ଚାନ୍ଦି ଭଣ୍ଡାରର ନୂତନ କଲେକ୍ସନ

ଭୁବନେଶ୍ୱର,୨୬।୯: ରାଜ୍ୟର ଅଗ୍ରଣୀ ରୁପା ଅଳଙ୍କାର ପ୍ରତିଷ୍ଠାନ ତଥା ସିଲ୍‌ଭର ଚେନ୍‌ ବ୍ରାଣ୍ଡ ‘ଚାନ୍ଦି ଭଣ୍ଡାର’ ପକ୍ଷରୁ ଚଳିତ ବର୍ଷର ପାର୍ବଣ ପ୍ରସ୍ତୁତି (ଦୁର୍ଗାପୂଜା ସେଲିବ୍ରେଶନ) ସମ୍ପର୍କରେ ଘୋଷଣା କରାଯାଇଛି। ଅପରପକ୍ଷରେ ଆକର୍ଷଣୀୟ ଡିଜାଇନ ଓ ସୂକ୍ଷ୍ମ କାରିଗରିରେ ନିର୍ମିତ ବ୍ରାଣ୍ଡ୍‌ର ନୂତନ କଲେକ୍ସନ ‘ଆର୍ଯ୍ୟ ଓ ଅମେଘା’ର ଆନୁଷ୍ଠାନିକ ଅନାବରଣ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଚାନ୍ଦି ଭଣ୍ଡାର ପକ୍ଷରୁ ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀ ବ୍ରାଣ୍ଡ୍‌ର ଶହୀଦ ନଗର ଷ୍ଟୋର ପରିସରରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଚାନ୍ଦି ଭଣ୍ଡାରର ନିର୍ଦ୍ଦେଶିକା ଲିପ୍ସା ହଂସଙ୍କ ସମେତ ବିଏ ମାଣିକ ହଂସ ପ୍ରମୁଖ ଉପସ୍ଥିତ ଥିଲେ। ଚଳିତ ପୂଜା ସେଲିବ୍ରେଶନ ପାଇଁ ଚାନ୍ଦି ଭଣ୍ଡାର ସ୍ବତନ୍ତ୍ର ଅଫର ଘୋଷଣା କରିଛି। ଏପରିକି ଗ୍ରାହକମାନେ ଗଢ଼ା ମଜୁରିରେ ଫ୍ଲାଟ୍‌ ୩୦% ରିହାତି ପାଇବେ। ଏଥିସହ ଆକର୍ଷଣୀୟ ମୂଲ୍ୟରେ ମନ ପସନ୍ଦର ରୁପା ଗହଣା କିଣିବାର ସୁଯୋଗ ମଧ୍ୟ ପାଇବେ। ଏହି ଅଫର ୨୦୨୪ ସେପ୍ଟେମ୍ବର ୨୬ରୁ ଅକ୍ଟୋବର ୧୨ପର୍ଯ୍ୟନ୍ତ ବୈଧ ରହିଛି। ଏହି ଉତ୍ସାହକୁ ଆହୁରି ବଢ଼ାଇବା ପାଇଁ ଚାନ୍ଦି ଭଣ୍ଡାରର ବ୍ରାଣ୍ଡ୍‌ ଆମ୍ବାସାଡର ଶିବାନୀ ସଙ୍ଗୀତାଙ୍କୁ ନେଇ ଏକ ସ୍ବତନ୍ତ୍ର ଦୁର୍ଗାପୂଜା ବିଜ୍ଞାପନ କ୍ୟାମ୍ପେନିଂର ଶୁଭାରମ୍ଭ କରାଯାଇଛି। ଚଳିତ ବର୍ଷର ପୂଜାଋତୁରେ କିପରି ଉପହାର ବିନିମୟ କରାଯାଇଥାଏ ଏବଂ ପ୍ରତ୍ୟେକ ସେଲିବ୍ରେଶନକୁ ସ୍ବତନ୍ତ୍ର କରିବାରେ କିପରି ଷ୍ଟାଇଲିଂ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ତାହାକୁ ଏହି ବିଜ୍ଞାପନ ଜରିଆରେ ଅତି ସୁନ୍ଦର ଭାବେ ଦର୍ଶାଯାଇଛି। ଏ ସମ୍ପର୍କରେ ଚାନ୍ଦି ଭଣ୍ଡାରର ନିର୍ଦ୍ଦେଶିକା ଲିପ୍ସା ହଂସ କହିଥିଲେ, ଆମର ଏହି କଲେକ୍ସନ ଓ କ୍ୟାମ୍ପେନିଂ ସହ ଆମେ ଉକ୍ତ ଆନନ୍ଦ ଏବଂ ଉତ୍ସାହକୁ ଦର୍ଶାଇବାକୁ ଲକ୍ଷ୍ୟ ରଖିଛୁ, ଯାହାକି ଚାନ୍ଦି ଭଣ୍ଡାରର ସିଲ୍‌ଭର କଲେକ୍ସନଗୁଡ଼ିକ ଦୁର୍ଗାପୂଜାରେ ପ୍ରତି ଘରେ ପ୍ରସାରିତ କରିଥାନ୍ତି ଏବଂ ପ୍ରତ୍ୟେକ ଅବସରକୁ ଅର୍ଥପୂର୍ଣ୍ଣ କରିଥାନ୍ତି। ଉତ୍ସବର ପ୍ରକୃତ ଜୋସ୍‌କୁ ପ୍ରତିପାଦନକରି ଆମେ ଆମର ଉପସ୍ଥିତିକୁ ବଢ଼ାଉଛୁ।
ସେହିଭଳି ୨୦୨୪ ଅକ୍ଟୋବର ୧ରେ ବାରିପଦା ଏବଂ ଭଦ୍ରକରେ ଆମର ୨ଟି ନୂଆ ଷ୍ଟୋର ଖୋଲିବ ବୋଲି ହଂସ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri