ବିଓଆଇର ନୂତନ ଏମ୍‌ଏସ୍‌ଏସ୍‌ସି ଯୋଜନା

ଭୁବନେଶ୍ୱର,୪।୭: ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ବିଓଆଇ)ର ନୂତନ ଯୋଜନା ‘ମହିଳା ସମ୍ମାନ ସେଭିଙ୍ଗ୍‌ ସାର୍ଟିଫିକେଟ୍‌ (ଏମ୍‌ଏସ୍‌ଏସ୍‌ସି)-୨୦୨୩’ର ଆନୁଷ୍ଠାନିକ ଶୁଭାରମ୍ଭ ସୋମବାରଠାରୁ ସର୍ବଭାରତୀୟସ୍ତରରେ ହୋଇଯାଇଛି। ବିଶେଷ କରି ଭାରତର ପ୍ରଥମ ବ୍ୟାଙ୍କ ଭାବେ ବିଓଆଇ ଚଳିତ ମାସ ୩ ତାରିଖରେ ଭାରତ ସରକାରଙ୍କ ସ୍ବଳ୍ପ ସଞ୍ଚୟ ଯୋଜନା ‘ମହିଳା ସମ୍ମାନ ସେଭିଙ୍ଗ୍‌ ସାର୍ଟିଫିକେଟ୍‌-୨୦୨୩ ଯୋଜନା’ର ଶୁଭାରମ୍ଭ କରିଛି। ଏପରିକି ବିଓଆଇର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରଜନୀଶ କର୍ଣ୍ଣାଟକ ଉକ୍ତ ଯୋଜନାର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରିଛନ୍ତି। ବିଶେଷ କରି ଏହି ଯୋଜନା ବିଓଆଇର ସମସ୍ତ ଶାଖାରେ ୨୦୨୫ ମାର୍ଚ୍ଚ ପର୍ଯ୍ୟନ୍ତ ଉପଲବ୍ଧ ହେବ। ଉଲ୍ଲେଖଯୋଗ୍ୟ, ଏହି ଯୋଜନା ଅଧୀନରେ ମହିଳା ଓ ବାଳିକାମାନଙ୍କ ପାଇଁ ୨ ବର୍ଷ ଅବଧି ନିମନ୍ତେ ୭.୫% ସୁଧ ହାରରେ ସର୍ବନିମ୍ନ ୧୦୦୦ ଟଙ୍କାରୁ ଆରମ୍ଭ କରି ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରାଶି ଜମା କରାଯାଇପାରିବ। ସେହିଭଳି ୨ୟ ଏମ୍‌ଏସ୍‌ଏସ୍‌ସି ଆକାଉଣ୍ଟ ପୂର୍ବରୁ ଥିବା ଏସ୍‌ଏସ୍‌ସି ଆକାଉଣ୍ଟର ୩ମାସ ବ୍ୟବଧାନ ପରେ ସର୍ବାଧିକ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖୋଲାଯାଇପାରିବ। ଏପରିକି ଆକାଉଣ୍ଟ ଖୋଲିବା ଦିନଠାରୁ ୧ବର୍ଷ ସମାପ୍ତ ହେବା ପରେ ବାଲାନ୍ସର ୪୦% ଆଂଶିକ ଉଠାଣ କରାଯାଇପାରିବ। ଏହି ଯୋଜନାରେ ୬ ମାସ ସଂପୂର୍ଣ୍ଣ ହେବା ପରେ ଯେ କୌଣସି ସମୟରେ ଆକାଉଣ୍ଟକୁ ବନ୍ଦ କରାଯାଇପାରିବ, ଯାହାର ସୁଧ ହାର୫.୫% ରହିବ ଏବଂ ଆକାଉଣ୍ଟଧାରୀଙ୍କ ମୃତ୍ୟୁ ଓ ଜଟିଳ ରୋଗ ପାଇଁ ହସ୍ପିଟାଲ ସହାୟତା କ୍ଷେତ୍ରରେ ୭.୫% ସୁଧ ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମେଟ୍ରିକ୍‌ ପରୀକ୍ଷା ଦେବାକୁ ଟ୍ରାକ୍ଟରରେ ଗଲେ ଛାତ୍ର

ବାଲିଗୁଡ଼ା,୨୧ା୨(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୁଆଗାଁ ସ୍ଥିତ ପି.ଏମ୍‌.ଶ୍ରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରମାନେ ପରୀକ୍ଷା ଦେବାକୁ ଟ୍ରାକ୍ଟର ଯୋଗେ କୁଡୁତୁଲି ଉଚ୍ଚ…

ପୁଣି ପ୍ରେମରେ ଉବୁଟୁବୁ ମଲାଇକା? ରୋମ୍‌ରୁ ଭାଇରାଲ ହେଲା ଡାଇମଣ୍ଡ ମର୍ଚ୍ଚାଣ୍ଟଙ୍କ ସହ ରୋମାଣ୍ଟିକ୍‌ ଫଟୋ

ମୁମ୍ବାଇ: ବଲିଉଡର ଫିଟନେସ୍‌ କୁଇନ୍‌ ତଥା ଖ୍ୟାତନାମା ଆଇଟମ୍‌ ଗର୍ଲ ମଲାଇକା ଅରୋରା ପୁଣିଥରେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ଅଭିନେତା ଅର୍ଜୁନ କପୁରଙ୍କ ସହ…

ଜଙ୍ଗଲରେ ଭୋଜି ମନା

ଅନୁଗୋଳ,୨୧।୨: ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ରୋକିବାକୁ ଅନୁଗୋଳ ଉପଜିଲାପାଳଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏନେଇ ଉପଜିଲାପାଳଙ୍କ ପକ୍ଷରୁ ଶନିବାର ଏକ କଟକଣା ଜାରି…

ଛାତ୍ରୀଙ୍କୁ ଗଣ ବଳାତ୍କାର ମାମଲା, ୫ କୋର୍ଟ ଚାଲାଣ

କେନ୍ଦ୍ରାପଡା/ରାଜକନିକା, ୨୧ା୨(ଜଗନ୍ନାଥ ଧଳ/ ସଞ୍ଜୟ କୁମାର ଦାଶ/ ରବୀନ୍ଦ୍ର କୁମାର ଦାଶ):କେନ୍ଦ୍ରାପଡା ଜିଲା ରାଜକନିକା ବ୍ଲକ ଓଳାଭର ଅଞ୍ଚଳର ଏକ ଘରୋଇ ଇଂଲିଶ ମିଡିୟମ ସ୍କୁଲରେ ଜଣେ…

Odisha Budget 2026: ବଜେଟରେ ୧୬ଟି ନୂଆ ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ; ଖର୍ଚ୍ଚ ହେବ ଏତିକି ଟଙ୍କା…

ଭୁବନେଶ୍ୱର,୨୧।୨: ଓଡ଼ିଶା ସରକାର ଆଜି ୩,୧୦,୦୦୦ କୋଟି ଟଙ୍କାର ଐତିହାସିକ ବଜେଟ୍ ଆଗତ କରିଛନ୍ତି ।ଚଳିତ ବର୍ଷ ବଜେଟରେ ଓଡିଶାର ବିଭିନ୍ନ କ୍ଷେତ୍ର ପାଇଁ ସରକାର ହାତ…

ମାତୃଭାଷା ଦିବସ ସମ୍ପର୍କରେ ଶପଥ ପାଠ

ଦିଗପହଣ୍ଡି,୨୧|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି  ସରସ୍ଵତୀ ଶିଶୁବିଦ୍ୟାମନ୍ଦିର ପରିସରରେ ଶନିବାର  ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ଏଥି ଉପଲକ୍ଷେ ଆୟୋଜିତ ସଭାରେ ବିଦ୍ୟାମନ୍ଦିର…

ଜୈବ୍ୟ ବିବିଧତା ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ: ଜୀବଜନ୍ତୁ ବଞ୍ଚିଲେ ଆମେ ବଞ୍ଚିବା

 ଗଞ୍ଜାମ,୨୧।୨(ବିଦ୍ୟାଧର ସାହୁ ): ଜୈବ୍ୟ ବିବିଧତା ବୋର୍ଡ ଭୁବନେଶ୍ୱର ନିର୍ଦ୍ଦେଶକ୍ରମେ  ବ୍ରହ୍ମପୁର ବନଖଣ୍ଡ ବିଭାଗ ପକ୍ଷରୁ ଜୈବ୍ୟ ବିବିଧତା ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଶନିବାର ବ୍ଲକ କନଫରେନ୍ସ…

‘ଋଷିକୁଲ୍ୟା ନଦୀର ସୁରକ୍ଷା ହେଉ’

ଧରାକୋଟ,୨୧ା୨(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଋଷିକୁଲ୍ୟା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ନଦୀ ସୁରକ୍ଷା ଅଭିଯାନ ଆରମ୍ଭ ହୋଇଛି। ଗଞ୍ଜାମ ଜିଲାର ସୋରଡା ବ୍ଲକ ଅଧୀନ ଗାଜଲବାଡ଼ି ପଞ୍ଚାୟତ ପିପଳପଙ୍କାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri