ରିଷିଡା,୧୯ା୮ (ସୁଶାନ୍ତ ମଲ୍ଲିକ):କର୍ଲାମୁଣ୍ଡା ବ୍ଲକ ରିଷିଡା ଗ୍ରାମ ଉନ୍ନୟନ କମିଟିର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି l ସଭାପତି ନନ୍ଦକିଶୋର ରଣାଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ସମ୍ପାଦକ ନରୋତ୍ତମ ସେଲମା ଗତବର୍ଷର ଆୟବ୍ୟୟ ଉପସ୍ଥାପନ କରିଥିଲେ। ସର୍ବସମ୍ମତି କ୍ରମେ ନାରାୟଣ ରଣା ସଭାପତି, ଗୋବର୍ଦ୍ଧନ କୁମାର ଉପସଭାପତି, ପ୍ରେମାନନ୍ଦ ପାତ୍ର ସମ୍ପାଦକ, କରୁଣାକର ରଣା ସହ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି। କାର୍ଯ୍ୟକାରୀ କମିଟିରେ ସରପଞ୍ଚ ସେବତୀ ରଣା, ସମିତି ସଭ୍ୟ ନିମାଇଁ ଚରଣ ବେହେରା, ନାଏବ ସରପଞ୍ଚ ନରେଶ ଦାସ, ନରୋତ୍ତମ ସେଲମା, କମ୍ବୁପାଣି ସାହୁ, ସତ୍ୟନାରାୟଣ କୁମାର, ସଞ୍ଜୟ ଜୈନ ପ୍ରମୁଖ ମନୋନୀତ ହୋଇଥିଲେ l ଶେଷରେ ଅଶୋକ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ l


