ବିମାନ ଚଳାଚଳରେ ନୂଆ ମାଇଲଖୁଣ୍ଟ: ଓଡ଼ିଶାରେ ମିଳିବ ଏମ୍‌ଆର୍‌ଓ ସୁବିଧା

ଭୁବନେଶ୍ୱର, ୨୨ା୭(ଅନୁରାଧା ମହାରଣା):ରାଜ୍ୟ ସରକାରଙ୍କ ‘ନୂଆ ଗନ୍ତବ୍ୟନୀତି’ ଦ୍ୱାରା ପରିଚାଳିତ ତଥା ବାଣିଜ୍ୟ ଓ ପରିବହନ ବିଭାଗର ନେତୃତ୍ୱରେ ଆଞ୍ଚଳିକ ଓ ଅନ୍ତର୍ଜାତୀୟ ବିମାନ ସଂଯୋଗକୁ ପ୍ରୋତ୍ସାହିତ କରାଯାଉଛି। ଏହି କ୍ରମରେ ଭୁବନେଶ୍ୱରରେ ରାଜ୍ୟର ପ୍ରଥମ ବିମାନ ରକ୍ଷଣାବେକ୍ଷଣ, ମରାମତି ଓ ପରିଚାଳନା (ଏମ୍‌ଆରଓ) ସୁବିଧା ସ୍ଥାପନ କରାଯିବ। ଏଥିପାଇଁ ସମସ୍ତ ଆନୁଷ୍ଠାନିକ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଛି। ଏହା ବିମାନ ଚଳାଚଳ ସହ ଜଡ଼ିତ ଅର୍ଥନୈତିକ ଇକୋସିଷ୍ଟମ ଗଢ଼ି ତୋଳିବାରେ ଏକ ବଡ଼ ଅଗ୍ରଗତି ହେବ ବୋଲି ଆଶା କରାଯାଉଛି।
ଓ ପରିବହନ ବିଭାଗର ସୂଚନାନୁସାରେ, ଅଳ୍ପ ସମୟ ମଧ୍ୟରେ ‘ନୂଆ ଗନ୍ତବ୍ୟ ନୀତି’ ଓଡ଼ିଶାକୁ ଅନ୍ତର୍ଜାତୀୟ ଓ ଘରୋଇ ବିମାନ ସଂଯୋଗରେ ଏକ ନୂଆ ପରିଚୟ ଦେଇଛି। ଏହି ନୀତି ଅଧୀନରେ ୧୩ଟି ନୂଆ ଅନ୍ତର୍ଜାତୀୟ ଓ ଘରୋଇ ବିମାନ ସେବା ଆରମ୍ଭ ହୋଇଛି। ଏହା ବାଣିଜ୍ୟ, ପର୍ଯ୍ୟଟନ ଓ ଆଞ୍ଚଳିକ ସମନ୍ବୟକୁ ନୂଆ ଦିଗ ଦେଇଛି। ଅନ୍ତର୍ଜାତୀୟ ସ୍ତରରେ ଭୁବନେଶ୍ୱରରୁ ଦୁବାଇ ଓ ଆବୁଧାବିକୁ ସିଧାସଳଖ ବିମାନ ସେବା ଓଡ଼ିଶାକୁ ବିଶ୍ୱ ବିମାନ ମାନଚିତ୍ରରେ ସ୍ଥାନିତ କରିବା ସହ ପ୍ରବାସୀ ସମ୍ପର୍କକୁ ମଜଭୁତ କରି ବିଶ୍ୱ ବଜାରରେ ପ୍ରବେଶକୁ ସହଜ କରିଛି। ଘରୋଇ ସ୍ତରରେ ଝାରସୁଗୁଡ଼ା-ମୁମ୍ବାଇ, ଝାରସୁଗୁଡ଼ା-ହାଇଦ୍ରାବାଦ, ଭୁବନେଶ୍ୱର-ଗୋଆ, ଭୁବନେଶ୍ୱର-ଡେରାଡୁନ୍‌ ଏବଂ ଭୁବନେଶ୍ୱର-ପୋର୍ଟ ବ୍ଲେୟାର ଆଦି ରୁଟ୍‌ଗୁଡ଼ିକୁ ଆଦିବାସୀ ଅଞ୍ଚଳ, ଶିଳ୍ପ କ୍ଷେତ୍ର ଏବଂ ପ୍ରମୁଖ ପର୍ଯ୍ୟଟନସ୍ଥଳୀଗୁଡିକୁ ସଂଯୋଗ କରିଛି। ଉଡାନ ଯୋଜନା ଅଧୀନରେ ଜୟପୁର, ରାଉରକେଲା, ଉତ୍କେଲା ଓ ରଙ୍ଗେଇଲୁଣ୍ଡାରେ ଆଞ୍ଚଳିକ ଏୟାରଷ୍ଟ୍ରିପ୍‌ଗୁଡ଼ିକର କାର୍ଯ୍ୟକାରିତା ଯାତାୟାତ ବ୍ୟବସ୍ଥାକୁ ସୁଦୃଢ଼ କରିଛି। ପ୍ରସ୍ତାବିତ ପୁରୀ ବିମାନବନ୍ଦର ପ୍ରକଳ୍ପ ନୋକାସ୍‌ ୨.୦ରେ ଇଣ୍ଟରଆକ୍ଟିଭ କଲର କୋଡେଡ ଜୋନିଂ ମ୍ୟାପ (ସିସିଜେଡ୍‌ଏମ୍‌) ଲଞ୍ଚ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ୍‌ଷ୍ଟୋନ ହାସଲ କରିଛି। ଏହି ଡିଜିଟାଲ ଉପକରଣ ଅନ୍‌ଲାଇନ ଉଚ୍ଚତା ମଞ୍ଜୁରୀ ପ୍ରକ୍ରିୟାକୁ ସରଳ କରି ବିମାନ ଯୋଜନାକୁ ନିରାପଦ ସହରୀ ବିକାଶ, ନିୟନ୍ତ୍ରିତ ଭିତ୍ତିଭୂମି ଏବଂ ପରିବେଶ ସୁରକ୍ଷା ସହ ସମନ୍ବୟ ରକ୍ଷା କରୁଛି। ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶାର ଲକ୍ଷ୍ୟ ସହ ସମନ୍ବିତ ଭବିଷ୍ୟତମୁଖୀ ଭିତ୍ତିଭୂମି ପ୍ରତି ପ୍ରତିବଦ୍ଧତା ଦ୍ୱାରା ଓଡ଼ିଶା ଏକ ଉଦୀୟମାନ ବିମାନ ହବ ଭାବେ ଗଢ଼ି ତୋଳିବାକୁ ରାଜ୍ୟ ସରକାର ଯୋଜନା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁଆ ସ୍କୁଲକୁ ନେଇ ଆସିଲା ବଡ଼ ଖବର, ଏହିଦିନ ଠୁ…

ଭୁବନେଶ୍ୱର,୨୨ା୩(ସୁଚିସ୍ମିତା ସାହୁ): ଖୁବ୍‌ଶୀଘ୍ର ସକାଳୁଆ ହେବ ସ୍କୁଲ। ରାଜ୍ୟରେ ତାପମାତ୍ରା ସହ ଖରା ପ୍ରକୋପ ଅଧିକ ରହୁଛି। ମାର୍ଚ୍ଚରେ ବିଭିନ୍ନ ସ୍ଥାନରେ ଅସହ୍ୟ ଗରମ ଅନୁଭବ ହେଉଛି।…

ଆଗକୁ ଶିକ୍ଷକଙ୍କୁ ନିୟମିତ ନିଯୁକ୍ତି ଦିଆଯିବ,ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୨୨ା୩(ସୁଚିସ୍ମିତା ସାହୁ): ରାଜ୍ୟରେ ଶିକ୍ଷାକ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି। ଶିକ୍ଷକମାନେ ଯେପରି ରାଜରାସ୍ତାରେ ନ ବସିବେ, ପିଲାଙ୍କ ପାଠପଢ଼ାକୁ ଯେପରି ଗୁରୁତ୍ୱ…

ବିି.ଏଡ୍‌. ପ୍ରବେଶିକା ପରୀକ୍ଷା ପାଇଁ ୨୩ରୁ ଆବେଦନ

ଭୁବନେଶ୍ୱର,୨୨ା୩(ସୁଚିସ୍ମିତା ସାହୁ): ୨ବର୍ଷିଆ ବି.ଏଡ୍‌, ବିଏଚ୍‌.ଏଡ୍‌. ଓ ଏମ୍‌.ଏଡ୍‌. ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ପ୍ରବେଶିକା ପରୀକ୍ଷା ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।…

ଏଆଇ ପ୍ରସ୍ତୁତ ମୋଦିଙ୍କ ଆପତ୍ତିଜନକ ଫଟୋ ଶେୟାର କରିଥିବା ଯୁବକ ଗିରଫ

ନୂଆଦିଲ୍ଲୀ,୨୧ା୩: ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) ସହାୟତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆପତ୍ତିଜନକ ଫଟୋ ପ୍ରସ୍ତୁତ କରି ସୋସିଆଲ୍‌ ମିଡିଆରେ ଶେୟାର କରିଥିବା ଅଭିଯୋଗରେ ବିହାରର ସିଦ୍ଧନାଥ କୁମାରଙ୍କୁ…

ସୁନାଖଳା ପାହାଡ଼ରେ ବାଘ ଆତଙ୍କ, ଲୋକେ ଭୟଭୀତ

ପାତ୍ରପୁର୨୧।୩(ଉମାଚରଣ ନେପାକ): ଗଞ୍ଜାମ ଜିଲା ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଲଙ୍କା-ସୁନାଖଳା ପାହାଡ଼ ନିକଟରେ ଶନିବାର ସନ୍ଧ୍ୟାରେ ଏକ କଲରାପତିରିଆ ବାଘ ବସିଥିବା ସ୍ଥାନୀୟ ଲୋକେ ଦେଖିଥିବା ଚର୍ଚ୍ଚା…

ବିଜେଡି ଛାଡ଼ିଲେ ବସ୍ତା ବ୍ଲକ ସଭାପତି ଅନିଲ ମହାନ୍ତି, କହିଲେ ଏହି ବଡ଼ କାରଣ…

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ): ବିଜେଡି ଛାଡ଼ିଲେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଭାପତି ଅନିଲ କୁମାର ମହାନ୍ତି l ସେ ଶନିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ…

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିଲେ ସ୍ବାମୀ, ଅଦାଲତ ଶୁଣାଇଲେ ଏମିତି ରାୟ

ଥୁଆମୂଳ ରାମପୁର,୨୧ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଓ ଦୌରା ଜଜ୍‌ ଅଦାଲତ ଏକ ସମ୍ବେଦନଶୀଳ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।…

ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ଛାତରୁ ଡେଇଁ ପଡ଼ିଲେ ସ୍ତ୍ରୀ, ଆଉ ତା’ପରେ…

କଣ୍ଟାବାଞ୍ଜି,୨୧।୩: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା କପିଳାଭଟା ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଛାତରୁ ଡେଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri