Categories: ବାଣିଜ୍ୟ

ଟୁଇଟର୍‌ରେ ଆସିବାକୁ ଯାଉଛି ନୂଆ ଫିଚର୍ସ, ଏନ୍‌କ୍ରିପଟେଡ୍‌ ମେସେଜ୍‌ ସହ ଅଡିଓ-ଭିଡିଓ କଲ୍‌ର ମିଳିବ ସୁବିଧା

ନୂଆଦିଲ୍ଲୀ,୧୧।୫: ମାଇକ୍ରୋ ବ୍ଲଗିଂ ଟୁଇଟର୍‌ ଖୁବ୍‌ଶୀଘ୍ର ଅଡିଓ ଓ ଭିଡିଓ କଲ୍‌ର ସୁବିଧା ଆଣିବାକୁ ଯାଉଛି। ଟୁଇଟର୍‌ ସିଇଓ ଏଲନ ମସ୍କ ଏହି ନୂଆ ଫିଚର ସମ୍ବନ୍ଧରେ ଟୁଇଟ୍‌ କରି ଘୋଷଣା କରିଛନ୍ତି। ମସ୍କ କହିଛନ୍ତିି ଯେ, ଟୁଇଟର ୟୁଜର୍ସମାନେ ଏହି ଲାଟେଷ୍ଟ ଭର୍ସନରେ ଇମୋଜି ଦ୍ୱାରା ପ୍ରତିକ୍ରିୟା କରିପାରିବେ। ଏଥିସହ ବିନା ନମ୍ବର ନେଣଦେଣ କରି ଭିଡିଓ-ଅଡିଓ କଲ୍‌ରେ କାହା ସହିତ ବି କଥା ହୋଇପାରିବେ। ଏଥିସହ ଥ୍ରେଡ୍‌ର କୌଣସି କମେଣ୍ଟ ଉପରେ ସଂପୃକ୍ତ ବ୍ୟକ୍ତିଙ୍କୁ ସିଧାସଳଖ ଡିଏମ୍‌ ବା ଡାଇରେକ୍ଟ ମେସେଜ୍‌ କରିପାରିବେ।

ଏଥିସହ କମ୍ପାନୀ ଏନ୍‌କ୍ରିପଟେଡ୍‌ ଡିଏମ୍‌ ଭି ୧.୦ ଗୁରୁବାର ଠାରୁ ଆରମ୍ଭ କରିବାକୁ ଯାଉଛି। ଏହାଦ୍ୱାରା ୨ଜଣ ୟୁଜର୍ସ ସୁରକ୍ଷିତ ଭାବରେ କଥାବାର୍ତ୍ତା ହୋଇପାରବେ। ସେମାନଙ୍କ ଚାଟ୍‌ ୩ୟ ପକ୍ଷ ଦେଖିପାରିବେ ନାହିଁ ବୋଲି ମସ୍କ କହିଛନ୍ତି।

Share