ଭବାନୀପାଟଣା,୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ନୂତନ ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଡିଆଇପିଆର୍ଓ) ଭାବେ ମନୋଜ କୁମାର ବେହେରା ଯୋଗଦେଇଛନ୍ତି। ଭବାନୀପାଟଣାସ୍ଥିତ ଡିଆଇପିଆରଙ୍କ
କାର୍ଯ୍ୟାଳୟରେ ଭାରପ୍ରାପ୍ତ ଡିଆଇପିଆର୍ଓ ତଥା ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଦିନେଶ କୁମାର କହଁରଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ନବରଙ୍ଗପୁର ଜିଲାରେ କାର୍ଯ୍ୟରତ ଥିଲେ। ଜିଲାର ଖବରଦାତାମାନଙ୍କ ସହିତ ସୁସମ୍ପର୍କ ରଖି ଜିଲାର ବିକାଶ ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ। ବିଶେଷ କରି ସରକାରଙ୍କ ସଚେତନତା ମୂଳକ କାର୍ଯ୍ୟକ୍ରମଗୁଡ଼ିକୁ ଲୋକଲୋଚନକୁ ପହଞ୍ଚାଇବା ପାଇଁ ଖବରଦାତା ଜରିଆରେ ପ୍ରୟାସ ଜାରି ରହିବ ବୋଲି ନୂତନ ଡିଆଇପିଆରଓ ବେହେରା ପ୍ରକାଶ କରିଛନ୍ତି। ଦାୟିତ୍ୱ ଗ୍ରହଣ ସମୟରେ ପୂର୍ବତନ ଡିଆଇପିଆରଓ ଦିନେଶ କୁମାର କହଁର ଓ କନିଷ୍ଠ ସହାୟକ ନିଳାମ୍ବର ଶବର ପ୍ରମୁଖ ଉପସ୍ଥିତ ଥିଲେ।

