ଆଫଗାନିସ୍ତାନ ସହ ନୂଆ ଫର୍ଦ୍ଦ

ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ନିମନ୍ତ୍ରଣ କ୍ରମେ ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରୀ ଅମିର ଖାନ୍‌ ମୁତ୍ତାକି ଅକ୍ଟୋବର ୯ରେ ଭାରତ ଗସ୍ତରେ ଆସିଛନ୍ତି। ସେହିଦିନ ଆଫଗାନିସ୍ତାନର ସାହିଦ ଅବଦୁଲ ହକ୍‌ ସ୍କୋୟାର ସମେତ କେତେକ ଅଞ୍ଚଳରେ ପାକିସ୍ତାନ ଆକାଶମାର୍ଗରୁ ଆକ୍ରମଣ କରି ୩୦ ତାଲିବାନ ଆତଙ୍କବାଦୀଙ୍କୁ ମାରି ଦେଇଥିଲା। ୧୧ ଅକ୍ଟୋବର ବିଳମ୍ବିତ ରାତିରେ ଆଫଗାନିସ୍ତାନ ସେନା ପାକିସ୍ତାନର ୮ଟି ଅଞ୍ଚଳରେ ପ୍ରତିଆକ୍ରମଣ କରି ୫୮ ଜଣ ପାକ୍‌ ସେନାକୁ ମାରି ଦେଇଥିବା ବେଳେ ୨୫ଟି ଆର୍ମି ପୋଷ୍ଟକୁ ଦଖଲ କରିଥିବା ଖବର ମିଳିଛି। ଡୁରଣ୍ଡ ଲାଇନ୍‌ରେ ତାଲିବାନ ଓ ପାକ୍‌ ସେନା ମଧ୍ୟରେ ସଂଘର୍ଷ ଘଟିଥିବା ଗଣମାଧ୍ୟମରୁ ଜଣାପଡ଼ିଛି। ଅନ୍ୟପକ୍ଷରେ ଆଫଗାନିସ୍ତାନର ଅନେକ ମିଲିଟାରୀ ପୋଷ୍ଟକୁ ପାକିସ୍ତାନ ଧ୍ୱଂସ କରିଥିବା ଦାବି କରିଛି। ଇତିମଧ୍ୟରେ ପାକିସ୍ତାନକୁ କଡ଼ା ଚେତାବନୀ ଦେଇ ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରୀ ମୁତ୍ତାକି କହିଛନ୍ତି ଯେ, ତାଙ୍କ ଦେଶର ସାର୍ବଭୌମତ୍ୱ ରକ୍ଷା କରିବା ଲାଗି ସେନା ପ୍ରସ୍ତୁତ ଅଛି। ବିବାଦର ସମାଧାନ ଆଲୋଚନା ମାଧ୍ୟମରେ ହୋଇପାରିବ ବୋଲି ସେ କହିଛନ୍ତି। କାତାର ଓ ସାଉଦି ଆରବର ଅନୁରୋଧ କ୍ରମେ ଆକ୍ରମଣରେ ବିରାମ ଦିଆଯାଇଥିବା ଆଫଗାନିସ୍ତାନ ପକ୍ଷରୁ କୁହାଯାଇଛି। ସଦ୍ୟ ବିବାଦକୁ ଦେଖିଲେ ଅକ୍ଟୋବର ୭ରେ ଆଫଗାନିସ୍ତାନ ସୀମାନ୍ତ ପାକିସ୍ତାନର ଖାଇବର ପଖତୁନ୍‌ଖ୍ବା ପ୍ରଦେଶର କୋରାକଜାଇ ଜିଲାରେ ତେହେରିକ୍‌-ଏ-ତାଲିବାନ ପାକିସ୍ତାନ (ଟିଟିପି) ଓ ପାକିସ୍ତାନ ସେନା ମଧ୍ୟରେ ସଂଘର୍ଷ ଘଟିଥିଲା। ସେଥିରେ ଟିଟିପିର ୧୯ ଏବଂ ପାକିସ୍ତାନର ଜଣେ ଲ୍ୟୁଟ୍‌ନାଣ୍ଟ କର୍ନେଲ ଓ ଜଣେ ମେଜରଙ୍କ ସମେତ ୧୧ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ଘଟିଥିଲା। ଟିଟିପି ଆଫଗାନିସ୍ତାନ-ପାକିସ୍ତାନ ସୀମାନ୍ତରୁ ପରିଚାଳିତ ହେଉଥିବାରୁ ପାକିସ୍ତାନ ସେନା ପ୍ରତିଶୋଧ ପରାୟଣ ହୋଇଥିଲା। ଏଥିସହ ସୂଚନା ଦିଆଯାଇପାରେ ଯେ, ଆଫଗାନିସ୍ତାନ-ପାକିସ୍ତାନ ସୀମାନ୍ତ ୨,୬୪୦ କିଲୋମିଟର ଡୁରଣ୍ଡ ରେଖା ଅଞ୍ଚଳକୁ ପାକିସ୍ତାନ ନିଜର ସୀମା ବୋଲି ଦାବି କରୁଥିବାରୁ ଆଫଗାନିସ୍ତାନ ତାହାକୁ ଅସ୍ବୀକାର କରୁଛି।
ଆଲୋଚନା ହେଉଛି ଯେ, ଭାରତ ସହ ଆଫଗାନିସ୍ତାନର କୂଟନୈତିକ ସମ୍ପର୍କ ବୃଦ୍ଧି ପାଇଥିବାରୁ ପାକିସ୍ତାନ ବ୍ୟସ୍ତ ହୋଇ ଆଫଗାନିସ୍ତାନକୁ ଟାର୍ଗେଟ କରିଛି। ଏଠାରେ ମନେପକାଇ ଦିଆଯାଇପାରେ ଯେ, ୨୦୨୧ରେ ଆଫଗାନିସ୍ତାନ ସରକାରକୁ ଗାଦିଚ୍ୟୁତ କରି ତାଲିବାନ ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଫେରିଥିଲା। ତତ୍‌କାଳୀନ ସରକାର ଓ ତାଲିବାନ ମଧ୍ୟରେ ସଂଘର୍ଷ ଜାରି ରହିଥିବାରୁ ଭାରତ ସମେତ ବହୁ ଦେଶର ଆଫଗାନିସ୍ତାନ ସହ କୂଟନୈତିକ ସମ୍ପର୍କ ନିମ୍ନସ୍ତରକୁ ଖସିଥିଲା। ଏବେ ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରୀ ଭାରତ ଗସ୍ତରେ ଆସିବା ପରେ କାବୁଲରେ ଭାରତ ତା’ର ଦୂତାବାସ ପୂର୍ବଭଳି ଜାରି ରଖିବ ବୋଲି କହିଛି। କେବଳ ରୁଷିଆ ଏକମାତ୍ର ଦେଶ ଆଫଗାନିସ୍ତାନର ତାଲିବାନ ସରକାରକୁ ମାନ୍ୟତା ନେଇ ସମର୍ଥନ କରିଛି। ଭାରତ ସେହି ଦିଗରେ ମତ ରଖି ନ ଥିଲେ ମଧ୍ୟ ତା’ ସହ କୂଟନୈତିକ ସମ୍ପର୍କ ଜାରି ରଖିବା ପଡ଼ୋଶୀ ଦୃଷ୍ଟିରୁ ଫଳପ୍ରଦ ହୋଇପାରେ ବୋଲି କୁହାଯାଉଛି। ଗତ କିଛି ବର୍ଷ ହେବ ଚାରିକଡ଼େ ଥିବା ଅନେକ ପଡ଼ୋଶୀ ସହ ଭାରତର ସମ୍ପର୍କ ଭଲ ନ ଥିବା ବେଳେ ଯେଉଁଠି ନୂଆ ସମ୍ପର୍କ ଗଢ଼ିଉଠିବ ତାହାକୁ ସମାଲୋଚନା କରାଯିବା ଉଚିତ ନୁହେଁ। ମୁତ୍ତାକିଙ୍କ ଭାରତ ଗସ୍ତକୁ କେତେକ ସମାଲୋଚନା କରୁଥିଲେ ମଧ୍ୟ ସାମ୍ପ୍ରତିକ ସ୍ଥିତିକୁ ଦେଖି ପଦକ୍ଷେପ ନେବାର ସମୟ ଉପନୀତ ହେଲାଣି। ସମାଲୋଚନା କରୁଥିବା କେତେକ ରାଜନୈତିକ ଗୋଷ୍ଠୀ ମହିଳା ଖବରଦାତାଙ୍କୁ ମୁତ୍ତାକିଙ୍କ ସାମ୍ବାଦିକ ସମ୍ମିଳନୀକୁ କାହିଁକି ନିମନ୍ତ୍ରଣ କରାଗଲା ନାହିଁ ବୋଲି ଆପତ୍ତି ଉଠାଇଛନ୍ତି। ମନେରଖିବାକୁ ହେବ ଯେ, କୌଣସି ଦେଶର ଦୂତାବାସ ଅନ୍ୟ ଯେକୌଣସି ଦେଶରେ ଥିଲେ ମଧ୍ୟ ତାହାର ନିଜର ସ୍ବାତନ୍ତ୍ର୍ୟ ରହିଛି । କହିବାକୁ ଗଲେ ଦୂତାବାସ ଜମି ସେହି ଦେଶର ଏକ ଅଙ୍ଗ। ତେଣୁ ଆଫଗାନିସ୍ତାନ ଦୂତାବାସ କାହାକୁ ଡାକିବା ବା ନ ଡାକିବ, ସେ ସମ୍ପର୍କରେ କୌଣସି ମତ ଦେବା ଅନୁଚିତ। ଯେଉଁମାନେ ଧାଇଁ ଧାପୁଡ଼ି ନାରୀବାଦର ସ୍ବର ଉଠାଉଛନ୍ତି, ସେମାନେ ଦେଶର ହିତକୁ ଦେଖୁନାହାନ୍ତି।
କୂଟନୈତିକ ଭାଷାରେ କୁହାଯାଇପାରେ ଯେ, କୌଣସିଠାରେ ସ୍ଥାୟୀ ଶତ୍ରୁ କିମ୍ବା ବନ୍ଧୁ ନ ଥାନ୍ତି। ଆଜିର ବୈଶ୍ୱିକ ବାତାବରଣକୁ ଲକ୍ଷ୍ୟ କଲେ ସ୍ଥାୟୀ ସ୍ବାର୍ଥ ଗୁରୁତ୍ୱ ବହନ କରିବା ଉଚିତ। ଆମେରିକା ଭଳି ଦେଶ ୨୦୨୧ରେ ଆଫଗାନିସ୍ତାନରୁ ତା’ର ସୈନ୍ୟ ପ୍ରତିହାର କରିନେଇଥିବା ବେଳେ ଭାରତ ମଧ୍ୟ ନିଜ ସ୍ବାର୍ଥକୁ ଅଗ୍ରାଧିକାର ଦେବାରେ ଅସ୍ବାଭାବିକତା ନାହିଁ। ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଦେଖା ଦେଇଥିବା ତିକ୍ତତା ପରିପ୍ରେକ୍ଷୀରେ ଭାରତ ନୀରବ ରହିବା ବୁଦ୍ଧିମାନର କାର୍ଯ୍ୟ ହେବ। ଆଫଗାନିସ୍ତାନ ଯେହେତୁ ଭାରତ ସହ ଉତ୍ତମ ସମ୍ପର୍କ ରଖିବାକୁ ଚାହୁଁଛି, ସେହି ଦୃଷ୍ଟିରୁ ତା’ ସହ ବାଣିଜି୍ୟକ ସମ୍ପର୍କ ବୃଦ୍ଧି କରାଯିବା ଉଚିତ। ଏଥିସହିତ ପାକିସ୍ତାନ ଓ ସାଉଦି ଆରବ ମଧ୍ୟରେ ହୋଇଥିବା ସାମରିକ ଚୁକ୍ତି ପରିପ୍ରେକ୍ଷୀରେ ଆଫଗାନିସ୍ତାନ ସହ ଭାରତର ସମ୍ପର୍କ ବୃଦ୍ଧି ପାଇଲେ ନିରାପତ୍ତା ଦୃଷ୍ଟିକୋଣରୁ ଏହା ଭବିଷ୍ୟତରେ ସୁବିଧାଜନକ ହୋଇପାରେ। ବର୍ତ୍ତମାନ ସମୟରେ କୂଟନୈତିକ ଓ ବାଣିଜି୍ୟକ ବିଜୟ ବାସ୍ତବ ଯୁଦ୍ଧଠାରୁ ବହୁ ଗୁରୁତ୍ୱ ରଖୁଥିବା ଦେଖାଯାଉଛି। ଚାଇନା ତା’ର ଦୃଢ଼ ପ୍ରମାଣ ଦେଇଚାଲିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

୫ଦିନ ଝଡ଼ବର୍ଷା, କୁଆପଥର ମାଡ଼: ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୯ା୩(ଅନୁରାଧା ମହାରଣା):ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ଜିଲାରେ ବର୍ଷା ସହ ଝଡପବନ ହେଉଥିବା ବେଳେ ଆଗାମୀ ୫ ଦିନ ଯାଏ ଏପରି ସ୍ଥିତି ଜାରି ରହିବ। ଏନେଇ…

‘ଏସ୍‌ଓପି’ ନ ମାନିଲେ ଦରମା ବନ୍ଦ: ସବୁ ବିଭାଗକୁ ତାଗିଦ୍‌, ଛଟେଇ ପ୍ରକ୍ରିୟା ଆରମ୍ଭ…

ଭୁବନେଶ୍ୱର,୧୯ା୩ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ପରାମର୍ଶଦାତାଙ୍କ ଛଟେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଅର୍ଥ ବିଭାଗ ପକ୍ଷରୁ ଫେବୃଆରୀ ୧୭ରେ ଏନେଇ ଏକ ଉଚ୍ଚସ୍ତରୀୟ…

ପାରାଦୀପରେ ଲାଗିଲା ତୈଳ ଜାହାଜ: ମିଳିଲା ବଡ଼ ଆଶ୍ୱସ୍ତି, ହର୍ମୁଜ ଦେଇ…

ପାରାଦୀପ,୧୯।୩(ଶରତ ରାଉତ):ଯୁଦ୍ଧ ପ୍ରଭାବିତ ଦେଶ ଓମାନ୍‌ରୁ ଏକ ଅଶୋଧିତ ତୈଳ ବୋଝେଇ ଜାହାଜ ମେରାଇନ ଟ୍ୟାଙ୍କର(ଏମ୍‌ଟି)ଫ୍ଲୋରା ପାରାଦୀପ ବନ୍ଦର ସିଙ୍ଗଲ ପଏଣ୍ଟ ମୋରିଂସିଷ୍ଟମ(ଏସ୍‌ପିଏମ୍‌) ୩ରେ ବୁଧବାର ଲାଗିଛି।…

ଇରାନ୍‌ ଗୋଇନ୍ଦା ମନ୍ତ୍ରୀଙ୍କୁ ହତ୍ୟା

ତେଲ୍‌ ଆଭିଭ୍‌ ,୧୯ା୩: ଇରାନ୍‌କୁ ବୁଧବାର ପୁଣି ଶକ୍ତ ଧକ୍କା ଲାଗିଛି। ଇସ୍ରାଏଲ ଆକ୍ରମଣରେ ଇରାନ୍‌ର ଗୋଇନ୍ଦା ବିଭାଗ ମନ୍ତ୍ରୀ ଇସ୍‌ମାଇଲ ଖାତିବ୍‌ ନିହତ ହୋଇଛନ୍ତି। ମଙ୍ଗଳବାର…

ବିଶ୍ୱ ବଜାରରେ ତେଲ ନିଆଁ: ୯୫ ଦେଶରେ ମହଙ୍ଗା ହେଲା ପେଟ୍ରୋଲ, ଭାରତରେ…

ନୂଆଦିଲ୍ଲୀ/ୱାଶିଂଟନ,୧୮।୩: ୨୦୨୬ ଫେବୃଆରୀ ଶେଷ ଭାଗରେ ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣ ପରେ ବିଶ୍ୱ ଶକ୍ତି ବଜାର (Global Energy Market) ରେ…

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri