୨୦୩୦ ସୁଦ୍ଧା କାର୍ଯ୍ୟ ପରିସରରେ ୩୦% ମହିଳା କର୍ମଚାରୀ

ଭୁବନେଶ୍ୱର,୨୬।୯: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଆନ୍ତର୍ଜାତିକ କନ୍ୟା ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ବହୁ ପ୍ରତୀକ୍ଷିତ ପ୍ରକଳ୍ପ ଓ ପରିବର୍ତ୍ତନଶୀଳ ପଦକ୍ଷେପ ‘ପ୍ରୋଜେକ୍ଟ ପଞ୍ଚତ୍ି’ର ସଫଳତାକୁ ଆଲୋକିତକରି ବେଦାନ୍ତ ଆଲୁମିନିୟମ ଅନ୍ତର୍ଜାତୀୟ କନ୍ୟା ଦିବସ ପାଳନ କରିଛି। ସେହିଭଳି ବେଦାନ୍ତର ଚେୟାରମ୍ୟାନ ଅନୀଲ ଅଗ୍ରୱାଲଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଅଗ୍ରସର ଅଭିନବ ନିଯୁକ୍ତି ଡ୍ରାଇଭ ସାରା ଭାରତରେ ଆର୍ଥିକ ଅନଗ୍ରସର ଗୋଷ୍ଠୀର ୧୦୦୦ ଯୁବତୀଯୁବକଙ୍କୁ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛି। ଏପରିକି ୨୦୨୩ ମାର୍ଚ୍ଚରେ ଶୁଭାରମ୍ଭ ହୋଇଥିବା ଏହି ପ୍ରକଳ୍ପ, ବେଦାନ୍ତ ଆଲୁମିନିୟମ ଓଡ଼ିଶା ଓ ଛତିଶଗଡ଼ର ଗ୍ରାମାଞ୍ଚଳ଼ରୁ ଓପିଏସ୍‌ ଜିନ୍ଦଲ ବିଶ୍ୱବିଦ୍ୟାଳୟର ବି.କମ୍‌, ବିବିଏ, ବି.ଏସ୍‌ସି ଏବଂ ବି.ଟେକ୍‌ ପାସ୍‌ କରିଥିବା ୧୯୦ ବାଳିକାଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିଛି। ବାଳିକାମାନଙ୍କ ମଧ୍ୟରେ ଆତ୍ମନିର୍ଭରଶଳୀଳତା ବୃଦ୍ଧି ଓ ସ୍ବାଧୀନତା ପ୍ରଦାନ ଲକ୍ଷ୍ୟରେ ପ୍ରୋତ୍ସାହିତ କରିବା ଲାଗି ପ୍ରୋଜେକ୍ଟ ପଞ୍ଚତ୍ି କାର୍ଯ୍ୟ କରୁଛି। ଅନଗ୍ରସର ଅଞ୍ଚଳର ଝିଅମାନେ ସମ୍ମୁଖୀନ ହେଉଥିବା ଆହ୍ବାନକୁ ଏହା ସମାଧାନ କରିଥାଏ। ସେହିପରି ସେମାନଙ୍କୁ ଉପଯୁକ୍ତ ଶିକ୍ଷା ଓ ପ୍ରଶିକ୍ଷଣ ଯୋଗାଇବାଦେବାରେ ଏହି ପ୍ରକଳ୍ପ ସେମାନଙ୍କ ନିଯୁକ୍ତି ଟାର୍ଗେଟକୁ ଧ୍ୟାନ ଦେଇଥାଏ। ଆର୍ଥିକ ଓ ସାମାଜିକ ପ୍ରତିବନ୍ଧକରୁ ସେମାନଙ୍କୁ ମୁକ୍ତକରି ସେମାନଙ୍କୁ ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ ସମାନ ସୁଯୋଗ ପ୍ରଦାନ କରିବା ତଥା ସଫଳତା ପାଇଁ ବେଦାନ୍ତ ଆଲୁମିନିୟମ କାର୍ଯ୍ୟ କରୁଛି।
ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ମୁଖ୍ୟ ପରିଚାଳନା ଅଧିକାରୀ ସୁନୀଲ ଗୁପ୍ତା କହିଥିଲେ, ଆମେ ପରିବର୍ତ୍ତନଶୀଳ ପରିବର୍ତ୍ତନ ଲାଗି ଅନୁକ୍ରମଣିକା ଭାବେ ବାଳିକାଙ୍କ ଶିକ୍ଷା ଓ ସଶକ୍ତୀକରଣ ପାଇଁ ପ୍ରତିବଦ୍ଧ ରହିଛୁ। ଏପରିକି ଆମର ଲକ୍ଷ୍ୟ କେବଳ ବାଳିକାମାନଙ୍କୁ ସଶକ୍ତ କରିବା ନୁହେଁ ବରଂ ସେମାନଙ୍କ ପାଇଁ ରହିଥିବା ସାମାଜିକ ପ୍ରତିବନ୍ଧକ ଦୂରକରି ସେମାନଙ୍କ ଭବିଷ୍ୟତକୁ ସୁଗମ କରିବା। ଯେହେତୁ ଆମେ ସବୁ କାର୍ଯ୍ୟ ପରିସରରେ ୩୦% ମହିଳାମାନଙ୍କୁ ପ୍ରାଧ୍ୟାନ୍ୟ ଦେବା ଲକ୍ଷ୍ୟ ରଖିଛୁ ଓ ୨୦୩୦ସୁଦ୍ଧା ଆମର ଏହି ଲକ୍ଷ୍ୟ ପୂରଣ କରିବାକୁ ଚାହୁଁଛୁ।
ଏହା ବ୍ୟତୀତ ବେଦାନ୍ତ ଆଲୁମିନିୟମ କଲେଜ ବାହାରେ ଯୁବତୀମାନଙ୍କ ଲାଗି ଏକ ନିରାପଦ ଓ ଅନ୍ତର୍ଭୁକ୍ତ କାର୍ଯ୍ୟକ୍ରମ କ୍ଷେତ୍ର ପ୍ରସ୍ତୁତ କରିବାକୁ ଉତ୍ସର୍ଗୀକୃତ ରହିଛି। ମହିଳାମାନଙ୍କ ପାଇଁ ସବୁ ପ୍ରକାର ସୁରକ୍ଷା ଯୋଗାଇବା ଦେବାରେ କମ୍ପାନୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲାବେଳେ ୨୦୩୦ ସୁଦ୍ଧା ୩୦% ମହିଳାଙ୍କୁ କର୍ମକ୍ଷେତ୍ରରେ ସମାନ ସୁଯୋଗ ପ୍ରଦାନ ଲାଗି କମ୍ପାନୀ ଲକ୍ଷ୍ୟ ରଖିଛ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ନା ହଜାରେଙ୍କୁ ନେଇ ବିବାଦୀୟ ବୟାନ ଦେଲେ ‘କକ୍ରୋଚ ଜନତା ପାର୍ଟି’ର ଅଭିଜିତ ଦୀପକେ, ହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୭।୭: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପାଇଁ ଆନ୍ଦୋଳନ କରୁଥିବା ‘କକ୍ରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆନ୍ନା ହଜାରେଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ…

ଦାଦା ବଟି ଯୋଜନା ପଣ୍ଡ: ୨ ପିସ୍ତଲ ସହ ୪ ଗିରଫ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଅପରାଧୀ ଗୋଷ୍ଠୀକୁ କାବୁ କରିବାରେ ସକ୍ଷମ ହୋଇଛି। ପୋଲିସ ଦାଦା ବଟି ମାଗିବା ଯୋଜନା କରିବା…

ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ କରି ପ୍ରଧାନଶିକ୍ଷକ ଅଟକ

ଭଣ୍ଡାରିପୋଖରୀ,୭।୭: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ବାଲିପୋଖରୀ ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବାଲିପୋଖରୀ ପଞ୍ଚାୟତ ଶୁକଦେବ ଜେନା ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ…

ବନ୍ଦ ଘରୁ ମିଳିଲା ଆଉଟସୋର୍ସିଂ କର୍ମଚାରୀଙ୍କ ମୃତଦେହ, ଗନ୍ଧ ହେବାରୁ…

ବଲାଙ୍ଗୀର,୭।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତୁଲସୀନଗରର ଏକ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ କାର୍ତ୍ତିକ ମଛଖଣ୍ଡ…

ଦାମୀ ଗାଡ଼ିରେ ବ୍ରାଉନସୁଗାର ଚାଲାଣ: ବାପ–ପୁଅ ଗିରଫ

ଭୁବନେଶ୍ୱର, ୭।୭: ରାଜଧାନୀ ଭୁବନେଶ୍ୱରରେ ବ୍ରାଉନସୁଗାର କାରବାର ବିରୋଧରେ ଅବକାରୀ ବିଭାଗ ବଡ଼ ସଫଳତା ପାଇଛି। ଦାମୀ ଗାଡ଼ିରେ ବ୍ରାଉନସୁଗାର ଚାଲାଣ କରୁଥିବା ଅଭିଯୋଗରେ ବାପ–ପୁଅଙ୍କୁ ଗିରଫ…

ଗଛରେ ଝୁଲୁଛି କଲରାପତରିଆ ବାଘର ମୃତଦେହ, ସ୍ଥାନୀୟ ଲୋକେ….

କବିସୂର୍ଯ୍ୟନଗର,୭।୭(କୃପାସିନ୍ଧୁ ସ୍ବାଇଁ):  ଗଞ୍ଜାମ କବିସୂର୍ଯ୍ୟନଗର ଜରଡ଼ ପାହଡ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କଲରାପତରିଆ ବାଘକୁ ହତ୍ୟା ପରେ କେହି ନିମ୍ବ ଗଛରେ…

ପ୍ରତିରକ୍ଷା ଚୁକ୍ତି ଚୂଡ଼ାନ୍ତ: ଭାରତ ଯୋଗାଇବ ଇଣ୍ଡୋନେସିଆକୁ ସେହି ଅସ୍ତ୍ର, ଯାହା ପାକିସ୍ତାନକୁ ଥରାଇ ଦିଏ…

ନୂଆଦିଲ୍ଲୀ,୭।୭: ଭାରତ-ଇଣ୍ଡୋନେସିଆ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି ଚୂଡ଼ାନ୍ତ ହୋଇଛି। ଭାରତ ମଙ୍ଗଳବାର ଇଣ୍ଡୋନେସିଆକୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ଯୋଗାଇ ଦେବା ନେଇ ଚୁକ୍ତି ସ୍ବାକ୍ଷର କରିଛି।…

ସିରିଜ ବିସ୍ଫୋରଣରେ ଥରି ଉଠିଲା ସିରିଆ; ଡାମାସ୍କସରେ ମାକ୍ରନଙ୍କ ହୋଟେଲ ନିକଟରେ ମଧ୍ୟ ବଡ଼ ବିସ୍ଫୋରଣ, ସୁରକ୍ଷିତ ଅଛନ୍ତି ରାଷ୍ଟ୍ରପତି

ଡାମାସ୍କସ,୭।୭: ମଙ୍ଗଳବାର ସିରିଆର ରାଜଧାନୀ ଡାମାସ୍କସରେ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ଘଟିଥିଲା। ଉଲ୍ଲେଖଯୋଗ୍ୟ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ବର୍ତ୍ତମାନ ସିରିଆ ଗସ୍ତରେ ଅଛନ୍ତି ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri