ମହିଳା ସଶକ୍ତୀକରଣର ନୂଆ ଫର୍ମୁଲା

କେନ୍ଦ୍ରାପଡ଼ା ଅଫିସ,୨୮ା୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଫେବୃୟାରୀରେ ଅନୁଷ୍ଠିତ ହେବ। ଏଥିପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ, ରାଜନୀତିରେ ମହିଳା ସଶକ୍ତୀକରଣ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ରଖାଯାଇଛି। ୩୨ ଜିଲା ପରିଷଦ ମଧ୍ୟରୁ ୧୬ଟି ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଥିବା ବେଳେ କେନ୍ଦ୍ରାପଡ଼ା ଜିଲାର ୨୪୯ ପଞ୍ଚାୟତରୁ ୧୨୫ଟି ଲେଖାଏ ସରପଂଚ ଓ ସମିତିସଭ୍ୟ ପ୍ରାର୍ଥୀ ହୋଇଛନ୍ତି। ତେବେ ମହିଳା ସଂରକ୍ଷଣକୁ ନେଇ ଜିଲାରେ ନୂଆ ଫର୍ମୁଲା ଦେଖିବାକୁ ମିଳୁଛି। ମହିଳା ବର୍ଗ ଆସନ ପାଇଁ ପୂର୍ବରୁ ଦାବିଦାର ଥିବା ପୁରୁଷଙ୍କ ବଦଳରେ ପରିବାରର ମହିଳାଙ୍କୁ ନିର୍ବାଚନ ମଇଦାନକୁ ଅଣାଯାଇଛି। କେନ୍ଦ୍ରାପଡ଼ା ବ୍ଲକ କଂସାର ପଞ୍ଚାୟତର ସ୍ବାଗତିକା ଜେନା ଚଳିତଥର ନିର୍ବାଚନରେ ପ୍ରଥମ ଥର ପାଇଁ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି। ସ୍ବାଗତିକା ହେଉଛନ୍ତି କଂସାର ସରପଞ୍ଚ ପ୍ରଦ୍ୟୁମ୍ନ ଜେନାଙ୍କ ସ୍ତ୍ରୀ। ପ୍ରଦ୍ୟୁମ୍ନ ଗତ ଦୁଇ ନିର୍ବାଚନରେ ସରପଞ୍ଚ ପଦବୀରେ ଥିଲେ। ତେବେ ଚଳିତ ଥର ଏହି ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଥିବାରୁ ସ୍ବାଗତିକାଙ୍କୁ ପ୍ରାର୍ଥୀ କରାଯାଇ ଥିବା ପ୍ରଦ୍ୟୁମ୍ନ କହିଛନ୍ତି। ଏହି ବ୍ଲକର ଚକ୍ରୋଡା ପଞ୍ଚାୟତର ସରପଞ୍ଚ ହେଉଛନ୍ତି ଭରତ ରାଉତ। ଆସନଟି ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଥିବାରୁ ଭରତଙ୍କ ସ୍ତ୍ରୀ ସୁଭଦ୍ରା ରାଉତ ପ୍ରାର୍ଥୀ ହୋଇଛନ୍ତି। ସୁଭଦ୍ରା କୁହନ୍ତି, ସ୍ବାମୀ ସରପଞ୍ଚ ଥିବା ସମୟରେ ପଞ୍ଚାୟତକୁ ବିକଶିତ କରାଯାଇଛି। ତୃଣମୂଳସ୍ତରରେ ଏହି ବିକାଶ ଧାରାକୁ ଅଧିକ ଗତିଶୀଳ କରିବା ପାଇଁ ସ୍ବାମୀଙ୍କ ଉତ୍ସାହରେ ସାମିଲ ହୋଇଛନ୍ତି। ସେହିପରି ଏହି ପଞ୍ଚାୟତର ସମିତିସଭ୍ୟ ଶିବପ୍ରସାଦ ବିଶ୍ୱାଳଙ୍କ ବୋହୂ ମିତାଲି ସାମନ୍ତରାୟ ନିର୍ବାଚନ ମଇଦାନରେ ଅଛନ୍ତି। ଗୁଲନଗର ପଞ୍ଚାୟତ ସରପଞ୍ଚ ପୀତବାସ ବେହେରା ଚଳିତ ନିର୍ବାଚନରେ ସ୍ତ୍ରୀ ନମିତା ସ୍ବାଇଁଙ୍କୁ ପ୍ରାର୍ଥୀ କରିଛନ୍ତି। ଏ ସମ୍ପର୍କରେ ସାମାଜିକ କର୍ମୀ ମନୋଜ କୁମାର ସିଂହ, ବିଜୟ କୁମାର ମଣ୍ଡଳ, ସୁରେନ୍ଦ୍ର କୁମାର ବେହେରା ପ୍ରମୁଖ କହିଛନ୍ତି ଯେ, ରାଜନୀତିରେ ମହିଳା ପୁରୁଷ ସମକକ୍ଷ ହେବା ଗଣତନ୍ତ୍ର ପାଇଁ ଶୁଭଙ୍କର। ତେବେ ବିଗତ କାର୍ଯ୍ୟକଳାପକୁ ଦେଖିଲେ ମହିଳାଙ୍କୁ ଢାଲ କରି ପରିବାରର ପୁରୁଷ ବ୍ୟକ୍ତି ହିଁ ରାଜନୀତି କରୁଛନ୍ତି। ମହିଳାଙ୍କୁ ନାମକୁମାତ୍ର ରାଜନେତାର ସମ୍ମାନ ମିଳୁଛି। ତେବେ ଚଳିତବର୍ଷ ନାମାଙ୍କନ ପତ୍ରକୁ ନିରୀକ୍ଷଣ କଲେ ବହୁ ଯୁବ ପ୍ରତିଭାଙ୍କ ସହ ଶିକ୍ଷିତା ମହିଳା ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଏଥିପାଇଁ ଆଗାମୀ ରାଜନୀତି ଓ ସ୍ଥାନୀୟ ଅଞ୍ଚଳ ବିକାଶରେ ମହିଳାଙ୍କ ବଡ ଭୂମିକା ରହିବ ବୋଲି ସେମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri