ରିଲିଜ୍‌ ହୋଇ ପାରୁନି ନୂଆ ସିନେମା

ଭୁବନେଶ୍ୱର,୧୨।୪(ବ୍ୟୁରୋ): କରୋନା ସଂକ୍ରମଣ ସଙ୍କଟ ଭିତରେ କଲବଲ ହେଉଛି ଓଡ଼ିଆ ଚଳଚ୍ଚିତ୍ର ଜଗତ। ଗତବର୍ଷଠାରୁ ମାସ ମାସ ଧରି ଲକ୍‌ଡାଉନ୍‌ ଓ ଶଟ୍‌ ଡାଉନ୍‌ ଯୋଗୁ ଚଳଚ୍ଚିତ୍ର କ୍ଷେତ୍ର ଗୁରୁତର ପ୍ରଭାବିତ ହୋଇଥିଲା। ଫିଲ୍ମ ହଲ୍‌ ଓ ଶୁଟିଂ ବନ୍ଦ ହୋଇଯିବାରୁ କଳାକାର, କର୍ମଚାରୀ ଓ ଏଥିସହ ସମ୍ପୃକ୍ତ ଲୋକେ ଜୀବିକା ହରାଇ ଦୁର୍ଦ୍ଦିନରେ ଦିନ ବିତାଇଥିଲେ। ସ୍ଥିତି କିଛି ମାତ୍ରାରେ ସୁଧୁରିବା ପରେ ସରକାରଙ୍କ ନୂଆ ଗାଇଡ୍‌ ଲାଇନ ଅନୁଯାୟୀ ଅଧା ଦର୍ଶକରେ ହଲ ଚାଲିବାକୁ ନିର୍ଦ୍ଦେଶ ମିଳିଲା। ହେଲେ ଏବେ ପୁଣି ଦ୍ରୁତ ସଂକ୍ରମଣକୁ ନେଇ ଏହି ଶିଳ୍ପରେ ଭାଳେଣି ପଡିଲାଣି। କାରଣ ୧ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ପ୍ରଯୋଜକମାନେ ହାତ ବାନ୍ଧି ବସି ରହିଥିଲେ। ବହୁ କଷ୍ଟରେ ୧୦ରୁ ୧୫ ଚଳଚ୍ଚିତ୍ର ତିଆରି କରିଥିଲେ ମଧ୍ୟ ରିଲିଜ କରିପାରୁନାହାନ୍ତି। ଏଥିମଧ୍ୟରୁ କେତେକ ପ୍ରମୁଖ ଚଳଚ୍ଚିତ୍ର ହେଉଛି ‘ଏଇ ବୋଧେ ଭଲପାଇବା’, ‘ବିଶ୍ୱନାଥ’, ‘ମାଇଁ ଡାର୍ଲିଙ୍ଗ୍‌’, ‘ସହୀଦ୍‌ ରଘୁ ସର୍ଦ୍ଦାର’, ‘ହେ ବନ୍ଧୁ ବିଦାୟ’, ‘ତୁ ମୋ ନିହାତି ଦରକାର’, ‘ଆଇଆଇସି ବିରେନ୍‌’ ‘ଲୈଲା ମଜନୁ’। କରୋନାର ତାଡନାରୁ ବାହାରି ଧିରେ ଧିରେ ଅଣ୍ଟା ସରଖିବାବେଳକୁ କରୋନାର ଦ୍ୱିତୀୟ ଲହର ପୁଣିଥରେ ପ୍ରଯୋଜକଙ୍କ ମନୋବଳକୁ ଦୁର୍ବଳ କରିଦେବାକୁ ବସିଛି। ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ କଟକଣା ଜାରି କରାଯାଉଛି। ସେହିଭଳି ରାୟଗଡାର ଗୋଟିଏ ହଲ୍‌ ଓ ଗଜପତି ଜିଲା ପାରଳାଖେମୁଣ୍ଡିର ୪ ହଲ୍‌କୁ କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ସିଲ୍‌ କରିଦିଆଯାଇଛି। ଏଭଳି ସ୍ଥିତିରେ ଆଗକୁ କ’ଣ ହେବ ସେ ନେଇ ସମସ୍ତେ ଚିନ୍ତାରେ ଅଛନ୍ତି। ଅପରପକ୍ଷେ ସିନେମା ଦେଖିବାକୁ ପର୍ଯ୍ୟାପ୍ତ ଲୋକ ଆସୁ ନ ଥିବାରୁ ହଲ୍‌ ମାଲିକମାନେ ବି ହଲ୍‌ ବନ୍ଦ କରିବାକୁ ଯୋଜନା କରୁଛନ୍ତି। କେତେଜଣ ପ୍ରଯୋଜକ ଘରୋଇ ଟିଭି ଚ୍ୟାନେଲରେ ପ୍ରିମିୟର ଶୋ’ କରୁଥିବା ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri