ଦାରିଙ୍ଗବାଡି,୨୨।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନାରେ ନୂତନ ଇନ୍ସପେକ୍ଟର ଭାବେ ସଂଗ୍ରାମ କେଶରୀ ଜେନା ଯୋଗଦାନ କରିଛନ୍ତି। ସେ ଏବେ ଅତିରିକ୍ତ ଥାନା ଅଧିକାରୀ ଭାବେ ନିଜ ଦାୟିତ୍ୱରେ ରହିଛନ୍ତି। ଇନ୍ସପେକ୍ଟର ସଂଗ୍ରାମ ପୂର୍ବରୁ ୨୦୧୯ ରୁ ୨୦୨୧ ପର୍ଯ୍ୟନ୍ତ ଉକ୍ତ ବ୍ଲକ ବ୍ରାହ୍ମଣୀଗାଁ ଥାନାରେ ସବଇନ୍ସପେକ୍ଟର ଭାବେ ଦାୟିତ୍ୱ ତୁଲାଇଛନ୍ତି। ତେଣୁ ବ୍ରାହ୍ମଣୀଗାଁ ଥାନା ସମେତ ଦାରିଙ୍ଗବାଡି ଥାନା ଅଞ୍ଚଳ ସମ୍ପର୍କରେ ତାଙ୍କର ଜଣାଶୁଣା ରହିଛି। ତେଣୁ ସେ ଦାରିଙ୍ଗବାଡି ଥାନାରେ ଆଇନଶୃଙ୍ଖଳା ପରିସ୍ଥିତିକୁ ସୁଚାରୁ ରୂପେ ତୁଲାଇବେ ବୋଲି କହିଛନ୍ତି।
ପ୍ରକାଶ ଯେ, ଦାରିଙ୍ଗବାଡି ଥାନାରେ ଇନ୍ସପେକ୍ଟର କନକ ମାଝିଙ୍କ ଡିଏସପି ର଼୍ୟାଙ୍କ ପଦନ୍ନୋତି ହୋଇ ଥିବାବେଳେ ସେ ଦାରିଙ୍ଗବାଡି ଥାନାର ଅଧିକାରୀ ଭାବେ ଦାୟିତ୍ୱରେ ରହିଛନ୍ତି ଏବଂ ଅତିରିକ୍ତ ଦାୟିତ୍ୱ ଇନ୍ସପେକ୍ଟର ସଂଗ୍ରାମ ରହିଥିବା ଜଣାପଡିଛି। ସେହିପରି ଦାରିଙ୍ଗବାଡିରେ କାର୍ଯ୍ୟରତ ସବ ଇନ୍ସପେକ୍ଟର ଜୟନ୍ତ କୁମାର ସେଠୀ ମଧ୍ୟ ପଦନ୍ନୋତି ପାଇ ଇନ୍ସପେକ୍ଟର ପଦବୀ ପାଇ ସେ ଅନ୍ୟତ୍ର ବଦଳି ହୋଇଥିବା ଜଣାପଡିଛି।
Dharitri – Odisha’s No.1 Odia Daily


