ପ୍ରମୁଖ ୩ ଦଳରେ ନୂଆମୁହଁ ସମ୍ଭାବନା

କେନ୍ଦ୍ରାପଡ଼ା, ୬ା୨ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଲୋକ ସଭା ଆସନ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପାଇଁ ଗୁରୁତ୍ୱ ରଖୁଛି। ଏଠାରୁ ଅତୀତରେ କଂଗ୍ରେସରୁ ନିତ୍ୟାନନ୍ଦ କାନୁନଗୋ, ପ୍ରଜା ସୋସାଲିଷ୍ଟ ପାର୍ଟିରୁ ସୁରେନ୍ଦ୍ରନାଥ ଦ୍ୱିବେଦୀ, ଉତ୍କଳ କଂଗ୍ରେସରୁ ସୁରେନ୍ଦ୍ର ମହାନ୍ତି, ଜନତା ପାର୍ଟିରୁ ବିଜୁ ପଟ୍ଟନାୟକ, ଶରତ କୁମାର ଦେବ, ଜନତା ଦଳରୁ ରବି ରାୟ, ଶ୍ରୀକାନ୍ତ ଜେନାଙ୍କ ଭଳି ତୁଙ୍ଗ ନେତାଙ୍କଠାରୁ ଆରମ୍ଭ କରି ବିଜେଡିରୁ ପ୍ରଭାତ ସାମନ୍ତରାୟ, ଅର୍ଚ୍ଚନା ନାୟକ, ବୈଜୟନ୍ତ ପଣ୍ଡା ଓ ଅନୁଭବ ମହାନ୍ତିଙ୍କ ପରି ନେତା ଜିତିଛନ୍ତ। ଏହି ଆସନ ଏବେ କେନ୍ଦ୍ରରେ ଶାସନାଧୀନ ଭାଜପା ଓ ରାଜ୍ୟରେ ବିଜେଡି ପାଇଁ ଏକ ସମ୍ମାନର ବିଷୟ ପାଲଟିଯାଇଛି। ସେହିପରି କଂଗ୍ରେସ ଏହି ଲୋକ ସଭା କ୍ଷେତ୍ର ହାତେଇବା ପାଇଁ ଉଦ୍ୟମ ଜାରି ରଖିଛି ା
ଜିଲାର ୫ ଓ କଟକ ଜିଲାର ମାହାଙ୍ଗା ସହିତ ସାଲେପୁର ବିଧାନସଭା ନିର୍ବାଚନମଣ୍ଡଳୀକୁ ନେଇ ଏହି ଲୋକ ସଭା କ୍ଷେତ୍ର। ୨୦୧୯ରେ ଏଠାରୁ ମୋଟ ୧୨, ୩୮, ୪୮୮ ଭୋଟର ମତଦାନ କରିଥିଲେ। ବିଜେଡିର ଅନୁଭବ ମହାନ୍ତି ୬, ୨୮, ୯୩୯ ଭୋଟ ପାଇ ବିଜୟୀ ହୋଇଥିଲେ। ଭାଜପାର ବୈଜୟନ୍ତ ପଣ୍ଡାଙ୍କୁ ୪, ୪୭, ୪୫୬ ଭୋଟ ମିଳିଥିବା ବେଳେ କଂଗ୍ରେସର ଧରଣୀଧର ନାୟକ ୧, ୧୩, ୮୪୧ ଖଣ୍ଡ ଭୋଟ ପାଇଥିଲେ ା କଂଗ୍ରେସର ନାୟକ ଗତ ୨୦୧୪ରେ ଏହି ଆସନରୁ ପ୍ରାର୍ଥୀ ହୋଇ ୩,୯୨,୪୬୬ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିଲେ। ହେଲେ ୨୦୧୯ରେ ତାଙ୍କ ଭୋଟ କମିଯିବାରୁ ସେ ତୃତୀୟ ସ୍ଥାନରେ ରହିଥିଲେ। ସେବେଠାରୁ ତାଙ୍କୁ ସାଙ୍ଗଠନିକ ବୈଠକ କିମ୍ବା କୌଣସି ସଭାରେ ଭାଗ ନେବା ପ୍ରାୟତଃ ଦେଖାଯାଇନାହିଁ। ଆଲୋଚନା ହେଉଛି ସେ ଆଗାମୀ ନିର୍ବାଚନରେ ପ୍ରାର୍ଥୀ ହୋଇ ନ ପାରନ୍ତି। ଏବେ ଯୁବ ବ୍ୟବସାୟୀ ସ୍ବରୂପ କୁମାର ଦାସ ଆଶାୟୀ ଅଛନ୍ତି। ଯେହେତୁ କଂଗ୍ରେସ ଟିକେଟ ପାଇଁ ଅନ୍‌ଲାଇନ୍‌ ଆବେଦନ ସକାଶେ ଓ୍ବେବସାଇଟ୍‌ ଲଞ୍ଚ୍‌ କରିଛି, ଅନ୍ୟ କାହା ନାମ ଆଗକୁ ଆସିପାରେ।
ବହିଷ୍କୃତ ବୈଜୟନ୍ତ ପଣ୍ଡା ୨୦୧୯ରେ ଭାଜପାରୁ ପ୍ରାର୍ଥୀ ହୋଇଥିଲେ। ସେତେବେଳେ ବିଜେଡି ପାଇଁ ଆସନଟି ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଥିଲା ା
ନବୀନ ପଟ୍ଟନାୟକଙ୍କ ଉପରେ ସେଠାକାର ଜନସାଧାରଣ ଆସ୍ଥା ରଖି ଅନୁଭବଙ୍କୁ ବିଜୟୀ କରାଇଥିଲେ। ହେଲେ ଅଭିନେତାରୁ ରାଜନେତା ପାଲଟିଥିବା ଏହି ବ୍ୟକ୍ତି ନିର୍ବାଚନମଣ୍ଡଳୀ ପ୍ରତି ଧ୍ୟାନ ଦେଇ ନ ଥିବା ଅଞ୍ଚଳବାସୀ ଭଲ ଭାବେ ଜାଣିଛନ୍ତି। ପାରିବାରିକ ସମସ୍ୟା ହେଉ ଅଥବା ରାଜନୈତିକ ମନୋମାଳିନ୍ୟ ଯୋଗୁ ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କଠାରୁ ସେ ବହୁଦୂରରେ ରହିଥିବା ଦେଖିବାକୁ ମିଳିଛି। ଏହି ଆସନ ପାଇଁ ବିଜେଡିର ସମ୍ପୂର୍ଣ୍ଣ ନୂଆମୁହଁ ଓ ଯୁବପ୍ରତିଭା ପ୍ରତିନିଧିତ୍ୱ କରିପାରନ୍ତି ବୋଲି ଚାରିଆଡ଼େ ଆଲୋଚନା ଚାଲିଛି। ସେହି ଆଶାୟୀଙ୍କ ମଧ୍ୟରେ ବରିଷ୍ଠ ନେତା ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଜେନାଙ୍କ ନାମ ରହିଥିବା ବେଳେ ନୂଆମୁହଁ ଭାବେ ଯୁବ ଉଦ୍ୟୋଗୀ ଶୁଭଙ୍କର ନାୟକଙ୍କୁ ନିର୍ବାଚନମଣ୍ଡଳୀରେ ସଙ୍ଗଠନ କରୁଥିବା ଦେଖିବାକୁ ମିଳୁଛି।
କଥା ଦେଖିଲେ ବୈଜୟନ୍ତ ଏବେ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ରହିବା ସହ ଉତ୍ତରପ୍ରଦେଶ ନିର୍ବାଚନ ଦାୟିତ୍ୱରେ ଅଛନ୍ତି। ତାଙ୍କ ସମର୍ଥକଙ୍କ ମତରେ ସେ ଆଗାମୀ ନିର୍ବାଚନ ନ ଲଢ଼ି ଉତ୍ତରପ୍ରଦେଶ ଉପରେ ଫୋକସ୍‌ କରୁଛନ୍ତି। ତେବେ ରାଜନୈତିକ ବିଶେଷଜ୍ଞ କହୁଛନ୍ତି, ଯେହେତୁ ବୈଜୟନ୍ତ ଭାଜପାର ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଛନ୍ତି କାଳେ ଲୋକ ସଭା ନିର୍ବାଚନରେ ହାରିଯିବେ, ସେଥିପାଇଁ ରାଜ୍ୟ ସଭା ଏମ୍‌ପି ହେବାକୁ ନଜର ରଖିଥାଇପାରନ୍ତି। ଜିଲାରେ ସାଙ୍ଗଠନିକ କାର୍ଯ୍ୟକର୍ତ୍ତା ତାଙ୍କ ହାତରେ ଥିଲେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏକ ସ୍ବତନ୍ତ୍ର ଗୋଷ୍ଠୀ କାର୍ଯ୍ୟ କରୁଥିବା ଜଣାଶୁଣା। ଏହାବ୍ୟତୀତ ଅନ୍ୟତମ ବରିଷ୍ଠ ନେତା ବିଜୟ ମହାପାତ୍ର ଗତ ନିର୍ବାଚନରେ ପାଟକୁରା ବିଧାନସଭା ପାଇଁ ପ୍ରତିଦ୍ୱନ୍ଦ୍ୱିିତା କରୁଥିବାରୁ ଭୋଟ ପରିମାଣ ଭାଜପା ଆଡ଼କୁ ଢଳିଥିଲା। ମାତ୍ର ସେ ଏବେ କୌଣସି ପାଟି ନ ଫିଟାଇବା ଭାଜପା ପାଇଁ ଏକ ବିଷମ ସ୍ଥିତି ସୃଷ୍ଟି କରିଛି। ଏହାସତ୍ତ୍ୱେ ଏହି ଲୋକ ସଭା ଆସନ ପାଇଁ ଭାଜପାରୁ ନୂଆମୁହଁ ଭାବେ ଶିକ୍ଷାବିତ୍‌ ଭୂବନମୋହନ ଜେନା ଓ ବିନୟ ଭୂଷଣ ଜେନା, ରାଷ୍ଟ୍ରୀୟ ଅନୁସୂଚିତ ଜନଜାତି ଆୟୋଗରେ କାର୍ଯ୍ୟରତ ସଚିବ ପ୍ରସନ୍ନ କୁମାର ପରିଡ଼ା, ‘ଉଦୟ ଇଣ୍ଡିଆ’ ସମ୍ପାଦକ ଦୀପକ ରଥ, ବରିଷ୍ଠ ନେତା ବିଜୟ ମହାପାତ୍ର ଏବଂ ପୂର୍ବତନ ଜିଲା ସଭାପତି ଦୁର୍ଯ୍ୟୋଧନ ସାହୁ ପ୍ରମୁଖଙ୍କ ନାମ ଚର୍ଚ୍ଚାକୁ ଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri