୫୦ ହେକ୍ଟର ଜମିରେ ହେବ ନୂତନ ଜଙ୍ଗଲ: ବୁଦୁଲିରେ ଓଭର ବ୍ରିଜ ଯୋଜନା

ଭଞ୍ଜନଗର,୩।୬(ବାବୁଲା ପ୍ରଧାନ):ଖଣି ଖୋଳିବା ଏବଂ ରାସ୍ତା ସମ୍ପ୍ରସାରଣ ସମୟରେ ଯେତିକି ଜଙ୍ଗଲ କ୍ଷୟ ହେଉଛି ତାର ଦୁଇଗୁଣା ନୂତନ ଜଙ୍ଗଲ ରାଜ୍ୟର ଯେକୌଣସି ସ୍ଥାନରେ ସୃଷ୍ଟି କରିବା ନିୟମ ଅଛି। ତେଣୁ ଆଦାନୀ ଗ୍ରୁପ ମହାନଦୀ କୋଲ ବ୍ଲକ ଜଙ୍ଗଲ କ୍ଷତିକୁ ଭରଣ କରିବା ପାଇଁ ଗଞ୍ଜାମ ଜିଲା ଭଞ୍ଜନଗର ଦକ୍ଷିଣ ଘୁମୁସର ବନଖଣ୍ଡରେ ୫୦ ହେକ୍ଟର ଜମିରେ ନୂତନ ଜଙ୍ଗଲ କରିବ। ଏଥିପାଇଁ ଆଦାନୀ ଗ୍ରୁପ ବୁଗୁଡ଼ା ଏବଂ ସୋରଡ଼ା ରେଞ୍ଜରେ
୫୦ ହେକ୍ଟର ବେସରକାରୀ ଜମି କିଣିଛି ଚାରା ରୋପଣ ପାଇଁ ଉକ୍ତ ଜମି ଆଦାନୀ ଗ୍ରୁପ ବନ ବିଭାଗକୁ ହସ୍ତାନ୍ତର କରିବ। ଏଥିସହ ସେଠାରେ ଚାରା ଲଗାଇବା ଏବଂ ତାହାର ୧୦ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ପାଇଁ ମୁଖ୍ୟ ଟଙ୍କା ଦେବ। ଏହାପରେ ବନ ବିଭାଗ ଚାରା ଲଗାଇବ। ଉକ୍ତ ଜମିରେ ହେକ୍ଟର ପିଛା ୫ ଶହ ଚାରା ରୋପଣ କରାଯିବ।
ଉକ୍ତ ୫୦ ହେକ୍ଟର ସହ ଆହୁରି ୯୦ ହଜାର ଚାରା ରୋପଣ (କ୍ଷତିପୂରଣ ବନୀକରଣ ଯୋଜନାରେ) ଆଦାନୀ ଗ୍ରୁପ ପକ୍ଷରୁ କରାଯିବ। ଏଥିପାଇଁ ଘୁମୁସର ଦକ୍ଷିଣ ବନଖଣ୍ଡ, ଉତ୍ତର ବନଖଣ୍ଡ, ଫୁଲବାଣୀ ଏବଂ ସାତକୋଶିଆ କେନ୍ଦୁପତ୍ର ବନଖଣ୍ଡ, ବଲାଙ୍ଗିର ଓ ବରଗଡ ବନଖଣ୍ଡରେ ଜମି ଖୋଜା ଚାଲିଛି। ତେଣୁ ଆଦାନୀ ଗ୍ରୁପର ଏକ ଟିମ ମଙ୍ଗଳବାର ଉତ୍ତର ଘୁମୁସର ବନଖଣ୍ଡର ବିଭିନ୍ନ ଜଙ୍ଗଲ ପରିଦର୍ଶନ କରିଛନ୍ତି। ଉତ୍ତର ଘୁମୁସର ବନଖଣ୍ଡରେ ୨୦ ହେକ୍ଟର ଜମିରେ ଚାରାରୋପଣ ଲକ୍ଷ୍ୟ ରଖାଯାଇଛି। ଏଥିସହ ରାଞ୍ଚି ବିଜୟୱାଡା କରିଡ଼ର ୨୦୧୭ ମସିହାରେ ସମ୍ପ୍ରସାରଣ ସମୟରେ ଅନେକ ମୂଲ୍ୟବାନ ଗଛ ରାସ୍ତାକଡ଼ରୁ କଟା ଯାଇଥିଲା।

ଫଳରେ ଉତ୍ତର ଘୁମୁସର ବନଖଣ୍ଡ ର ୧୯ ହେକ୍ଟର ଏବଂ ଫୁଲବାଣୀ ବନଖଣ୍ଡର ୭ ରୁ ଉଦ୍ଧର୍‌ବ ହେକ୍ଟର ଜଙ୍ଗଲ ନଷ୍ଟ ହୋଇଥିଲା । ତେଣୁ କ୍ଷତିପୂରଣ ବନୀକରଣ ଯୋଜନା (ସିଏ) ରେ ୬୦ ହେକ୍ଟର ଖୋଲା ଜଙ୍ଗଲରେ ଚାରା ରୋପଣ ହେବ। ଏନେଇ ଜାତୀୟ ରାଜପଥ କତୃପକ୍ଷ ୨୦୨୧ରେ ଟଙ୍କା ବାନ୍ଧିଥିଲେ। ୪ ବର୍ଷ ପରେ ଉକ୍ତ ଟଙ୍କାର ବିନିଯୋଗରେ ନୂତନ ଜଙ୍ଗଲ ସୃଷ୍ଟି ପାଇଁ ପଦକ୍ଷେପ ନିଆଯାଇଛି। ସେଥିମଧ୍ୟରୁ ଉତ୍ତର ଘୁମୁସର ବନଖଣ୍ଡ ରେ ୨୦ ହେକ୍ଟର ଏବଂ ବଉଦ ବନଖଣ୍ଡରେ ଆଉ ୪୦ ହେକ୍ଟର ଚାରା ରୋପଣ ହେବ। ଅନ୍ୟପକ୍ଷରେ ଉତ୍ତର ଘୁମୁସର ବନଖଣ୍ଡ ର ଭଞ୍ଜନଗର ଦୁର୍ଗାପ୍ରସାଦ ଜାତୀୟ ରାଜପଥର ଅନେକ ସ୍ଥାନରେ ବିଗତ ଦିନରେ ଗାଡ଼ି ଧକ୍କାରେ ବାଘ, ଭାଲୁ ସମେତ ଅନ୍ୟାନ୍ୟ ପ୍ରାଣୀ ମୃତ୍ୟୁବରଣ କରିଛନ୍ତି। ତେଣୁ ବନ ବିଭାଗ ପକ୍ଷରୁ ଜାତୀୟ ରାଜପଥର ବୁଦୁଲି ନିକଟରେ ଓଭର ବ୍ରିଜ ର୍ନିମାଣ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷ କେନ୍ଦ୍ର ସରକାରଙ୍କ ଅନୁମୋଦନ ପାଇଁ ପଠାଇଛନ୍ତି। ଏନେଇ ୧୦ କୋଟିରୁ ଉଦ୍ଧର୍‌ବ ଟଙ୍କା ବ୍ୟୟ ହେବ। ଯେଉଁଠି ବ୍ରିଜ ଯୋଜନା ହୋଇଛି ସେଠି ପୂର୍ବରୁ ଗୋଟିଏ କଲରା ପତାରିଆ ବାଘ, ଭାଲୁ, ହରିଣ ଗାଡ଼ି ଧକ୍କାରେ ମୃତ୍ୟୁବରଣ କରିଥିଲେ। ଓଭର ବ୍ରିଜ ହେଲେ ବନ୍ୟପ୍ରାଣୀ ଅବାଧରେ ତଳେ ସମ୍ପୃକ୍ତ ଅଞ୍ଚଳରେ ଚଳପ୍ରଚଳ କରିପାରିବେ। ଯାନବାହାନ ବ୍ରିଜ ଉପରେ ଚଳପ୍ରଚଳ କରିବ। ଆଗକୁ ଗୋପାଳପୁର ରେଢ଼ାଖୋଲ ରେଳ ଲାଇନ ଉକ୍ତ ଅଞ୍ଚଳ ଦେଇ ଯିବ। ତେଣୁ ଜଙ୍ଗଲ ଅଞ୍ଚଳରେ ଓଭର ବ୍ରିଜ କରି ରେଳ ଲାଇନ ଗଲେ ବନ୍ୟପ୍ରାଣୀ ଏବଂ ଜଙ୍ଗଲ ଉଭୟ ସୁରକ୍ଷିତ ରହିପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଏନେଇ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟଙ୍କ ସହ ଯୋଗାଯୋଗ କରିବାରୁ ସେ ଏଠାରେ କହିଛନ୍ତି, ସରକାରଙ୍କ ଯୋଜନା ଭଲ। ଯୋଜନାକୁ କିଭଳି ଶତ ପ୍ରତିଶତ କାର୍ଯ୍ୟକାରି କରାଯିବ ସେନେଇ ଯୋଜନା ପ୍ରସ୍ତୁତି ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି

ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...

ଧକ୍କା ଦେଇ ଚାଲିଗଲା ଡାଲା ଅଟୋ: ଚାନ୍ଦପୁର ଗ୍ରାମର ୨ ଯୁବକ…

ଦିଗପହଣ୍ଡି, ୨୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଗାଡ଼ି ଧକ୍କାରେ...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri