୍‌ ମୂଲ୍ୟ ବର୍ଗରେ ଏକ ପ୍ରତିଧ୍ୱନିତ ସଫଳତା ଦେଖିଛି। ଆମେ ସର୍ବୋତ୍ତମ ଓ ସବୁଠାରୁ ଶକ୍ତିଶାଳୀ ସ୍ମାର୍ଟଫୋନ୍‌ ସହିତ ବଜେଟ ସେଗ୍‌ମେଣ୍ଟର ସ୍ତର ଉନ୍ନତ କରିବା ପାଇଁ ଉତ୍ସାହିତ ରହିଛୁ, ଯାହା ଏକ ବାସ୍ତବ ଗେମ୍‌ ଚେଞ୍ଜର ହେବ।

Share