ଶପଥ ନେଲେ କେରଳର ନୂଆ ମୁଖ୍ୟମନ୍ତ୍ରୀ

ଥିରୁଭାନନ୍ତପୁରମ,୧୮।୫: ସୋମବାର (୧୮ ମଇ, ୨୦୨୬) ତିରୁଭାନନ୍ତପୁରମର କେନ୍ଦ୍ରୀୟ ଷ୍ଟାଡିୟମରେ କଂଗ୍ରେସ ନେତା ଭି.ଡି. ସାଥୀସାନ୍‌ କେରଳର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ଏବଂ ସେ ରାଜ୍ୟର ୟୁଡିଏଫ ସରକାରଙ୍କ ଦାୟିତ୍ୱ ଗ୍ରହଣ କରିବେ। ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ।
ସାଥୀସାନ୍‌ଙ୍କ ସହିତ ୟୁଡିଏଫ କ୍ୟାବିନେଟ ମଧ୍ୟ ଶପଥ ଗ୍ରହଣ କରିବେ। କ୍ୟାବିନେଟରେ କଂଗ୍ରେସ ଦଳର ୧୧ ଜଣ ମନ୍ତ୍ରୀ, ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ (ଆଇୟୁଏମଏଲ)ର ୫ ଜଣ ଏବଂ ଅନ୍ୟାନ୍ୟ ୟୁଡିଏଫ ମେଣ୍ଟ ଅଂଶୀଦାରଙ୍କ ପ୍ରତିନିଧି ରହିବେ।
ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ କେରଳର ତିରୁଭାନନ୍ତପୁରମର ମଞ୍ଚରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ୱାୟାନାଡ ଏମପି ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ଅନ୍ୟାନ୍ୟ କଂଗ୍ରେସ ନେତା ଉପସ୍ଥିତ ଅଛନ୍ତି।

Dharitri – Odisha’s No.1 Odia Daily

Share