ଦାୟିତ୍ୱ ଗ୍ରହଣର ୩ ଦିନ ପରେ କୋଟିଆରେ ପହଞ୍ଚିଲେ ନୂତନ ଜିଲାପାଳ: ତଦାରଖ କଲେ ଉନ୍ନୟନମୂଳକ କାର୍ଯ୍ୟ

ପଟ୍ଟାଙ୍ଗି,୩୧।୭(ଶରତ କୁମାର ଧଳ): କୋରାପୁଟ ଜିଲାକୁ ବଦଳି ହୋଇ ଆସିଥିବା ମନୋଜ ସତ୍ୟବାନ ମହାଜନ ଜିଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିବାର ୩ଦିନ ପରେ ଗୁରୁବାର ହଟାତ୍‌ ପଟ୍ଟାଙ୍ଗି ବ୍ଲକ ଅଧୀନ ସୀମାନ୍ତ କୋଟିଆ ପଞ୍ଚାୟତ ଗସ୍ତ କରି ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିଛନ୍ତି। ଏପରିକି ଆନ୍ଧ୍ରର ଅନୁପ୍ରବେଶର ପ୍ରକୃତ ଉଦ୍ଦେଶ୍ୟ କ’ଣ ସେନେଇ ଉପସ୍ଥିତ ଜିଲା ଏବଂ ବ୍ଲକସ୍ତରର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।

ଜିଲାପାଳ ମହାଜନ ପ୍ରଥମେ ପଞ୍ଚାୟତ ସଦର ମହକୁମାରେ ପହଞ୍ଚି ପଞ୍ଚାୟତ କାର୍ଯ୍ୟାଳୟ ବୁଲି ଦେଖିଥିଲେ। ପରେ ଆନ୍ଧ୍ର ସୀମାକୁ ଲାଗି ରହିଥିବା ନେରିଡିବାଲସା ଗ୍ରାମରେ ପହଞ୍ଚି ଓଡ଼ିଶା ସରକାର ପକ୍ଷରୁ ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ କରିଥିଲେ। ଏପରିକି ଆନ୍ଧ୍ର ପକ୍ଷରୁ ହୋଇଥିବା କିଛି ଉନ୍ନୟନ କାର୍ଯ୍ୟ ଦେଖିଥିଲେ। ପରେ ସେ ତାଡିବାଲସା ଗ୍ରାମରେ ପହଞ୍ଚି
ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ତଦାରଖ କରି ଗାଁରେ ଥିବା ବିଦ୍ୟାଳୟ ପରିଦର୍ଶନ କରି ଉପସ୍ଥିତ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରିଥିଲେ।

ଏହି ଅବସରରେ ବିଦ୍ୟାଳୟର ରୋଷେଇ ଗୃହରେ ରହିଥିବା ସମସ୍ୟା ସମ୍ପର୍କରେ ଉପସ୍ଥିତ ଶିକ୍ଷୟିତ୍ରୀ, ଶିକ୍ଷକ ଜିଲାପାଳଙ୍କ ସହ ଆଲୋଚନା କରି ଦୃଷ୍ଟି ଆକର୍ଷଣ କରିଥିଲେ। ସେହିପରି ଜିଲାପାଳ ମହାଜନ ମାଡକାର, ଫଗୁଣସିନେରି, ଫାଟୁସିନେରି ଗ୍ରାମରେ ପହଞ୍ଚି ଅନୁରୂପ ଭାବେ ଓଡ଼ିଶା ପକ୍ଷରୁ ହୋଇଥିବା ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିଥିଲେ।

ଜିଲାପାଳଙ୍କ ଗସ୍ତ ଅବସରରେ ଉପଜିଲାପାଳ ପ୍ରେମଲାଲ ହିଆଲ, IAS ପ୍ରଭିଜନାଲ ସନ୍ତୋଷ କୁମାର ପାତ୍ର, ସିଡିଓ ବେଣୁଧର ଶବର, ବିଡ଼ିଓ ରାମକୃଷ୍ଣା ନାୟକ, ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ, ଏଇଇ ବିଶ୍ୱନାଥ ମାଦଲି, ପଞ୍ଚାୟତ କନିଷ୍ଠ ଯନ୍ତ୍ରୀ ଅଜୟ ରାମ ତରାଇ, ପିଇଓ କଣ୍ଡା ଗୋଲରୀ, ଯୋଗାଣ ଅଧିକାରୀ ଅଶୋକ କୁମାର ସାହୁ, ସରପଞ୍ଚ ଲିୟୁ ଗେମେଲ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

‘ମୁଣ୍ଡରେ କଫନ୍ ବାନ୍ଧି କଂଗ୍ରେସର ସଂସ୍କାର ପାଇଁ ବାହାରିଛି’: ମହମ୍ମଦ ମୋକିମ୍

କଟକ,୧୧ା୧୨: ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ ଦଳର ସଂସ୍କାର ଆଣିବା ଉଦ୍ଦେଶ୍ୟରେ ବାହାରିଥିବା କହିଛନ୍ତି। ପୂର୍ବରୁ ପିସିସି ସଭାପତି...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ; ୨ ଅଭିଯୁକ୍ତ କୋର୍ଟ ଚାଲାଣ

ଦିଗପହଣ୍ଡି,୧୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଥାନା ଅଧୀନରେ ଚଢ଼ାଉ କରାଯାଇ ମୋଟ ୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ କରାଯାଇଛି।...

ଫୁଟବଲ ମ୍ୟାଚ୍‌ ପରେ ପାକିସ୍ତାନ ଖେଳାଳିଙ୍କ ମଧ୍ୟରେ ମାରପିଟ୍‌: ଭିଡିଓ ଭାଇରାଲ

କରାଚୀ,୧୧ା୧୨: ପାକିସ୍ତାନ ଆର୍ମି ଏବଂ ଓ୍ବାପଡା ଦଳ ମଧ୍ୟରେ ଖେଳାଯାଇଥିବା ନ୍ୟାଶନାଲ ଗେମ୍ସ ଫୁଟବଲ ସେମିଫାଇନାଲ ପରେ ଦୁଇ ଦଳର ଖେଳାଳି ଓ ଅଫିସିଆଲ୍ସ ପରସ୍ପରକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri