ଅନାସ୍ଥା ପରେ ଦାୟିତ୍ୱ ନେଲେ କୁନ୍ଦୁରା ବ୍ଲକ ନୂତନ ଅଧ୍ୟକ୍ଷ  

କୁନ୍ଦୁରା,୮।୧୦(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକଠାରେ କୁନ୍ଦୁରା ବ୍ଲକ ଇତିହାସରେ ପ୍ରଥମ ଥର ହୋଇଥିବା ଅନାସ୍ଥା ପ୍ରସ୍ତାବ ଭୋଟ ପରେ ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଛନ୍ତି ତରୁଣୀସେନ ବିଷୋୟୀ। ଗତ ଦୁଇ ମାସ ଧରି ଧରି ଚାଲିଥିବା ବାଦ ବିବାଦରେ ପଡିଛି ଯବନିକା। କୁନ୍ଦୁରା ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ଭାବେ ରହିଥିବା ତରୁଣୀସେନଙ୍କୁ ଦଳଗତ ନିର୍ବିଶେଷରେ ମନୋନୀତ କରାଯାଇଥିବା ଜିଲା ପରିଷଦ ଉପାଧ୍ୟକ୍ଷ ରାଧା ବିନୋଦ ସାମନ୍ତରାୟ ସୂଚନା ଦେଇଛନ୍ତି।
ଗତ ଅଗଷ୍ଟ ମାସରେ କୁନ୍ଦୁରା ବ୍ଲକ ଅଧୀନରେ ରହିଥିବା ୧୬ ଟି ପଞ୍ଚାୟତ ମଧ୍ୟରୁ ୧୪ ଟି ପଞ୍ଚାୟତର ୨୬ ଜଣ ସରପଞ୍ଚ ଏବଂ ସମିତି ସଭ୍ୟା ଜୟପୁର ଉପ ଜିଲାପାଳଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ଆବେଦନ କରିଥିଲେ। କିନ୍ତୁ ଏଥିରେ ପ୍ରଶାସନ ପକ୍ଷରୁ ପାତର ଅନ୍ତର ନୀତି ଆପଣାଉଥିବା ବେଳେ ଏହି ଲୋକ ପ୍ରତିନିଧି ମନେ ସାମୁହିକ ଇସ୍ତଫା ଦେବା ନେଇ ଚରମ ବାଣୀ ଶୁଣାଇଥିଲେ। ଯାହା ଫଳରେ ସେପ୍ଟେମ୍ବର ୧୯ ତାରିଖରେ ପ୍ରଶାସନ ପକ୍ଷରୁ ଚିଠି କରାଯାଇ ଭୋଟିଙ୍ଗ କରାଯାଅଥିବା ବେଳେ ପୂର୍ବରୁ ଥିବା ୨୬ ଜଣ ସମର୍ଥନ ବଦଳରେ ୨୮ ଜଣ କରିଥିଲେ।
ପ୍ରକାଶ ଥାଉକି, ଗତ ଦିନରେ କଂଗ୍ରେସ ସମର୍ଥିତ ପଞ୍ଚାୟତ ସମିତି ଅଧ୍ୟକ୍ଷା ରାଜେଶ୍ୱରୀ ପରଜା ଙ୍କ କାର୍ଯ୍ୟ କଳାପରେ ଅଣ ନିଶ୍ୱାସୀ ହୋଇ ଅନାସ୍ଥା ଆବେଦନ କରିଥିଲେ। କିନ୍ତୁ ବର୍ତ୍ତମାନ ସମସ୍ତ ପଞ୍ଚାୟତ ବାସୀ ଏବଂ ବିଭିନ୍ନ ପଞ୍ଚାୟତର ଲୋକ ପ୍ରତିନିଧିଙ୍କ ଆବଶ୍ୟକତା ନେଇ କାର୍ଯ୍ୟ କରିବା ସହ ଅଞ୍ଚଳର ପ୍ରଗତି ପ୍ରତି ନୂତନ ଅଧ୍ୟକ୍ଷଙ୍କ ପ୍ରମୁଖ ଭୂମିକା ରହିବ ବୋଲି ବ୍ଲକ ବିଜେଡି ସଭାପତି ବୃନ୍ଦାବନ ମଲ୍ଲିକ କହିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ମଣ୍ଟୁ ସାବତ, ଅଜୟ ସାହୁ,ଘାସି ଭତ୍ରା, ଦାମୋଦର ଗଣ୍ଡା, ଚନ୍ଦ୍ରିକା କାନ୍ଦଲିଆ, ଦୁତିକା ଭୂମିଆ, ବନିତା କାନ୍ଦଲିଆ,ଲବ ପରଜା, ଶିବ ପ୍ରଧାନୀ, ସଦାଶିବ ଭତ୍ରା, ଦାଶରଥି ସାନ୍ତା, ମାଣିକ ସାନ୍ତା, ଗୋରୀ ହରିଜନ,ବାସନ୍ତୀ ମାଛ ପ୍ରମୁଖ ଉପସ୍ଥିତ ଥିଲେ। ୧୯୬୧ ମସିହା ଠାରୁ ଏଯାବତ ୧୬ ଟି ପଞ୍ଚାୟତ ସମିତି ଅଧ୍ୟକ୍ଷ ଦାୟିତ୍ୱ ସମ୍ପନ୍ନ କରିଥିବା ବେଳେ ତରୁଣୀ ସେନ ବିଷୋୟୀ ୧୭ ତମ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।
Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

ବିପଦକୁ ଡାକୁଛି ମୁକୁଳା ଟ୍ରାନ୍ସଫର୍ମର: ବାଡ଼ବନ୍ଦୀ କରିବାକୁ ଦାବି

ବୁଗୁଡ଼ା,୭ା୩ (କାଳିଚରଣ ଦାଶ): ଖୋଲାମେଲାରେ ରହିଛି ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ଯାହ ବିପଦକୁ ହାତ ଠାରି ଡାକୁଛି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୁଗୁଡ଼ା ବ୍ଲକ…

ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ +୨ ଖୋଲିବାକୁ CBSEର ଅନୁମତି

କୋରାପୁଟ,୭ା୩(ଅମିତାଭ ବେହେରା): କୋରାପୁଟସ୍ଥିତ ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ ଯୁକ୍ତ୨ ଶ୍ରେଣୀ ଖୋଲିବା ପାଇଁ CBSE ପକ୍ଷରୁ ଅନୁମତି ମିଳିଛି। ସିବିଏସ୍‌ଇ ବୋର୍ଡର ନିୟମାନୁଯାୟୀ ଏହି ବିଦ୍ୟାଳୟ ସମସ୍ତ ଆବଶ୍ୟକ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri