ବିଜେଡି ନୂଆ ଚେହେରା ଲଢ଼ିବେ ନିର୍ବାଚନ

ବ୍ରହ୍ମପୁର ଅଫିସ,୧୪।୬(ନରସିଂହ ସାହୁ): ଗଞ୍ଜାମ ଜିଲା ରାଜନୀତିରେ ଗୋପାଳପୁର ଚର୍ଚ୍ଚାରେ ରହିଛି। ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ଏହି ବିଧାନସଭା କ୍ଷେତ୍ରରୁ କିଏ ବିଜେଡି ପ୍ରାର୍ଥୀ ହେବ ସେ ନେଇ ଆଲୋଚନା ଜୋର ଧରିଛି। ୨୦୧୯ ନିର୍ବାଚନରେ ଜିତିଥିବା ପ୍ରଦୀପ ପାଣିଗ୍ରାହୀ ଦୁଇ ବର୍ଷ ତଳୁ ବିଜେଡିରୁ ବହିଷ୍କୃତ ହୋଇଥିବାରୁ ସେ ଏବେ ସ୍ବାଧୀନ ଭାବେ ଗଣନା ହୋଇଛନ୍ତି। ତେଣୁ ଆଗାମୀ ନିର୍ବାଚନରେ ବିଜେଡିରୁ ନୂଆ ଚେହେରା ପ୍ରାର୍ଥୀ ହେବା ସ୍ପଷ୍ଟ ହୋଇଥିବା ଅଞ୍ଚଳବାସୀ ଆଲୋଚନା କରୁଛନ୍ତି।
ସ୍ବାଧୀନତା ପରବର୍ତ୍ତୀ ୧୯୫୧-୫୨ ଓ ୧୯୫୭ ନିର୍ବାଚନ ପର୍ଯ୍ୟନ୍ତ ଗୋପାଳପୁର ନିର୍ବାଚନ ମଣ୍ଡଳୀର ନାଁ ନ ଥିଲା।୧୯୬୧ ନିର୍ବାଚନ ବେଳେ ରଙ୍ଗେଇଲୁଣ୍ଡା ବ୍ଲକ ଓ ଗୋପାଳପୁର ସହରାଞ୍ଚଳକୁ ନେଇ ଡ଼ୁରା ନିର୍ବାଚନ ମଣ୍ଡଳୀ ହୋଇଥିଲା। ୧୯୭୧ ନିର୍ବାଚନ ବେଳେ ଏହା ଗୋପାଳପୁର ନିର୍ବାଚନ ମଣ୍ଡଳୀ ହୋଇଥିଲା। ଗୋପାଳପୁର ବିଧାନସଭା କ୍ଷେତ୍ର ଅତୀତରେ କଂଗ୍ରେସ ଗଡ଼ ଥିଲା। ଜରୁରୀକାଳୀନ ପରିସ୍ଥିତି ପରେ ହୋଇଥିବା ୧୯୭୭ ନିର୍ବାଚନରେ ଦେଶବ୍ୟାପୀ ତତ୍କାଳୀନ ଜନତା ପାର୍ଟି ହାୱା ଥିବା ବେଳେ ଗୋପାଳପୁରରୁ କଂଗ୍ରେସ ପ୍ରାର୍ଥୀ ଘନଶ୍ୟାମ ବେହେରା ବିଧାୟକ ହୋଇଥିଲେ। ପରବର୍ତ୍ତି ୧୯୮୦ ଓ ୧୯୮୫ ନିର୍ବାଚନରେ ମଧ୍ୟ ସେ କଂଗ୍ରେସରୁ ଜିତି ହାଟ୍ରିକ ଅର୍ଜନ କରିଥିଲେ। ୧୯୯୦ ଓ ୧୯୯୫ ନିର୍ବାଚନରେ ଜନତା ଦଳରୁ ଏବଂ ୨୦୦୦ ନିର୍ବାଚନରେ ବିଜେଡିରୁ ଜିତିଥିବା ରାମଚନ୍ଦ୍ର ସେଠୀ ଲଗାତର ୩ ଥର ଜିତି ସେ ମଧ୍ୟ ହାଟ୍ରିକ କଲେ।୨୦୦୪ ନିର୍ବାଚନରେ କଂଗ୍ରେସରୁ ତ୍ରିନାଥ ବେହେରା ବିଧାୟକ ନିର୍ବାଚିତ ହେଲେ। ୨୦୦୯ ନିର୍ବାଚନ ବେଳେ ସେହି ବିଧାନସଭା କ୍ଷେତ୍ର ଅନୁସୂଚିତ ଜାତି ପାଇଁ ଥିବା ସଂରକ୍ଷିତ ହଟିଥିଲା ଏବଂ ସାଧାରଣ ବର୍ଗ ପାଇଁ ଉଦ୍ଧିଷ୍ଟ ହେଲା।
୨୦୦୯ ରୁ ୧୯ ମଧ୍ୟରେ ହୋଇଥିବା ୩ ନିର୍ବାଚନରେ ବିଜେଡିରୁ ପ୍ରଦୀପ କୁମାର ପାଣିଗ୍ରାହି ଲଗାତର ନିର୍ବାଚିତ ହୋଇ ହାଟ୍ରିକ ହୋଇଥିଲେ। ସେ ମୁଖ୍ୟମନ୍ତ୍ରୀ ତଥା ଦଳ ସଭାପତିଙ୍କ ଅତି ନିକଟତର ହୋଇପାରିଥିଲେ। ପ୍ରଦୀପ ୩ ଥର ଜିତି ହାଟ୍ରିକ ହୋଇଥିବା ବେଳେ ତାଙ୍କ ନିକଟତମ ଭାଜପା ପ୍ରତିଦ୍ୱନ୍ଦ୍ୱି ବିଭୂତି ଜେନା ୨୦୦୯ ରୁ ୧୯ ମଧ୍ୟରେ ୩ ଥର ହାରି ପରାଜିତରେ ହାଟ୍ରିକ ହୋଇଥିଲେ। ୨୦୨୦ ଡିସେମ୍ବର ଶେଷ ବେଳକୁ ପ୍ରଦୀପଙ୍କୁ ଜନ ବିରୋଧୀ ଅଭିଯୋଗରେ ବିଜେଡିରୁ ବହିଷ୍କାର କରାଯାଇଛି। ତେଣୁ ଆଗାମୀ ନିର୍ବାଚନରେ ବିଜେଡି ନୂଆ ଚେହେରାଙ୍କୁ ପ୍ରାର୍ଥୀ କରିବାର ସ୍ପଷ୍ଟ ହୋଇଛି। ଯାହାକୁ ବିଜେଡି ଟିକେଟ ମିଳିବ ସେ କଡ଼ା ମୁକାବିଲାର ସାମ୍ନା କରିବାକୁ ପଡ଼ିବ। ଗୋପାଳପୁରରେ ପ୍ରଦୀପଙ୍କ ନିଜସ୍ବ ସଂଗଠନ ଅଛି। ଅନ୍ୟପକ୍ଷରେ ସେଠାରେ ୧୯ ନିର୍ବାଚନରେ ଭାଜପାର ଭୋଟ ହାର ଯଥେଷ୍ଟ ବଢ଼ିଛି। ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପାଣିଗ୍ରାହି ୨୦ ହଜାରରୁ ଅଧିକ ଭୋଟରେ ଭାଜପାର ଜେନାଙ୍କୁ ପରାସ୍ତ କରିଥିବା ବେଳେ ୨୦୧୯ ନିର୍ବାଚନରେ ମାତ୍ର ୨୬୭୩ ଭୋଟ ଅଧିକ ପାଇ ବିଜେଡିରୁ ଜିତିଥିଲେ ପ୍ରଦୀପ। ଇତିମଧ୍ୟରେ ପଦ୍ମ ଦଳର ସଂଗଠନ ବିସ୍ତାର କରାଯାଇଛି। ପାଣିଗ୍ରାହିଙ୍କ ସମର୍ଥକମାନେ ବିଜେଡିକୁ ଚ୍ୟାଲେଞ୍ଜ କରି ପ୍ରଦୀପ ସେନା ଗଠନ କରିଛନ୍ତି। ଏଭଳି ସ୍ଥିତିରେ ଆଗାମୀ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଷଣ୍ଢୁଆସି ଆକ୍ରମଣର ସମ୍ମୁଖୀନ ହେବା ରାଜନୀତି ବିଶ୍ଲେଷକ ଆଗୁଆ ଅନୁମାନ କରୁଛନ୍ତି। ତେଣୁ ଗୋପାଳପୁରେ ମିଶନ ୨୪ ନିର୍ବାଚନ ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପାଇଁ ଚ୍ୟାଲେଞ୍ଜ ହେବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ଖଳିଆପାଲି ଛକ ବୁଲାଣିରେ କେମିକାଲ ବୋଝେଇ ଟ୍ୟାଙ୍କର ଲିକେଜ, ଲୋକେ ଭୟଭୀତ…

ଜୁନାଗଡ଼,୨୮।୩(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଖଳିଆପାଲି ଛକ ବୁଲାଣି ଠାରେ ଶନିବାର ସନ୍ଧ୍ୟାରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରୁ ହଟାତ ଗ୍ୟାସ ଲିକେଜ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri